• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶିକ୍ଷାନୁଷ୍ଠାନକୁ ପୁଣି ଫେରିଲା କରୋନା । କଟକ ୫୯ ନଂ ୱାର୍ଡ ବମ୍ଫକୁଦ ଠାରେ ଥିବା ଏକ ଘରୋଇ କଲେଜର ଛାତ୍ରାବାସରେ ୧୩ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି । ହଷ୍ଟେଲରେ ମୋଟ ୨୦୦ ଜଣ ଅନ୍ତେବାସୀ ରହୁଥିବା ବେଳେ ଗତକାଲି ୫୬ ଜଣଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ହଷ୍ଟେଲରେ ରହୁଥିବା ସମସ୍ତଙ୍କର ଆରଟିପିସିଆର ପରୀକ୍ଷା କରାଯିବ । ଜିଲ୍ଲାର ଏକ ସ୍ୱାସ୍ଥ୍ୟ ପରୀକ୍ଷା ଟିମ୍ ସହ ରାଜ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଦଳ ସେଠାରେ ପହଞ୍ଚି ସେମାନଙ୍କ ନମୂନା ସଂଗ୍ରହ କରିବେ ବୋଲି କଟକ ଜିଲ୍ଲା କୋଭିଡ ନୋଡାଲ ଅଫିସର ଡ଼ାକ୍ତର ଉମେଶ ଚନ୍ଦ୍ର ରାୟ ସୂଚନା ଦେଇଛନ୍ତି ।

ସେହିପରି ରାଜ୍ୟରେ ପୁଣି ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।୧୮ ବର୍ଷରୁ କମ୍ ବର୍ଗ ମଧ୍ୟରେ ୨ଜଣ, କ୍ୱାରେଣ୍ଟିନରୁ ୧୮, ଲୋକାଲରୁ ୧୩ ଚିହ୍ନଟ ହୋଛନ୍ତି । କଟକରୁ ସର୍ବାଧିକ ୧୬ ଓ ଖୋର୍ଦ୍ଧାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

କରୋନା ମହାମାରୀ ଯୋଗୁ ଦୀର୍ଘ ୨ ବର୍ଷ ପିଲାମାନେ ସ୍କୁଲ ଆସି ପାରୁ ନ ଥିବା ବେଳେ ଚଳିତ ଶିକ୍ଷା ବର୍ଷ କ୍ଲାସ୍‌ରେ ଆରମ୍ଭ ହୋଇଛି ପାଠପଢ଼ା । ଏବେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଖୋଲି ସାରିଥିବା ବେଳେ ଧୀରେ ଧୀରେ ସଜାଡ଼ି ହେଉଛି ଶିକ୍ଷା ବ୍ୟବସ୍ଥା । ହେଲେ ପୁଣି ଥରେ କରୋନା ମୁଣ୍ଡ ଟେକିବା ଆରମ୍ଭ କରିଥିବାରୁ ଏହାକୁ ମୁକାବିଲା କରିବାକୁ କ’ଣ ରହିବ ସରକାରଙ୍କ ବ୍ଲୁ ପ୍ରିଣ୍ଟ, ପିଲାମାନଙ୍କୁ କିପରି ଏହା କବଳରୁ ରକ୍ଷା କରାଯିବ ସେନେଇ ଚିନ୍ତାରେ ପଡ଼ିଲେଣି ଅଭିଭାବକ ।