Advertisment

ରାଜଧାନୀରେ ହେବନି ଲକଡାଉନ୍ ! ସ୍ଥିତି ନିୟନ୍ତ୍ରଣ ଥିବା କହିଲେ ମୁଖ୍ୟମନ୍ତ୍ରୀ

ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ହେଁ ରାଜଧାନୀରେ ଲକଡାଉନ୍ ସ୍ଥିତି ଉପୁଜିନି ।

author-image
Prangyan Parimita
ଅଦ୍ୟତନ ହୋଇଛି
lockdown

lockdown

ନୂଆଦିଲ୍ଲୀ: କରୋନା ପାଇଁ ସଜାଗ ଦିଲ୍ଲୀ ସରକାର । ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରାଜଧାନୀରେ ଲକଡାଉନ୍ ହେବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମାସ୍କ ପିନ୍ଧିଲେ ତାଲାବନ୍ଦ କରିବାର ଆବଶ୍ୟକତା ପଡ଼ିବନି । ବର୍ତ୍ତମାନ ଲକଡାଉନ୍ ଲଗାଇବା ପାଇଁ କୌଣସି ନିଷ୍ପତ୍ତି ହୋଇନି । ଦିଲ୍ଲୀ କରୋନା ସ୍ଥିତି ସଙ୍ଗୀନ ଥିବାବେଳେ ଚିନ୍ତା ନକରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

କେନ୍ଦ୍ର ସରକାରଙ୍କ ସହ ଲଗାତାର ସଂକ୍ରମଣ ସମ୍ପର୍କରେ ଆଲୋଚନା କରାଯାଉଛି । କେନ୍ଦ୍ରର ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହାପୂର୍ବରୁ ଦିଲ୍ଲୀର ଲୋକମାନେ ସାହସର ସହ କରୋନାର ଦ୍ୱିତୀୟ ଲହରର ମୁକାବିଲା କରି ତାକୁ ହରାଇଥିଲେ । ତୃତୀୟ ଲହରକୁ ମଧ୍ୟ ଦିଲ୍ଲୀବାସୀ ମାତ୍‌ ଦେବେ । ଅନ୍ୟପଟେ ଟିକା ନେଇନଥିବା ଲୋକେ ଟିକା ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଟିକାକରଣର ଅର୍ଥ ନୁହେଁ ସଂକ୍ରମିଣ ଶିକାର ହେବ ନାହିଁ । ଟିକାକରଣ ଦ୍ୱାରା ଜୀବନ ପ୍ରତି ଥିବା ବିପଦ ହ୍ରାସ ପାଇଥାଏ ବୋଲି ସେ କହିଛନ୍ତି।

ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ୍ । ପ୍ରାୟ ୭ରୁ ୮ ଦିନ ସେ ହୋମ୍‌ ଆଇସୋଲେସନ୍‌ରେ ଥିଲେ । ସଂକ୍ରମିତ ହେବା ପରେ ତାଙ୍କୁ୨ ଦିନ ଜ୍ୱର ହୋଇଥିଲା । ଏହାପରେ ଠିକ୍ ହୋଇଯାଇଥିବା କଥା ସେ କହିଛନ୍ତି । କରୋନା ନିୟମାନୁସାରେ ୭ରୁ ୮ ଦିନ ଯାଏଁ ସେ ହୋମ୍‌ ଆଇସୋଲେସନରେ ରହିଥିଲେ, କିନ୍ତୁ ଫୋନ୍‌ ମାଧ୍ୟମରେ ଦିଲ୍ଲୀର ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହ କରୋନା ଉପରେ ଦୃଷ୍ଟି ରଖୁଥିବା କଥା କହିଛନ୍ତି ।’

Advertisment

ରାଜଧାନୀରେ ଦ୍ରୁତ ଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହେଲେ ଏପରି ସମୟରେ ଭୟଭୀତ ହେବା ଆବଶ୍ୟକ ନୁହେଁ । ଦ୍ୱିତୀୟ ଲହର ଆସିଥିବା ସମୟରେ ପ୍ରତିଦିନ ଏତିକି ହିଁ ସଂକ୍ରମିତ ହେଉଥିଲେ ବୋଲି କହିଛନ୍ତି ଲୋକଙ୍କୁ ଅଶ୍ୱାସନା ଦେଇଛନ୍ତି କେଜ୍ରିୱାଲ।

Arvind Kejriwal
Advertisment
Advertisment