/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753939221.jpg)
Sensex Crashes
ଭାରତ ଉପରେ ଆମେରିକାର ୨୫ ପ୍ରତିଶତ ଟାରିଫ ଲାଗୁ ପରେ ସେୟାର ବଜାରରେ ବଡ଼ ହଲଚଲ। ଆଜି ବଜାର ଖୋଲିବା ମାତ୍ରେ ହଠାତ ସେନସେକ୍ସ ୫ ଶହ ପଏଣ୍ଟ ଖସିଲା । ୧୬ଟି ବଡ଼ କଂପାନି ବ୍ୟାପକ କ୍ଷତି ସହିଛନ୍ତି । ସେହିପରି ସ୍ମଲ କ୍ୟାପ ଓ ମିଡ କ୍ୟାପ କଂପାନିଙ୍କ ସେୟାର ମୂଲ୍ୟ ୧.୨୫ ପ୍ରତିଶତ ହ୍ରାସ ପାଇଛି । ନିଫ୍ଟି ମଧ୍ୟ ଆରମ୍ଭରୁ ୫୦ ପଏଣ୍ଟ ହ୍ରାସ ପାଇଥିଲା ।
ତେବେ ଭାରତ ସହ ଆମେରିକାର ଟ୍ରେଡ୍ ଡିଲ ନେଇ ଆଲୋଚନା ଏବେ ବି ଜାରି ରହିଛି । ଏହାରି ଭିତରେ ଟ୍ରମ୍ପ ୨୫ ପ୍ରତିଶତ ଟାରିଫ ଘୋଷଣା କରିବା ଯୋଗୁ ବଜାରରେ ବଡ଼ ଧରଣର ହଲଚଲ ହୋଇଛି । ଆମେରିକାର ଏହି ଟାରିଫ ଘୋଷଣା ଯୋଗୁ ଭାରତର ଟେକ୍ସଟାଇଲ, ଫାର୍ମାସ୍ୟୁଟିକାଲ ଓ ଅଟୋମୋଟିଭ୍ ଶିଳ୍ପର ରପ୍ତାନୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ଏହି କଂପାନିର ଅଧିକାଂଶ ସାମଗ୍ରୀ ଭାରତରୁ ଆମେରିକାକୁ ରପ୍ତାନୀ ହୋଇଥାଏ। ଏହା ଉପରେ ଟାରିଫ ଲାଗୁ ହେଲେ ଭାରତୀୟ କଂପାନି କ୍ଷତି ସହିବେ।
ଭାରତର ସ୍ବାର୍ଥ ରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯିବ । ଆମେରିକା ରାଷ୍ଟ୍ରପତି ଭାରତ ଉପରେ ୨୫ ପ୍ରତିଶତ ଟ୍ରେଡ୍ ଟାରିଫ ଘୋଷଣା କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପ୍ରତିକ୍ରିୟା ମିଳିଛି । ଦେଶର ସ୍ବାର୍ଥ ରକ୍ଷା ପାଇଁ ଯାହା ଆବଶ୍ୟକ ସେନେଇ ପଦକ୍ଷେପ ନେବାକୁ ବିଚାର ବିମର୍ଶ ଚାଲିଥିବା ସୂଚନା ମିଳିଛି । ତେବେ ଆମେରିକା ସହ ଟ୍ରେଡ ଡିଲ ନେଇ ଆଲୋଚନା ଚାଲିଥିବା ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦେଶ ଭିତରେ ବାଣିଜ୍ୟ ଚୁକ୍ତି ଯେଭଳି ସଠିକ ହେବ ସେନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି । ଅନ୍ୟପଟେ ୨୫ ପ୍ରତିଶତ ଟାରିଫ ଘୋଷଣା ପରେ ଟ୍ରମ୍ପ କହିଛନ୍ତି ଏବେ ବି ଭାରତ ସହ ଟ୍ରେଡ ଡିଲ ନେଇ ଆଲୋଚନା ଜାରି ରହିଛି । ଆମେରିକାର ୨୫ ପ୍ରତିଶତ ଟାରିଫ ଯୋଗୁ ଭାରତର ରପ୍ତାନୀ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହେବ । ବିଶେଷ କରି MSME, କୃଷି, ନିର୍ମାଣ ଉଦ୍ୟୋଗ ପ୍ରଭାବିତ ହେବା ସଂଭାବନା ରହିଛି ।
ଅନ୍ୟପଟେ ଇରାନ ସହ ବାଣିଜ୍ୟ କରିବା ଅଭିଯୋଗରେ ୨୦ଟି କଂପାନି ଉପରେ କଟକଣା ଲଗାଇଛି ଆମେରିକା । ଏହି ୨୦ କଂପାନି ଭିତରେ ରହିଛି ଭାରତର ୬ କଂପାନି। ଆମେରିକାର କଣକଣା ସତ୍ତ୍ବେ ଇରାନ ସହ ପେଟ୍ରୋଲିୟମ ସାମଗ୍ରୀ କାରବାରରେ ଭାରତର ୬ କଂପାନି ସଂପୃକ୍ତ ଥିବା କହି ଆମେରିକା କଟକଣା ଲଗାଇଛି ।