Advertisment

ଚୀନରେ କରୋନାର ଦ୍ରୁତ ସଂକ୍ରମଣ : ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

କରୋନା ସଂକ୍ରମଣ ଚାଇନାର ଦୈନିକ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Corona Virus in China

ଚୀନରେ ପୁଣି ଦ୍ରୁତ ବେଗରେ ବ୍ୟାପିଲାଣି କରୋନା ଭାଇରସ୍ । ଗତ ୨୪ ଘଣ୍ଟାରେ ଚୀନରେ ୨୦ ହଜାର କୋଭିଡ୍ କେସ୍ ସାମ୍ନାକୁ ଆସିଛି । ମହାମାରୀ ଆରମ୍ଭ ହେବାଠାରୁ ଚୀନରେ ଦୈନିକ ସଂକ୍ରମଣରେ ଏହା ସର୍ବାଧିକ ବୋଲି କୁହାଯାଉଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂଘାଇରେ ଲକଡାଉନ କଟକଣା ଜାରି କରାଯାଇଛି । ଚୀନର ଜିରୋ କୋଭିଡ୍ ପଲିସି ସତ୍ୱେ ସଂକ୍ରମଣ ବଢ଼ିଚାଲିଛି ।

Advertisment

ମାର୍ଚ୍ଚ ଆରମ୍ଭରୁ ଚୀନରେ ଆଂଶିକ ଲକଠାଉନ୍ ଏବଂ ସାମୂହିକ ଟେଷ୍ଟିଂ ଯୋଗୁଁ କୋଭିଡ୍ କେସ୍ ସାମାନ୍ୟ ରହିଥିଲା । ତେବେ ଗତ ସପ୍ତାହେ ହେଲା ଚୀନରେ ଦୈନିକ ସଂକ୍ରମଣ ହଜାରେ ପାର୍ କରିଥିଲା । ଦ୍ରୁତ ସଂକ୍ରମିତ ଓମିକ୍ରନ୍ ଭ୍ୟାରିଆଣ୍ଟ ଯୋଗୁଁ ଏଭଳି ହୋଇଥିବା ସୂଚନା ମିଳିଛି । ଚୀନରେ ଗତ ୨୪ ଘଣ୍ଟାରେ ୨୦ ହଜାର ୪୭୨ ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ୨୪ ଘଣ୍ଟାରେ କରୋନାରେ କାହାରି ମୃତ୍ୟୁ ହୋଇନଥିବା ଜଣାପଡ଼ିଛି ।

ସେହିପରି ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ନାହିଁ। ସଙ୍ଘାଇରେ ସଂକ୍ରମଣ ରୋକିବାକୁ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ସଂକ୍ରମିତ ହେଉଥିବା ଲୋକଙ୍କୁ ଅଲଗା ବିଲଡିଂରେ ରଖାଯାଉଛି। ଏପରି କି କୌଣସି ଛୋଟ ପିଲା କରୋନା ଆକ୍ରାନ୍ତ ହେଲେ, ସେମାନଙ୍କୁ ବାପା ମା’ଙ୍କ ଠାରୁ ଅଲଗା କରି ଦିଆଯାଉଛି। ଏହାକୁ ନେଇ ପରିବାର ଲୋକ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। କରୋନା ପିକ୍ ସମୟରେ ମଧ୍ୟ ଚୀନରେ ଦୈନିକ ସଂକ୍ରମଣ ଏତେ ହୋଇନଥିଲା । ଏବେ ଦୈନିକ ୨୦ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସିବା ଚୀନ୍ ପାଇଁ ଚିନ୍ତାର କାରଣ ପାଲଟିଛି ।

Advertisment
COVID-19 China Corona Virus
Advertisment
Advertisment