• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗତ ସପ୍ତାହେ ହେଲା ୨ ଅଙ୍କ ଭିତରେ ରହୁଛି ରାଜ୍ୟର କରୋନା ସଂକ୍ରମଣ । କିନ୍ତୁ ଆଜି ସାମାନ୍ୟ ବଢିଛି । ଦେଶର ବିଭିନ୍ନ ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି ତାକୁ ଦେଖି ଆମକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଏହାସହ ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଯେଉଁଭଳି ସର୍ଭିଲାନ୍ସ ଚାଲିଛି । ଟେଷ୍ଟିଂ ଚାଲିଛି ତାକୁ ବଢ଼େଇବା ପାଇଁ କୁହାଯାଇଛି । ଲୋକଙ୍କୁ ଆମେ ଅପିଲ କରୁଛୁ ଯେଉଁ ମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ଭିଡ଼କୁ କମାଇବାକୁ ମଧ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି , ‘ଲୋକେ ସ୍ୱତଃପ୍ରବୃତ୍ତ ଭାବେ ଆଗକୁ ଆସି ଟେଷ୍ଟିଂ କରାଇ ନିଅନ୍ତୁ । ଅଳ୍ପ ବଢିଲେ ବି ତାକୁ ଅଣଦେଖା ନକରି ସତର୍କ ରହିବାକୁ ହେବ । କୋଭିଡ ସମେତ ସମସ୍ତ ରୋଗକୁ ଚିହ୍ନଟ କରିବା ପାଇଁ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଜୁନ ୨୧ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସର୍ଭେିଲାନ୍ସ ଚାଲିବ । ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ବୁଲି ସର୍ଭେ କରାଯିବ । ’

ଅନ୍ୟପକ୍ଷେ, ଦେଶରେ ଦିନକୁ ଦିନ କୋରନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଏକ ବଡ଼ ଚିନ୍ତାର କାରଣ ପାଲଟିଛି । ଫଳରେ ଦେଶରେ ଚତୁର୍ଥ ଲହର ଆସିବାର ଭୟ ଆଶଙ୍କା ରହିଛି । ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୨୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ମହାମାରୀରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ଆକ୍ଟିଭ୍ କେସ ୫୮ ହଜାର ୨୧୫କୁ ବୃଦ୍ଧି ପାଇଛି । ସେହିପରି ଦୈନିକ ପଜିଟିଭିଟି ରେଟ୍ ୨.୩୫ ପ୍ରତିଶତକୁ ବୃଦ୍ଧି ପାଇଥିବା ସୂଚନା ମିଳିଛି ।