Advertisment

୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
covid vaccine for children

covid vaccine for children

Advertisment

ଭୁବନେଶ୍ୱର: ରାଜ୍ୟରେ ଆଜି ୯ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୬୯୯, ଲୋକାଲ୍ କେସ୍ ୪୧୩୪ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୭୨ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। 

Advertisment

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨,୯୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼- ୧୧୩୪, କଟକ- ୭୭୪, ଷ୍ଟେଟପୁଲ୍- ୫୭୭, ମୟୂରଭଞ୍ଜ- ୨୯୫, ବଲାଙ୍ଗିର- ୨୮୮, ବାଲେଶ୍ୱର- ୨୮୬, ରାୟଗଡ଼ା- ୨୭୪, ଯାଜପୁର- ୨୫୬, ସମ୍ବଲପୁର- ୨୦୬, କୋରାପୁଟ- ୧୭୪, ବରଗଡ଼- ୧୭୨ ରହିଛି। 

ସେହିପରି ବୌଦ୍ଧ-୧୨୦, ଦେବଗଡ-୪୭, ଢେଙ୍କାନାଳ-୯୫, ଗଜପତି-୮୮, ଗଞ୍ଜାମ-୬୯, ଜଗତସିଂହପୁର ୧୫୨,  କେନ୍ଦ୍ରାପଡା-୯୯, କେଉଁଝର-୧୬୮, ମାଲକାନଗିରି ୫୬ ରହିଛି। ସେହିପରି ନବରଙ୍ଗପୁରରେ ୧୫୬, ନୟାଗଡ଼ ୨୯୨, ନୂଆପଡା ୧୭୩, ପୁରୀ ୧୪୬, ରାୟଗଡା ୨୭୪, ସମ୍ବଲପୁର-୨୦୬ ରହିଛି। 

Advertisment

ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି। କଟକ ଜିଲ୍ଲାରୁ ଦିନକରେ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ପୁରୀ ଓ ଢେଙ୍କାନାଳରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗତକାଲି  ୧୦,୩୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୯୦ ଜଣ ଚିହ୍ନଟ ।

Advertisment
COVID19 Omicron Variant Omicron Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ