Advertisment

COVID Situation in Asia Worsens: ଫେରିଲାଣି କରୋନା ସଂକ୍ରମଣ, ଆଲର୍ଟ ରହିବାକୁ ଦିଆଯାଇଛି ପରାମର୍ଶ

ହଂକଂରେ ପ୍ରାୟ ଏକ ବର୍ଷ ମଧ୍ୟରେ କରୋନା ମାମଲା ଏବଂ ମୃତ୍ୟୁ ସର୍ବାଧିକ ସ୍ତରରେ ପହଞ୍ଚିଛି । ମେ ୩ ତାରିଖ ସପ୍ତାହାନ୍ତରେ ହଂକଂରେ କରୋନା ଭାଇରସ୍ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଅଦ୍ୟତନ ହୋଇଛି
ଫେରିଲା କରୋନା

ଫେରିଲା କରୋନା

Advertisment

ପୁଣି ଫେରିଲାଣି କରୋନା ସଂକ୍ରମଣ । ୩୦ ପ୍ରତିଶତ ବଢିଗଲାଣି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଚିହ୍ନଟ ହୋଇ ସାରିଲେଣି ୧୪ ହଜାର ୨୦୦ ରୋଗୀ । ରୋଗ ପ୍ରତିରୋଧକ ଶକ୍ତି କମୁଛି, ସଂକ୍ରମଣ ବଢୁଛି । ପୁଣି ଚିନ୍ତା ବଢ଼ାଇଲାଣି କରୋନା ଭାଇରସ୍ । ହୁ ହୁ ବଢିଲାଣି ସଂକ୍ରମଣ । ଏସିଆ ମହାଦେଶରେ କୋଭିଡର ନୂଆ ଲହର ଆସୁଥିବା ସତର୍କ କରାଇଦେଲେଣି ସ୍ୱାସ୍ଥ୍ୟ ବିଭାଗ । ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ ସଂକ୍ରମଣ ବଢୁଥିବାର ସ୍ୱାସ୍ଥ୍ୟ ବିଭାଗ ଆଶଙ୍କା କରିଛି। ହଂକଂ ଓ ସିଙ୍ଗାପୁରରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ଅଧିକାଂଶ ପଜିଟିଭ୍ ବାହାରିଛି । ଯାହା ଗତ ବର୍ଷ ତୁଳନାରେ ଢେର୍ ଅଧିକ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୁରୁତର ରୋଗୀ ଓ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ହଂକଂରେ ପ୍ରାୟ ଏକ ବର୍ଷ ମଧ୍ୟରେ କରୋନା ମାମଲା ଏବଂ ମୃତ୍ୟୁ ସର୍ବାଧିକ ସ୍ତରରେ ପହଞ୍ଚିଛି । ମେ ୩ ତାରିଖ ସପ୍ତାହାନ୍ତରେ ହଂକଂରେ କରୋନା ଭାଇରସ୍ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ ଘଟିଥିଲା ।

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରୁ ନିଖୋଜ ଶହ ଶହ ସରକାରୀ ଡାକ୍ତର, ୨୫ ବର୍ଷ ଧରି କାହାର ନାହିଁ ଖୋଜ ଖବର

ତେବେ କେବଳ ହଂକଂ ନୁହେଁ ସିଙ୍ଗାପୁରରେ ମଧ୍ୟ କରୋନା କେସ୍ ବଢିଚାଲିଛି । ସିଙ୍ଗାପୁରରେ ପୂର୍ବ ସପ୍ତାହ ତୁଳନାରେ କୋଭିଡ କେସ୍ ୨୮ ପ୍ରତିଶତ ବଢିଛି । ରୋଗୀଙ୍କ ସଂଖ୍ୟା ୧୪ ହଜାର ୨୦୦ରେ ପହଞ୍ଚିଛି । ଆଉ ହସ୍ପିଟାଲରେ ଆଡମିଶନ ନେଉଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ୩୦ ପ୍ରତିଶତ ବଢ଼ିଯାଇଛି । ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ କୋଭିଡ ରୋଗୀଙ୍କ ସଂଖ୍ୟା ବଢି ଥାଇପାରେ ବୋଲି ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗତ କିଛି ମାସ ଧରି ଏସିଆରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ସମସ୍ତେ ଟିକା ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଉଛି। ତେବେ ଯେଉଁମାନଙ୍କର ଅଧିକ ରିସ୍କ ରହିଛି ସେମାନେ ବୁଷ୍ଟର ଡୋଜ୍ ନେବାକୁ କୁହାଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Advertisment

ଗତ ୫ ସପ୍ତାହରେ ଚୀନରେ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି। ଯାହାକୁ ନିୟନ୍ତ୍ରଣ ଭିତରେ ରଖିବାକୁ ଚେଷ୍ଟା ଜାରି ରଖିଛି ଚୀନ୍ ।

ସେପଟେ ହଂକଂ, ସିଙ୍ଗାପୁରରେ କୋଭିଡ୍ ସଂକ୍ରମଣ ବଢ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, ଏନେଇ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି । ସେମାନେ କୌଣସି କେସ୍ ରିପୋର୍ଟ କରିନାହାନ୍ତି । ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି । ଆମକୁ ଆଲର୍ଟ ରହିବାକୁ କୁହାଯାଇଛି । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ଟେଷ୍ଟିଂ ଚାଲିଛି । ରାଜ୍ୟରେ ଦୀର୍ଘ ଦିନ ହେଲା ପଜିଟିଭ୍ କେସ୍ ଆସିନି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Advertisment
COVID-19 India Health Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ