/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636728802.jpg)
Corona Third Wave
କୋଲକାତା: କରୋନା ଭାଇରସର ଦ୍ୱିତୀୟ ଲହର ପରେ ରୋଗୀଙ୍କଠାରେ କରୋନାର ଅନେକ ଲକ୍ଷଣ ବଦଳି ଯାଇଛି । କରୋନା ସଂକ୍ରମଣ ଚିହ୍ନଟ କରିବା, ଡାକ୍ତରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ଯେତେବେଳେ ଡାକ୍ତରମାନେ ରୋଗୀଙ୍କୁ କରୋନା ପରୀକ୍ଷା ପାଇଁ କୁହନ୍ତି, ସେତେବେଳେ ଅନେକ ଲୋକ ଏହାକୁ ଗୁରୁତ୍ୱର ସହ ନେଉନାହାଁନ୍ତି । କୋଲକାତାର ଡାକ୍ତରମାନେ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କୁ କରୋନା ଟିକା ଲାଗିସାରିଛି ତେଣୁ ସେମାନେ ଏବେ ଏହି ରୋଗକୁ ଆଉ ଗୁରୁତ୍ୱର ସହ ନେଉ ନାହାନ୍ତି । କରୋନା ଭାଇରସର ତୃତୀୟ ଲହରରେ ଲକ୍ଷଣ ଗୁଡ଼ିକ ବଦଳିଯାଇଛି ଏବଂ ଏହା ବେଶି କ୍ଷତିକାରକ ନୁହେଁ ବୋଲି କୁହାଯାଉଛି । ହେଲେ ଏହାକୁ ହାଲୁକା ଭାବେ ଗ୍ରହଣ କଲେ ବଡ଼ ବିପଦ ଆସିପାରେ । ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ ତେବେ ରୋଗ ମଧ୍ୟ ଗୁରୁତର ହୋଇପାରେ ।
ଡାକ୍ତରଙ୍କ କହିବାନୁଯାୟୀ ରୋଗୀମାନେ କରୋନା ପରୀକ୍ଷା କରିବାକୁ ଆଗ୍ରହୀ ହେଉ ନାହାନ୍ତି । ଡାକ୍ତରଙ୍କ ପରାମର୍ଶକୁ ଅଣଦେଖା କରୁଛନ୍ତି । କରୋନା ପରୀକ୍ଷଣରେ ଅଭାବ ଯୋର୍ଗୁ ଏବେ ସଂକ୍ରମଣର ପ୍ରକୃତ ଆକଳନ କରାଯାଇପାରୁ ନାହିଁ । ଗୋଟିଏ ପରିବାରକୁ ଲମ୍ବା ସମୟ ପର୍ଯ୍ୟନ୍ତ ଥଣ୍ଡା-କାଶ ହେବା ମଧ୍ୟ କରୋନା ଲକ୍ଷଣ ହୋଇପାରେ । ତେଣୁ ଏହା କୁହାଯାଉଛି ଯେ, କରୋନା ନିଜର ଲକ୍ଷଣ ବଦଳାଉଛି । ବାଲିଗଞ୍ଜର ଡକ୍ଟର ସାବ୍ୟସାଚି ବର୍ଦ୍ଧନ କହିଛନ୍ତି ଯେ, ପାଣିପାଗ ପାଗରେ ପରିବର୍ତ୍ତନ ହେତୁ ସାଧାରଣତଃ ନଭେମ୍ବର-ଡିସେମ୍ବରରେ ଥଣ୍ଡା, କାଶ ଏବଂ ଫ୍ଲୁ ହୋଇଥାଏ । କିନ୍ତୁ ଯେତେବେଳେ ଏହା ଏକ ପରିବାରରେ ଦୀର୍ଘ ସମୟ ଧରି ଲାଗି ରହିଥାଏ ଏବଂ ରୋଗୀମାନେ ସ୍ୱାଦ ଏବଂ ଗନ୍ଧ ଜାଣିପାରି ନଥାନ୍ତି, ତେବେ ତାହା କରୋନାର ଲକ୍ଷଣ ହୋଇପାରେ । ସେହି କ୍ଷେତ୍ରରେ ତୁରନ୍ତ ପରୀକ୍ଷା କରିବା ଏବଂ ଚିକିତ୍ସା କରାଇବା ଜରୁରୀ ବୋଲି ଡାକ୍ତର କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଏହି ଲକ୍ଷଣ ଥିବା ଲୋକମାନଙ୍କର ପରୀକ୍ଷା କରାଗଲା, ସେତେବେଳେ ସେମାନେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଘରେ ହିଁ ସୁସ୍ଥ ହୋଇଗଲେ । ହେଲେ କିଛି ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡୁଛି । ଡାକ୍ତର ଦେବବ୍ରତ ସାହା କହିଛନ୍ତି ଯେ, ଗୋଟିଏ ସପ୍ତାହରେ ପ୍ରାୟ ୪୦ଟି ଏଭଳି ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ କେବଳ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ଡାକ୍ତରଙ୍କ କହିବାନୁଯାୟୀ, ଏବେ ଲୋକମାନେ କଫ ଯୁକ୍ତ କାଶ ପାଇଁ ଅଭିଯୋଗ କରୁଛନ୍ତି କିନ୍ତୁ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଶୁଖିଲା କାଶ ଯୋଗୁଁ ଅଧିକ ରୋଗୀ ଡାକ୍ତରଙ୍କ ପାଖକୁ ଆସୁଥିଲେ । ଏହା ସହିତ ରୋଗୀଙ୍କ ଏବେ ସାମାନ୍ୟ ଜ୍ୱର ହେଉଛି କିନ୍ତୁ ପୂର୍ବରୁ ଉଚ୍ଚ ତାପମାତ୍ରାରେ ଜ୍ୱର ହେଉଥିଲା ।
ଏଥିସହିତ ଡକ୍ଟର ରଞ୍ଜିତ ଦାସ କହିଛନ୍ତି ଯେ ପୂର୍ବରୁ ଏହି ଲକ୍ଷଣ ଥିବା ଦଶ ଜଣଙ୍କ ମଧ୍ୟରୁ ୭ ଜଣ କରୋନା ପଜିଟିଭ ହେଉଥିଲେ । କିନ୍ତୁ ଏବେ ଦଶ ଜଣଙ୍କ ମଧ୍ୟରୁ କେବଳ ଦୁଇ-ତିନି ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସେ କହିଛନ୍ତି ଯେ, ଟିକାକରଣ ଦ୍ୱାରା ଲୋକଙ୍କର ଅନେକ ଫାଇଦା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)