Advertisment

UPI Record Transactions: ଚଳିତବର୍ଷ ରେକର୍ଡ ଭାଙ୍ଗିଲା ଅନଲାଇନ୍ ଟ୍ରାଞ୍ଜାକ୍ସନ୍; ବିଦେଶରେ ବି ବଢୁଛି UPI କାରବାର

କେବଳ ଭାରତରେ ନୁହେଁ, ଭାରତ ବାହାରେ ବି ୟୁପିଆଇର ବ୍ୟବହାର ବଢିବାରେ ଲାଗିଛି । ଏବେ ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଓ ମରିସସ ଭଳି ଦେଶରେ ୟୁପିଆଇର ପ୍ରଚଳନ ହେଉଛି।

ଅଦ୍ୟତନ ହୋଇଛି
UPI

UPI

Advertisment

ଆଜିକାଲି UPI ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ପ୍ରାୟ ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ପାନ ଦୋକାନରୁ ଆରମ୍ଭ କରି ପନିପରିବା ଦୋକାନ ରେ QR କୋଡ୍ ସ୍କାନର୍ ଲାଗିଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ମାତ୍ର କେଇ ସେକେଣ୍ଡରେ ଆପଣ ଟଙ୍କା ପୈଠ କରିପାରିବେ। ପ୍ରତି ୧୦ଜଣଙ୍କ ମଧ୍ୟରେ ୪ଜଣଙ୍କ ଜୀବନରେ ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି। ତେବେ ଚଳିତ ବର୍ଷ UPI ଟ୍ରାଞ୍ଜାକ୍ସନ ରେକର୍ଡ ସୃଷ୍ଟି କରିଛି। ୨୦୨୪ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୨୨୩ ଲକ୍ଷ କୋଟି ଟଙ୍କାର ୟୁପିଆଇ ଟ୍ରାଞ୍ଜାକ୍ସନ୍ ହୋଇଛି । ୧୫ ହଜାର ୫୪୭ କୋଟି ଟ୍ରାଞ୍ଜାକ୍ସନରେ ୨୨୩ ଲକ୍ଷ କୋଟି ଟଙ୍କା କାରବାର ହୋଇଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି ।

Advertisment

୨୦୨୪ ଅକ୍ଟୋବର ମାସରେ ୧୬୫ କୋଟି ୮୦ ଲକ୍ଷ ଟ୍ରାଞ୍ଜାକ୍ସନ ଓ ୨୩.୫୦ ଲକ୍ଷ କୋଟି ଟଙ୍କାର କାରବାର ପରେ ନଭେମ୍ବରରେ UPI ଟ୍ରାଞ୍ଜାକ୍ସନ ସଂଖ୍ୟା ୧୫୪.୮୦ କୋଟିରେ ପହଞ୍ଚିଛି ଯାହା ବାର୍ଷିକ ଆଧାରରେ ୩୮ ପ୍ରତିଶତ ବୃଦ୍ଧି ପାଇଛି। ଏହାପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଥିଲା ଯେ ୨୦୨୫ ଆର୍ଥିକ ବର୍ଷ ପୂର୍ବରୁ ୭ମାସରେ RuPay କ୍ରେଡିଟ୍ କାର୍ଡରେ UPI ଟ୍ରାଞ୍ଜାକ୍ସନ ପ୍ରାୟ ୨ଗୁଣ ବୃଦ୍ଧି ପାଇଛି। ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ UPI RuPay କ୍ରେଡିଟ୍ କାର୍ଡ ମାଧ୍ୟମରେ ୬୩,୮୨୫.୮କୋଟି ଟଙ୍କାର ୭୫୦ ମିଲିୟନରୁ ଅଧିକ କାରବାର ହୋଇଛି।ଏଥି ସହିତ ୨୦୨୪ ଆର୍ଥିକ ବର୍ଷରେ UPI RuPay କ୍ରେଡିଟ୍ କାର୍ଡ ମାଧ୍ୟମରେ କାରବାର ସଂଖ୍ୟା ୩୬୨.୮ ନିୟୁତ ଥିଲା, ଯାହାର ମୋଟ ମୂଲ୍ୟ ୩୩,୪୩୯.୨୪ କୋଟି ଥିଲା ।

Advertisment


ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ କଲା ସର୍ଭେ ରିପୋର୍ଟ; ୭୫ପ୍ରତିଶତ ଲୋକ ବନ୍ଦ କରିବେ UPI ପେମେଣ୍ଟ !

ସରକାର ସେପ୍ଟେମ୍ବର ୨୦୨୨ରେ RuPay କ୍ରେଡିଟ କାର୍ଡରେ UPI କାରବାରର ସୁବିଧା ଆରମ୍ଭ କରିଥିଲେ । RuPay କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଉପଭୋକ୍ତାମାନେ UPI ଆପ୍ ସାହାଯ୍ୟରେ କାର୍ଡ ମାଧ୍ୟମରେ ସେମାନଙ୍କ ଟ୍ରାଞ୍ଜାକ୍ସନ କରିପାରିବେ । ୨୦୧୬ରେ ରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା UPI ଆରମ୍ଭ କରାଯାଇଥିଲା । UPI ସହିତ ଏକାଧିକ ମୋବାଇଲ୍ ଆକାଉଣ୍ଟରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଏକତ୍ର କରି ଅନଲାଇନ୍ ପେମେଣ୍ଟ ସୁବିଧା ଉପଲବ୍ଧ କରାଯାଇଛି। ତେବେ କେବଳ ଭାରତରେ ନୁହେଁ, ଭାରତ ବାହାରେ ବି ୟୁପିଆଇର ବ୍ୟବହାର ବଢିବାରେ ଲାଗିଛି । ଏବେ ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଓ ମରିସସ ଭଳି ଦେଶରେ ୟୁପିଆଇର ପ୍ରଚଳନ ହେଉଛି।

Advertisment
UPI Transactions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ