Advertisment

ରାଜ୍ୟରେ ୮୦୦ ଟପିଲା ଦୈନିକ ସଂକ୍ରମଣ; ଆଜି ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା

ରାଜ୍ୟରେ ଘାଏଁ ଘାଏଁ ବଢ଼ୁଛି କରୋନା ମିଟର । ରାଜ୍ୟରେ ଆଜି ୮ଶହ ପାର କଲା ଦୈନିକ କୋଭିଡ୍ ପଜିଟିଭ୍ ସଂଖ୍ୟା....

author-image
Otv Khabar Bureau
ଅଦ୍ୟତନ ହୋଇଛି
804 new COVID19 positive cases detected in Odisha in last 24 hours

804 new COVID19 positive cases detected in Odisha in last 24 hours

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୮ ଶହ ଟପିଲା । ୨୪ ଘଣ୍ଟାରେ ୮୦୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଛନ୍ତି ।ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୭୧ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୩୩୩ ରହିଛି । ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୧ ଜଣ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୩୦୭, କଟକରୁ ୧୧୯ ସଂକ୍ରମିତ ଚିହ୍ନଟ ହୋଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୬ ହଜାର ୧୩୨କୁ ବୃଦ୍ଧି ପାଇଛି । ତେବେ ଆକ୍ଟିଭ କେସ୍ ସଂଖ୍ୟା ୪୨୬୨ ଥିବାବେଳେ ୧୨ ଲକ୍ଷ ୮୨ ହଜାର ୬୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Advertisment

ରାଜ୍ୟର କେଉଁ ସ୍ଥାନରୁ କେତେ ଆକ୍ରାନ୍ତ ଚିହ୍ନଟ :- 

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୩, ବାଲେଶ୍ୱରରୁ ୧୧,ବରଗଡ଼ରୁ ୧, ଭଦ୍ରକରୁ ୯, ବଲାଙ୍ଗିରରୁ ୫,ବୌଦ୍ଧରୁ ୨, ଦେବଗଡ଼ ୧, ଗଜପତିରୁ ୫, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୯, କଳାହାଣ୍ଡିରୁ ୮,କନ୍ଧମାଳରୁ ୧, କେନ୍ଦୁଝରରୁ ୫, କୋରାପୁଟରୁ ୬,ମାଲକାନଗିରିରୁ ୧, ମୟୂରଭଂଜରୁ ୨୮, ନୟାଗଡରୁ ୧୭, ନୂଆପଡ଼ାରୁ ୯, ପୁରୀରୁ ୨୮, ରାୟଗଡ଼ା ୨,ସମ୍ବଲପୁରରୁ ୩୦,ସୋନପୁରରୁ ୯, ସୁନ୍ଦରଗଡରୁ ୮୦, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ଆଜି ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା :-       

ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ସରକାର ଗୁରୁତ୍ୱ ସହ ନେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବେ ଅପରାହ୍ଣ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରିବେ । ଏଥିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ରହିବେ ।

କାଲିଠାରୁ ମିଳିବ ବୁଷ୍ଟର ଡୋଜ୍ :- 

ସେହିପରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାଲିଠାରୁ ୧୮ରୁ ୫୯ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ । ୭୫ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟିକାକରଣ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ପ୍ରାୟ ଅଢ଼େଇ ହଜାର ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ୍ ଦେବାକୁ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ଗୁଡିକରେ ଟିକା ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ବୁଷ୍ଟର ଡୋଜ୍ ନେବା ପାଇଁ ହିତାଧିକାରୀଙ୍କ ତୁଳନାରେ ଯଥେଷ୍ଟ ପରିମାଣର ଟିକା ନାହିଁ । ତେବେ ଆଜି କେନ୍ଦ୍ର ସରକାରଙ୍କ ସହିତ ହେବାକୁ ଥିବା ବୈଠକରେ ଅବଗତ କରାଯିବ ବୋଲି ସେ କହିଛନ୍ତି । ତେବେ ୯୯% ଲୋକ ବୁଷ୍ଟର ଡୋଜ୍ ନେଇନାହାନ୍ତି । ମାଗଣା ପ୍ରିକସନ୍ ଡୋଜ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କାଲିଠୁ ମାଗଣା ପ୍ରିକସନ୍ ଡୋଜ ଆରମ୍ଭ ହେବ । ତେବେ ଆଗମୀ ୭୫ ଦିନ ଯାଏଁ ମାଗଣାରେ ଟୀକାକରଣ ଚାଲିବ । ୩ ହଜାର ସରକାରୀ ମେଡିକାଲରେ ଟିକାକରଣ ହେବ । ଟିକାକରଣ ପାଇଁ ଉଭୟ ଅଫଲାଇନ ଓ ଅନଲାଇନରେ ବ୍ୟବସ୍ଥା କରାଯାଇଛି । 

ଦେଶରେ ୨୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ :-   

ଦେଶରେ ଦୈନିକ କରୋନା ସଂକ୍ରମଣ ୨୦ ହଜାର ଟପିଛି । ଦିନକରେ ୨୦ ହଜାର ୧୩୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୫ ହଜାର ୫୫୭କୁ ବୃଦ୍ଧି ପାଇଛି । ଏହାସହ ଦେଶରେ ଦୈନିକ ସଂକ୍ରମଣ ହାର ୫.୧ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୬ ହଜାର ୭୬କୁ ବୃଦ୍ଧି ପାଇଛି । ତେବେ ଏଯାଏ ଦେଶରେ ୪ କୋଟି ୩୦ ଲକ୍ଷ ୨୮ ହଜାର ୩୫୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।

COVID-19 Odisha Corona Update
Advertisment
Advertisment