• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • SCB ରେ ଲାଗିବ ECMO

  • ଆସିବ ୯ ECMO ମେସିନ୍‌

  • ବଡ଼ ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ ACS

  • ଅଗଷ୍ଟ ୧୫ ରୁ କାର୍ଯ୍ୟକ୍ଷମ ହେବ ମେସିନ୍‌

ଭୁବନେଶ୍ୱର: କଟକ ଏସସିବି ମେଡିକାଲରେ ଲାଗିବ ୯ ଇକମୋ ମେସିନ୍।ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଓଡ଼ିଶାକୁ ୯ଟି ଇକମୋ ମେସିନ୍‌ ଆସିବ। ଆସିବାକୁ ଥିବା ସମସ୍ତ ମେସିନ୍‌ ଏସସିବିରେ ହିଁ ଲାଗିବ । ୯ରୁ ୬ଟି ରାଜ୍ୟ ସରକାରଙ୍କ ପାଣ୍ଠି, ୩ଟି ସିଏସଆରରୁ କିଣାଯିବ ବୋଲି ସେ କହିଛନ୍ତି। ଇକମୋ ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ଚୟନ ସରିଛ। ସେମାନଙ୍କୁ ଟ୍ରେନିଂ ଦେବାକୁ କୋଲକାତା ପଠାଯିବ ବୋଲି ଏସିଏସ୍ କହିଛନ୍ତି। ଜୁଲାଇ ୩୧ ସୁଦ୍ଧା ଟ୍ରେନିଂ ସରିବ, ଅଗଷ୍ଟ ୧୫ରୁ ଇକମୋ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ତେବେ ପୂର୍ବରୁ ଭୁବନେଶ୍ୱର ଏମ୍ସରେ ୨ଟି ECMO ମେସିନ ଲାଗିବ ବୋଲି ସୂଚନା ମିଳିଥିଲା। ଗୁରୁତର କୋଭିଡ ରୋଗୀ ଏବଂ ଅନ୍ୟାନ୍ୟ ଆଇସିୟୁ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଲାଗିବ ECMO ମେସିନ୍। ECMO ପରିଚାଳନା ପାଇଁ ଏମ୍ସ ଅଧତ୍କ ଟେକ୍ନିସିଆନ ନିଯୁକ୍ତ କରୁଛି। ଏବେ କିଛି ଅଧ୍ୟାପକଙ୍କୁ ମେସିନ ପରିଚାଳନା ତାଲିମ ଦିଆଯାଇଛି। ଏନେଇ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ପକ୍ଷରୁ ସୂଚନା ମିଳିଛି।

OTV is now on Whatsapp

Join and get latest news update delivered to you via whatsapp

Join Now