• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଦେଶରେ ଦିନକରେ ୩ ଲକ୍ଷ ୩୩ ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ । କ୍ରମାଗତ ଚତୁର୍ଥ ଦିନ ହେଲା ଦେଶରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଶନିବାର ଅର୍ଥାତ୍ ଗତକାଲି ତୁଳନାରେ ଚାରି ହଜାର କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ଦିନ ୨୪ ଘଣ୍ଟା ମଧ୍ୟରେ ୩.୩୭ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେହିପରି ଆଜି ଦେଶରେ ଦିନକରେ ୫୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାର ୪୦୯କୁ ବୃଦ୍ଧି ପାଇଛି । ଅନ୍ୟପଟେ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୫୯ ହଜାର ୧୬୮ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ ୨୧,୮୭,୨୦୫ ଥିବା ବେଳେ ୩,୬୫,୬୦,୬୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ରିକଭରି ରେଟ୍ ୯୩.୧୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ଦେଶରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମୋଟ ସଂକ୍ରମଣର ୫,୫୭ ପ୍ରତିଶତ ଅଟେ । ସେହିପରି ଦେଶରେ ଦୈନିକ ପଜିଟିଭିଟି ହାର ୧୭.୭୮ ପ୍ରତିଶତ ଥିବାବଳେ ସାପ୍ତାହିକ ପଜିଟିଭିଟି ହାର ୧୬.୮୭ ପ୍ରତିଶତ ରହିଛି ।

ମହାରାଷ୍ଟ୍ରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୪୬,୩୯୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୭୯୫ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ରାଜ୍ୟରେ କରୋନା ରୋଗର ନୂଆ ମାମଲା ଆସିବା ପରେ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୨,୭୯,୯୩୦କୁ ବୃଦ୍ଧି ପାଇଛି । ସେହିପରି କରୋନାର ନୂତନ ଭାରିଆଣ୍ଟରେ ୪୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨୭୫୯ ରୋଗୀ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାଯାଇଛି ।