• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ରଙ୍ଗ ଦେଖାଇବା ଆରମ୍ଭ କଲା କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ । ଗୋଟିଏ ଦିନରେ ୧୩ ଜଣଙ୍କ ଜୀବନ ନେଲା । ଏପର୍ଯ୍ୟନ୍ତ କମ୍ ବିପଜ୍ଜନକ ଭାବରେ ବିବେଚନା କରାଯାଉଥିବା ଓମିକ୍ରନ୍ ଧୀରେ ଧୀରେ କାୟା ବିସ୍ତାନର କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇ ୧୩ ଜଣ ପ୍ରାଣ ହରାଇଛନ୍ତି । ଆଗରୁ ଓମିକ୍ରନ୍‌ରେ ଜଣଙ୍କର ଜୀବନ ଯାଇଥିବା ବେଳେ ଏପର୍ଯ୍ୟନ୍ତ ସମୁଦାୟ ୧୪ ଜଣଙ୍କ ଜୀବନ ନେଇଛି ନୂଆ ଭାରିଆଣ୍ଟ୍ । ଓମିକ୍ରନର ଭୟାବହତା ସମ୍ପର୍କରେ ପୁଣି ଚେତାବନୀ ଦେଇଛି ଡବ୍ଲୁଏଚ୍‌ଓ । କୋଡିଏରୁ ତିରିଶ ବର୍ଷ ବୟସର ଯୁବକଗୋଷ୍ଠୀଙ୍କ ଠାରେ ଓମିକ୍ରନ୍‌ ଅଧିକ ବ୍ୟାପୁଛି ।

ବଢ଼ୁଛି ଓମିକ୍ରନ ମୃତ୍ୟୁ ସଂଖ୍ୟା

ବ୍ରିଟେନର ଓମିକ୍ରନ୍‌ରେ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସରକାର କେବଳ ଜଣକୁ ଓମିକ୍ରନରେ ମୃତ ବୋଲି ଜଣେ ନିଶ୍ଚିତ କରିଛନ୍ତି । ଏଥି ସହି ଇସ୍ରାଏଲର ସୋରୋକା ହସ୍ପିଟାଲରେ ଓମିକ୍ରନରେ ଦେଶର ପ୍ରଥମ ମୃତ୍ୟୁ ହୋଇଛି । ୬୦ ବର୍ଷ ବୟସ୍କ ବ୍ୟକ୍ତି ଦୁଇ ସପ୍ତାହ ଧରି ହସ୍ପିଟାଲ୍‌ ବେଡରେ ପଡ଼ି ପଡ଼ି ସଂଗ୍ରାମ କରୁଥିଲେ । ଶେଷରେ ସେ ଜୀବନ ପାଇଁ ଯୁଦ୍ଧରେ ହାରି ଯାଇଛନ୍ତି । ସେହିପରି ଓମିକ୍ରନରେ ଆମେରିକାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ ବ୍ୟକ୍ତି ଜଣକ ଟିକା ନେଇନଥିବା ଜଣାପଡ଼ିଛି ।

ଆମେରିକାରେ ଚିହ୍ନଟ ହୋଇଥିବା ନୂତନ କରୋନା ମାମଲାଗୁଡ଼ିକ ମଧ୍ୟରୁ ୭୩ ପ୍ରତିଶତ ମାମଲା ଓମିକ୍ରନ୍‌ର ବୋଲି ଜଣାପଡ଼ିଛି ଅଟେ । ଗୋଟିଏ ସପ୍ତାହ ମଧ୍ୟରେ, ଓମିକ୍ରନ୍ ମାମଲା ଛଅ ଗୁଣ ବୃଦ୍ଧି ପାଇଛି । ଏଥି ସହିତ ୟୁରୋପର ଡବ୍ଲୁଏଚ୍‌ଓ ମୁଖ୍ୟ ବିଶ୍ୱକୁ ଏନେଇ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ୟୁରୋପୀୟ ବହାଦ୍ୱୀପ ବର୍ତ୍ତମାନ ଓମିକ୍ରନ୍ ପାଇଁ ଅଧିକ ଯନ୍ତ୍ରଣା ଭୋଗୁଛି । କେବଳ ବ୍ରିଟେନରେ ନୁହେଁ ସମଗ୍ର ୟୁରୋପରେ ଓମିକ୍ରନ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି ।