• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟିକା ନେଇ ବନ୍ଧା ହେବେ । ମହଙ୍ଗା ପଡ଼ିଲା କରୋନା ଭୟରେ ୧୧ ଥର ଟିକା ନେବା । ଧୋକା ଦେଇ ଟିକା ନେଇଥିଲେ, ଏବେ ଗିରଫ ହେବେ । ନିକଟରେ ବିହାରର ମଧେପୁରା ଜିଲ୍ଲାର ୮୪ ବର୍ଷିୟ ବ୍ରହ୍ମାଦେବ ମଣ୍ଡଳ ଭୁଲ ଉପାୟରେ ୧୧ ଥର କରୋନା ଟିକା ନେଇ ଚର୍ଚ୍ଚାର ପରିଧିକୁ ଆସିଥିଲେ । ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି କୁହାଯାଉଛି । ବ୍ରହ୍ମଦେବ ମଣ୍ଡଳଙ୍କ ବିରୋଧରେ ଥାନାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶଃ ବିନୟ କୃଷ୍ଣ ପ୍ରସାଦଙ୍କ ଅଭିଯୋଗ କରିଛନ୍ତି ।

ତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ବର୍ତ୍ତମାନ ଗିରଫ କରାଯିବ । ବ୍ରହ୍ମାଦେବ ମଣ୍ଡଳଙ୍କ ବିରୋଧରେ ଆଇପିସିର ଧାରା ୧୮୮, ୪୧୯ ଓ ୪୨୦ ଅନୁସାରେ ମାମଲା ରୁଜୁ ହୋଇଛି, ଯାହା ଜାମିନବିହୀନ ଅଟେ । ତେବେ ଅଧିକ ବୟସ ଦର୍ଶାଇ ବ୍ରହ୍ମଦେବ ମଣ୍ଡଳ ଗିରଫ ହେବା ପରେ ଜାମିନ ପାଇପାରିବେ।

ସୂଚନା ଅନୁସାରେ ମଧେପୁରାର ବ୍ରହ୍ମାଦେବ ମଣ୍ଡଳ କରୋନା ଭୟରେ ୧୧ ଥର କରୋନା ଟିକା ନେଇଥିଲେ । ଭ୍ୟାକ୍ସିନ୍‌କୁ ବ୍ରହ୍ମାଙ୍କ ବରଦାନ କହି ସେ ଏତେ ମାତ୍ରାରେ ଟିକା ନେଇଥିଲେ । ଟିକା ନେବା ପରେ ଅଣ୍ଟା ବିନ୍ଧା  ଭଲ ହୋଇଯାଇଥିଲା ଓ ଅକ୍ସିଜେନ ସ୍ତର ମଧ୍ୟ ଯଥେଷ୍ଟ ଅଧିକ ଥିବା କହିଥିଲେ । ସେ ୧୩ ଫେବୃଆରୀ ୨୦୨୧ ରେ ପ୍ରଥମ ଡୋଜ୍ ଟିକା ନେଇଥିଲେ । ଏବଂ ୩୦ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଟିକାର ୧୧ଟି ଡୋଜ ନେଇସାରିଥିଲେ । ତାଙ୍କ ପାଖରେ ସମସ୍ତ ଟିକାକରଣର ତାରିଖ ଏବଂ ସମୟ ମଧ୍ୟ ରହିଛି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ୧୧ଥର କରୋନା ଟିକା ନେବା ପରେ ମଧ୍ୟ ବ୍ରହ୍ମାଦେବଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ । ହେଲେ ୧୧ଥର କରୋନା ଟିକା ନେଇ ୮୪ ବର୍ଷୀୟ ଏହି ବୃଦ୍ଧଙ୍କ ଦାବି ପରେ ବିହାରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା ।