• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଛି, ହେଲେ ପୂର୍ବ ଲହର ଭଳି ସ୍ଥିତି ନାହିଁ । ଏବେ ସାରା ଦେଶରେ କରୋନା ସଂକ୍ରମଣ ବଢୁଛି, ତାସହ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଆଦିରେ ମଧ୍ୟ ବଢୁଛି । ସେହି ଅନୁପାତରେ ଆମ ରାଜ୍ୟର ସଂକ୍ରମଣ ବଢୁଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଆଇସିୟୁରେ ଅଧିକ ବହୁବିଧ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସହ ବୟସ୍କ ବ୍ୟକ୍ତି ଭର୍ତ୍ତି ହେଉଛନ୍ତି । ବର୍ତ୍ତମାନ ଆମେ ଏକ କ୍ରସ ରୋଡ଼ରେ ଅଛନ୍ତି । ଭୂତାଣୁ ଟ୍ରାନ୍ସମିଟ୍ ହେଉଛି, ମ୍ୟୁଟାଣ୍ଟ ବି ହେଉଛି । ଯେତେ ମ୍ୟୁଟାଣ୍ଟ ହେବ, ତାର ସଂକ୍ରମଣ ହାର ଅଧିକ ରହିବ କିନ୍ତୁ ଏହା କେତେ ରୋଗ କରାଇବ, କେତେ ଲୋକ ଡାକ୍ତରଖାନାକୁ ଯିବେ, ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ।

ତେଣୁ ଯେଉଁମାନଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ହେଉଛି, ସେମାନେ କୋଭିଡ ପରୀକ୍ଷା କରାଇ ନେବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ସେହିପରି କାଉଡିଆମାନେ ଶ୍ରାବଣ ମାସରେ ଜଳ ଲାଗି ଯାତ୍ରା କରନ୍ତୁ, ତେବେ ମାସ୍କ ପିନ୍ଧିବା ସହ କୋଭିଡ ନିୟମ ପାଳନ କରନ୍ତୁ । ଦଳ ଦଳ ହୋଇ ନଚାଲି ଦୂରତା ରକ୍ଷା କରି ଚାଲନ୍ତୁ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।