• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନିଜ ରୋଜଗାରରୁ କିଛି ସଞ୍ଚୟ କରିବାକୁ କିଏଅବା ନଚାହେଁ । ସେ ଦିନମଜୁରିଆଟିଏ ହେଉ ବା ଆଇଏଏସ୍‌ । ସମସ୍ତେ ଚାହାନ୍ତି ସେମାନଙ୍କ ରୋଜଗାରରୁ ଭବିଷ୍ୟତ ପାଇଁ କିଛି ରଖିବାକୁ । କିଏ ବ୍ୟାଙ୍କରେ ସଞ୍ଚୟ କରିଥାଆନ୍ତି ତ କିଏ କୌଣସି ସ୍କିମରେ ନିଜର ଟଙ୍କାକୁ ବିନିଯୋଗ କରିଥାଆନ୍ତି । କାରଣ ସ୍କିମରେ ଟଙ୍କା ରଖିବା ଦ୍ୱାରା କିଛି ଅଧିକ ରିଟର୍ଣ୍ଣ ମିଳିଥାଏ ।

ପ୍ରତ୍ୟେକ ମଣିଷ ଚାହାନ୍ତି ନିଜର ଭବିଷ୍ୟତ ପାଇଁ କିଛି ଆର୍ଥ ସଞ୍ଚୟ କରିବାକୁ । ଯଦି ଆପଣଙ୍କର ରୋଜଗାର କମ୍‌ ରହିଛି । ଆଉ ଆପଣ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ LICର ଏହି ସ୍କିମ୍‌ରେ ସ୍ୱଳ୍ପ ସଞ୍ଚୟ ଟଙ୍କା ନିବେଶ କରିବା ଦ୍ୱାରା ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ସ୍କିମ୍‌ ବିଷୟରେ..

ଅଧିକ ପଢ଼ନ୍ତୁ: ବିବାହ ପାଇଁ ଲୋନ୍‌ ଚାହୁଁଛନ୍ତି କି ? ବିନା ସୁଧରେ ନେଇପାରିବେ ୨୫ ଲକ୍ଷ !

LICର ଏହି ସ୍କିମ୍‌ରେ ମାତ୍ର ୧୦୦ଟଙ୍କା ନିବେଶ କରିବା ଦ୍ୱାରା ଆପଣ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରନ୍ତି । ସ୍କିମ୍‌ର ନାଁ ହେଉଛି ‘ଆମ ଆଦମୀ ଯୋଜନା’ । ଏହି ସ୍କିମ୍‌ ଜରିଆରେ ଅସଙ୍ଗଠିତ ଓ ଭୂମିହୀନ ପରିବାର ଲୋକଙ୍କୁ ଲାଭ ମିଳିବ । ତାହାଛଡ଼ା ଏହାର ପ୍ରିମିୟମ ୨୦୦ଟଙ୍କା ରଖାଯାଇଛି । ଆଉ ଏଥିରୁ ୫୦% ଟଙ୍କା ସରକାରଙ୍କ ପକ୍ଷରୁ ଦିଆଯାଇଥାଏ ।

ତେଣୁ ବ୍ୟକ୍ତି ଜଣଙ୍କୁ ୧୦୦ଟଙ୍କା ରଖିବାକୁ ପଡ଼ିଥାଏ । ଅନ୍ୟ ୧୦୦ ଟଙ୍କା ସରକାର ଭରିଥା’ନ୍ତି । ଯଦି ସ୍କିମ୍‌ ଚାଲୁ ରହିଥିବା ସମୟରେ ବୀମାଧାରୀଙ୍କ ଅଚାନକ ମୃତ୍ୟୁ ଘଟେ ତେବେ ନୋମିନିଙ୍କୁ ୩୦ ହଜାର ଟଙ୍କା ମିଳିବ । ଖାଲି ସେତିକି ନୁହେଁ କୌଣସି ଦୁର୍ଘଟଣା ଯୋଗୁଁ ବୀମାଧାରୀଙ୍କ ମୃତ୍ୟୁ ହେଲେ ନୋମିନିଙ୍କୁ ୭୫ ହଜାର ଟଙ୍କା ମିଳିବ ବୋଲି କୁହାଯାଇଛି ।