/odishatv-khabar/media/post_attachments/uploadimage/library/16_9/16_9_0/Covid_19_1656754779.jpg)
Covid 19
ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ଆଜି ବି ୨ ଶହ ଉପରେ ରହିଛି । ଆଜି ୨୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲୋକାଲ କେସ୍- ୯୬ ରହିଥିବାବେଳେ କ୍ୱାରେଣ୍ଟିନରୁ ୧୩୫ ଆକ୍ରାନ୍ତ ଥିବା ସୂଚନା ରହିଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୯୯, କଟକରୁ ୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ରଥଯାତ୍ରାରେ ଜନ ସମାଗମକୁ ଯୋଗୁଁ ସଂକ୍ରମଣ ବଢିଛି କି ନାହିଁ, ତାହା ୧୦ରୁ ୧୫ରୁ ଦିନ ମଧ୍ୟରେ ଜଣାପଡିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କିଛି ଦିନ ହେଲା ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି, ହେଲେ ପ୍ରୋଗ୍ରେସ ସ୍ଲୋ ରହିଛି ।
ରାଜ୍ୟରେ ହସ୍ପିଟାଲାଇଜେସନ ବଢ଼ିନାହିଁ କିମ୍ବା ଫାଟାଲିଟି ମଧ୍ୟ ବଢ଼ିନାହିଁ । କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି । ଯାହାର କରୋନା ଲକ୍ଷଣ ରହିଛି ସେମାନେ ନିଜେ ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅପିଲ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)