Advertisment

କୋଭିଡ୍ ହସ୍ପିଟାଲରେ ବଢ଼ିଲା ବେଡ୍‌ ସଂଖ୍ୟା, ଖୋଲିଲା ନୂଆ କୋଭିଡ୍‌ କେୟାର; ଜାଣନ୍ତୁ କେଉଁଠି..

କୋଭିଡ୍ ହସ୍ପିଟାଲ ସଂଖ୍ୟା ୪ ଏବଂ ଶଯ୍ୟାସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍‌ରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀରେ ୧୫୦ ବେଡ୍‌ର ବ୍ୟବସ୍ଥା ଥିଲା ।

ଅଦ୍ୟତନ ହୋଇଛି
BMC Increase Covid Bed

BMC Increase Covid Bed

Advertisment

ଭୁବନେଶ୍ୱରରେ ବଢ଼ିଲା କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ହାଇଟେକ୍ ଓ କିମ୍‌ସ ହସ୍ପିଟାଲ ସହ BMCର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସମ୍ ଓ ଅଶ୍ୱିନୀକୁ ମିଶାଇ କୋଭିଡ ହସ୍ପିଟାଲ ସଂଖ୍ୟା ୪କୁ ବୃଦ୍ଧି ପାଇଛି । କିମ୍‌ସରେ ୫ଶହ ଓ ହାଇଟେକ୍‌ରେ ୧୩୯ କୋଭିଡ୍ ବେଡ୍‌ର ବ୍ୟବସ୍ଥା କରାଯାଇଛି । ଫଳରେ କୋଭିଡ୍ ହସ୍ପିଟାଲ ସଂଖ୍ୟା ୪ ଏବଂ ଶଯ୍ୟାସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍‌ରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀରେ ୧୫୦ ବେଡ୍‌ର ବ୍ୟବସ୍ଥା ଥିଲା ।

Advertisment

ତେବେ ବର୍ତ୍ତମାନ ଭୁବନେଶ୍ୱରରେ କୋଭିଡ୍ ଶଯ୍ୟାସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି ଏହାସହ BMC ପକ୍ଷରୁ ପଟିଆ ଓ ଡୁମୁଡୁମାରେ ୨ଟି କୋଭିଡ୍ କେୟାର ସେଣ୍ଟର ମଧ୍ୟ ଖୋଲାଯାଇଛି । ଆବଶ୍ୟକ ହେଲେ ଆହୁରି ସଂଖ୍ୟା ବଢାଯିବ ବୋଲି କହିଛନ୍ତି BMC କମିନର ସଂଜୟ ସିଂ ।

ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିଛନ୍ତି ଯେ, ସବୁ ରାଜ୍ୟରେ ସଂକ୍ରମଣ ବଢୁଛି, ଓଡ଼ିଶାରେ ମଧ୍ୟ ବଢୁଛି । ଶନିବାର ଚିହ୍ନଟ ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଲୋକାଲ ଥିବାବେଳେ ଅନ୍ୟ ୮ ଜଣଙ୍କର ଫରେନ୍ ଟ୍ରାଭେଲ ହିଷ୍ଟ୍ରି ରହିଥିବା ସେ କହିଛନ୍ତି । ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ପ୍ଲାଟୋ ଷ୍ଟେଜକୁ ନଆସିବା ଯାଏଁ ସଂକ୍ରମଣ କେବେ କମିବ ତାହା କହିହେବନି ବୋଲି ସେ କହିଛନ୍ତି । କଟକଣା ଜାରି କରାଯାଇଛି, ସମସ୍ତେ କୋଭିଡ୍ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି । ତେବେ ସେମାବରଠୁ ପ୍ରିକସନ୍ ଡୋଜ୍ ଟିକାକରଣ ଆରମ୍ଭ ହେବ ବୋଲି ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Advertisment

ସେହିଭଳି ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। BMC(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଭୁବନେଶ୍ୱର ଦକ୍ଷିଣପୂର୍ବ ଜୋନ୍‌ର ଆଉ ୭ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି। ଏକାଧିକ ପଜିଟିଭ ଚିହ୍ନଟ ପରେ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। 

କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ କଟକଣା ଲାଗୁ ହେବା ସହ ଏହି ସମୟରେ BMC ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ। ସୂଚନାଥାଉ କି, ଗତକାଲି ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଥିଲା BMC। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ବିଏମ୍‌ସିର ନର୍ଥ ଜୋନ୍‌ର ୪ଟି ଓ ଦକ୍ଷିଣପୂର୍ବ ଜୋନ୍‌ର ୭ଟି ସ୍ଥାନ କଣ୍ଟେନମେଣ୍ଟ କରାଯାଇଛି।

Advertisment
COVID-19 Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ