Advertisment

କାଲିଠୁ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ବୁଷ୍ଟର୍‌ ଡୋଜ୍ ଟିକାକରଣ

ଭୟାବହ ସଂକ୍ରମଣ। ୨୪ଘଣ୍ଟାରେ ୪ହଜାର ୭ଶହ ୧୪ନୂଆ ପଜିଟିଭ୍। ମେଡିକାଲରେ ଭର୍ତ୍ତି ହେଉଛନ୍ତି ମାତ୍ର ୩ ପ୍ରତିଶତ ରୋଗୀ। କାଲିଠୁ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ। ବହୁବିଧ ଆକ୍ରାନ୍ତ ବରିଷ୍ଠ ନାଗରିକ ବି ନେବେ ବୁଷ୍ଟର୍ ଡୋଜ୍।

author-image
Pramod Behera
Booster dose for frontline workers from tomorrow

Booster dose for frontline workers from tomorrow

ଭୁବନେଶ୍ୱର (ବିବର୍ତ୍ତନ ପଣ୍ଡା): ଦେଶ ଅବା ରାଜ୍ୟ, ସବୁଠି କରୋନା ସଂକ୍ରମଣର ପ୍ରଖର ସୁଅ। ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ଡେଇଁଥିବା ବେଳେ ରାଜ୍ୟରେ ୪ହଜାର ୭ଶହ ଉପରକୁ ଗଲାଣି। ଭୁବନେଶ୍ୱରରେ ଆଜି ଆଉ ୭ ସ୍ଥାନକୁ କଣ୍ଟେନ୍‌ମେଣ୍ଟ୍‌ ଘୋଷଣା କରିଛି ବିଏମ୍‌ସି। ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରିକ୍‌ସନ୍ ଡୋଜ୍ ଟିକାକରଣ। ଯେଉଁମାନେ ୯ ମାସ ପୂର୍ବରୁ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଛନ୍ତି, ସେମାନେ ପ୍ରିକ୍‌ସନ୍ ଡୋଜ୍ ନେଇପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ସେପଟେ ରାଜ୍ୟରେ କୋଭିଡ୍ ସ୍ଥିତି ଓ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।

Advertisment

ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୫୯ ହଜାର ୬୩୨ ନୂଆ ପଜିଟିଭ୍, ଯାହାକି ଗତକାଲିଠୁ ୧୭ ହଜାରରୁ ଅଧିକ। ଦୈନିକ ପଜିଟିଭିଟି ହାର ୧୦.୨୧ ପ୍ରତିଶତକୁ ବଢ଼ିଛି। ୬ ଲକ୍ଷ ମୁହାଁ ହେଲାଣି ଆକ୍ଟିଭ୍ କେସ୍। ସେହିପରି ରାଜ୍ୟରେ ବି ସଂକ୍ରମଣରେ ସୃଷ୍ଟି ହୋଇଛି ପୁଣି ଅଲୋଡ଼ା ରେକର୍ଡ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ ହଜାର ୭୧୪ ନୂଆ ସଂକ୍ରମିତ। ରେଡ୍ ଜୋନ୍‌ରେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୬୧୯ ପଜିଟିଭ୍ ବାହାରିଥିବାବେଳେ ୟଲୋ ଜୋନ୍ ସୁନ୍ଦରଗଡ଼ରୁ ୬୬୨, ସମ୍ବଲପୁରରୁ ୪୩୭ ଓ କଟକରୁ ୩୬୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

କରୋନା ହଟସ୍ପଟ୍ ଭୁବନେଶ୍ୱରର ଦକ୍ଷିଣପୂର୍ବ ଜୋନ୍‌ର ଆଉ ୭ ସ୍ଥାନକୁ କଣ୍ଟେନ୍‌ମେଣ୍ଟ୍‌ ଘୋଷଣା କରିଛି ବିଏମସି। ଏହାକୁ ମିଶାଇ ପୂରା ରାଜଧାନୀରେ ୨୫ଟି କଣ୍ଟେନ୍‌ମେଣ୍ଟ୍‌ ଜୋନ୍ କରାଗଲାଣି। ଓଡ଼ିଶାରେ ସଂକ୍ରମଣ ସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଗତକାଲି ଚିହ୍ନଟ ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଲୋକାଲ୍‌ ଓ ଅନ୍ୟ ୮ ଜଣଙ୍କର ବିଦେଶ ଲିଙ୍କ୍ ରହିଛି। ସେମାନଙ୍କ କଣ୍ଟାଣ୍ଟ ଟ୍ରେସିଂ ସରିଛି। ସଂକ୍ରମଣ ପ୍ଲାଟୋ ସ୍ଥିତିକୁ ନଆସିବା ଯାଏଁ, କମିବା କଥା କହିହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି।

Advertisment

ତେବେ ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆସନ୍ତାକାଲିଠୁ ଅରମ୍ଭ ହେଉଛି ପ୍ରିକ୍‌ସନ୍ ଡୋଜ୍ ଟିକାକରଣ। ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବ ର୍ଷରୁ ଉର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଦିଆଯିବ ଏହି ଡୋଜ୍। ଏ ସମ୍ପର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଯେଉଁମାନେ ଟିକାର ଡବଲ ଡୋଜ୍ ନେଇ ସାରିଛନ୍ତି, ସେମାନେ ପ୍ରିକ୍‌ସନ୍‌ ଡୋଜ୍ ନେଇପାରିବେ। ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ମାସ ବା ୩୯ ସପ୍ତାହ ପରେ ହିଁ ଏହି ଡୋଜ୍ ନେଇହେବ। ଯିଏ ପୂର୍ବରୁ ଯେଉଁ ଟିକା ନେଇଛନ୍ତି, ପ୍ରିକ୍‌ସନ୍ ଡୋଜ୍ ଭାବେ ସମାନ ଟିକା ଦିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କରୋନା ହଟ୍‌ସ୍ପଟ୍ ରାଜଧାନୀରେ ପୁଣି କୋଭିଡ୍ ହସ୍ପିଟାଲ୍‌ଗୁଡ଼ିକୁ ପ୍ରସ୍ତୁତ କରିଛି ବିଏମ୍‌ସି। ହାଇଟେକ୍, କିମ୍ସ, ସମ୍ ଓ ଆଦିତ୍ୟ ଅଶ୍ୱିନୀରେ ପୁଣି କୋଭିଡ୍ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ କରିବାକୁ ଚୁକ୍ତି ସ୍ୱାକ୍ଷରିତ ହୋଇଥିବାବେଳେ ପଟିଆ ଓ ଡୁମୁଡୁମାରେ ବିଏମ୍‌ସି ପକ୍ଷରୁ ୨ଟି କୋଭିଡ୍ କେୟାର ସେଣ୍ଟର ବି ଖୋଲାଯାଇଛି। ସେପଟେ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ଭର୍ଚୁଆଲ ମୋଡ୍‌ରେ ବିଭିନ୍ନ ଜିଲ୍ଲାର ଚିକିତ୍ସାଧୀକାରୀଙ୍କ ସହ ସେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିଛନ୍ତି।

Odisha News
Advertisment
Advertisment