• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ୟୁଟ୍ୟୁବ୍ ରୋଜଗାରର ପନ୍ଥା ପାଲଟିଛି । ବିଭିନ୍ନ ପ୍ରକାରର ଭିଡିଓ କରି ୟୁଟ୍ୟୁବ୍ ମାଧ୍ୟମରେ ଇନ୍‌କମ୍ କରୁଛନ୍ତି ଅନେକ ଲୋକ । ସର୍ଟସ୍, ବ୍ଲଗ, ଓ ଏଣ୍ଟରଟେନମେଣ୍ଟ ମାଧ୍ୟମରେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରାଯାଇପାରୁଛି । ଯୁବପିଢ଼ିମାନେ ନିଜର ଟ୍ୟାଲେଣ୍ଟ ଦେଖାଇ ସୋସିଆଲ ମିଡିଆ ମାଧ୍ୟମରେ ପରିଚିତ ମଧ୍ୟ ହୋଇପାରୁଛନ୍ତି । ହେଲେ ଏପରି ସମୟରେ କିଛି ଲୋକ ୟୁଟ୍ୟୁବର ହେବାକୁ ଚାହୁଁଥିଲେ ମଧ୍ୟ ସଫଳ ହୋଇପାରୁନାହାନ୍ତି । ଫଳରେ ସେମାନେ ଦୁଃଖିତ ରହୁଥିବା କିଥା ମଧ୍ୟ ସାମ୍ନାକୁ ଆସୁଛି ।

ଯଦି ଆପଣଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି ଆଉ ଆପଣଙ୍କ ଚ୍ୟାନେଲକୁ ସୋସିଆଲ ମିଡିଆରେ ସକ୍ରିୟ କରିବାକୁ ଚାହୁଁଛନ୍ତି ଅର୍ଥାତ ପ୍ରତ୍ୟେକ ଲୋକଙ୍କ ନିକଟରେ ଚ୍ୟାନେଲଟିକୁ ପହଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କର କିଛି କାମରେ ଆସିବ । ଆଉ ଆପଣ ଆପଣଙ୍କ ଚ୍ୟାନେଲକୁ ବଢ଼ାଇପାରିବେ । ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ ବିଷୟରେ…

୧. ସବସ୍କ୍ରାଇବର୍ ବଢ଼ାଇବାକୁ ଚାହୁଁଥିଲେ…

ଯଦି ଆପଣ ଜଣେ ୟୁଟ୍ୟୁବର ହେବାକୁ ଚାହୁଁଛନ୍ତି ତେବେ ଏଥି ପ୍ରତି ନିଶ୍ଚୟ ଧ୍ୟାନ ଦେବେ । ସବସ୍କ୍ରାଇବର୍ ବଢ଼ାଇବାକୁ ହେଲେ ଆପଣଙ୍କୁ ମୁଖ୍ୟତଃ ଭଲ ଭଲ କଣ୍ଟେଣ୍ଟ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଯାହାକି ସମସ୍ତ ୟୁଟ୍ୟୁବରମାନଙ୍କ ଠାରୁ ଭିନ୍ନ ରହିଥିବ ଏବଂ ସେହି ବିଷୟ ବସ୍ତୁକୁ ଲୋକମାନେ ପସନ୍ଦ କରୁଥିବେ । ଏମିତିକି ଆପଣ ଟ୍ରେଣ୍ଡ କରୁଥିବା ବିଷୟ ଉପରେ ମଧ୍ୟ ଭିଡିଓ କରିପାରିବେ ।

୨. ଭିଡିଓ ପ୍ରତି ଧ୍ୟାନ ଦିଅନ୍ତୁ…

ଯଦି ଆପଣ କୌଣସି ପ୍ରସଙ୍ଗକୁ ପସନ୍ଦ କରି ଭିଡିଓ ବନାଇବାକୁ ସ୍ଥିର କରିସାରିଛନ୍ତି । ତେବେ ଭିଡିଓ ସୁଟ କରିବା ସମୟରେ ଭିଡିଓର କ୍ଲାରିଟି ଉପରେ ଧ୍ୟାନ ଦିଅନ୍ତୁ । ତାହା ସହିତ ନିଜର ଟ୍ୟାଲେଣ୍ଟକୁ ଅତି ସହଜ ଓ ନିଖୁଣତାର ସହ ପରିପ୍ରକାଶ କରିବା ଆବଶ୍ୟକ । କାରଣ ଏପରି କରିବା ଦ୍ୱାରା ଆପଣଙ୍କ ସବସ୍କ୍ରାଇବର୍ ବଢ଼ିବା ସହିତ ଭ୍ୟୁଜ୍‌ ମଧ୍ୟ ଅଧିକ ହୋଇଥାଏ ।

୩. ଆପଣଙ୍କ ଅନୁଗାମୀଙ୍କ ସହ କଥା ହୁଅନ୍ତୁ...

ସବସ୍କ୍ରାଇବର୍ ବଢ଼ାଇବାକୁ ହେଲେ ଅନ୍ୟ ଏକ ବାଟ ମଧ୍ୟ ରହିଛି । ଆପଣ ୟୁଟ୍ୟୁବ ସବସ୍କ୍ରାଇବର୍ ବଢ଼ାଇକୁ ହେଲେ ୟୁଟ୍ୟୁବ୍‌ରେ ଲାଇଭ୍‌ ଯାଇପାରିବେ । ଲାଇଭ୍‌ ଦ୍ୱାରା ଆପଣ ଲୋକମାନଙ୍କ ପ୍ରଶ୍ନର ଉତ୍ତର ରଖିଲେ ସବସ୍କ୍ରାଇବର୍ ମଧ୍ୟ ବଢ଼ିବା ସହ ୟୁଜର୍ସମାନଙ୍କ ଆହୁରି ପ୍ରିୟ ହୋଇପାରିବେ ।

୪. ଭିଡିଓଟିକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରନ୍ତୁ...

ଆପଣଙ୍କ ୟୁଟ୍ୟବ୍ ଚ୍ୟାନେଲରେ ଅପ୍‌ଲୋଡ ହୋଇଥିବା ଭିଡିଓକୁ ସେୟାର ମଧ୍ୟ କରିପାରିବେ । ସଠିକ୍‌ ତରିକାରେ ଭିଡିଓଟିକୁ ସେୟାର କଲେ ନିଶ୍ଚୟ ଆପଣଙ୍କ ଚ୍ୟାନେଲ ଆଗକୁ ବଢ଼ିବା ସହ ଭଲ ଭ୍ୟୁ ଓ ସବସ୍କ୍ରାଇବର୍ ମିଳିପାରିବ ।