Union Budget 2025: ଆଜିଠୁ ସଂସଦର ବଜେଟ୍ ଅଧିବେଶନ; କାଲି ଖୋଲିବ ନିର୍ମଳାଙ୍କ ପେଡ଼ି

ଚଳିତ ଥର ଦୁଇଟି ପର୍ଯ୍ୟାୟରେ ସଂସଦର ବଜେଟ୍ ଅଧିବେଶନ ଚାଲିବ । ଆସନ୍ତାକାଲିଠୁ ଫେବ୍ରୁଆରୀ ୧୩ ଯାଏ ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ଯାଏ ଚାଲିବ । ଅଷ୍ଟମ ଥର ଅର୍ଥମନ୍ତ୍ରୀ ଭାବରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ ।

ଆଜିଠୁ ବଜେଟ୍ ଅଧିବେଶନ

ଆଜିଠୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ। ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସୋମବାର ଠାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆରମ୍ଭ ହେବ ଆଲୋଚନା। 

ଚଳିତ ଥର ଦୁଇଟି ପର୍ଯ୍ୟାୟରେ ସଂସଦର ବଜେଟ୍ ଅଧିବେଶନ ଚାଲିବ । ଆସନ୍ତାକାଲିଠୁ ଫେବ୍ରୁଆରୀ ୧୩ ଯାଏ ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ଯାଏ ଚାଲିବ । ଅଷ୍ଟମ ଥର ଅର୍ଥମନ୍ତ୍ରୀ ଭାବରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ସେ ଦେଶବାସୀଙ୍କୁ କି ଉପହାର ଦେବେ ତା ଉପରେ ସମସ୍ତଙ୍କର ନଜର ରହିଛି । ବିଶେଷ କରି ନିର୍ମଳାଙ୍କ ପେଡ଼ିରେ ମଧ୍ୟବିତ୍ତ ଓ ଆୟକରଦାତାଙ୍କ ପାଇଁ କ’ଣ ରହିଛି ତାକୁ ଅପେକ୍ଷା ।

ଏଥର ବଜେଟରେ ବେକାରୀ ସମସ୍ୟା ଦୂର ସହ ବମ୍ପର ନିଯୁକ୍ତି ସୃଷ୍ଟି ନେଇ ଆଶା ରଖିଛନ୍ତି ଯୁବପିଢୀ। କ୍ଷୁଦ୍ର ବ୍ୟବସାୟୀ ବି ବଜେଟରେ ସରକାରଙ୍କ ଠାରୁ ବଡ ପ୍ରୋତ୍ସାହନ ମିଳିବା ନେଇ ଆଶା ବାନ୍ଧିଛନ୍ତି।ମୋଦି 3.Oରେ ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ, ବେରୋଜଗାରୀ ଦୂର କରି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। ଯାହାର ପ୍ରତିଫଳନ ଆଗାମୀ ବଜେଟରେ ଦେଖିବାକୁ ମିଳିପାରେ। ନିର୍ବାଚନ ବେଳେ ବି ସରକାର ଅଧିକ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବାକୁ ଗୁରୁତ୍ବ ଦେଇଥିଲେ। ତେଣୁ ଯୁବପିଢି ଆଶା ବାନ୍ଧିଛନ୍ତି, ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡିରୁ ତାଙ୍କ ଆଶା ପୂରଣ ହେବ।

ଅଧିକ ପଢ଼ନ୍ତୁ: ଆପଣ ଜାଣନ୍ତି କି...ସବୁଠୁ ଅଧିକ ଥର ବଜେଟ ଉପସ୍ଥାପନ କିଏ କରିଛନ୍ତି ?

ସରକାରଙ୍କ ତୃତୀୟ ପାଳିରେ ଛପର୍ ଫାଡ୍ ନିଯୁକ୍ତି ବାହାରିବ। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାରେ ମିଳିବ ଚାକିରି। ତେବେ ନିଯୁକ୍ତି କ୍ଷେତ୍ରରେ ସରକାର ସ୍ଥିର କରିଥିବା ବୟସ ସୀମାକୁ ଆଉ ଟିକେ କୋହଳ କରିବାକୁ ଦାବି କରିଛନ୍ତି ଚାକିରି ଆଶାୟୀ।ସେହିପରି ବଜେଟରେ ସରକାରଙ୍କ ଠାରୁ ଅଧିକ ପ୍ରୋତ୍ସାହନର ଆଶା ରଖିଛନ୍ତି କ୍ଷୁଦ୍ର ବ୍ୟବସାୟୀ। ଆୟକର, ଜିଏସଟି ଏବଂ ପ୍ରୋଫେସନାଲ ଟ୍ୟାକ୍ସ ଯୋଗୁଁ ଘାଇଲା ହେଉଛନ୍ତି ବ୍ୟବସାୟୀ। ସେମାନଙ୍କ କହିବା କଥା, ସରକାର ବଡ ବ୍ୟବସାୟୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଦେଉଛନ୍ତି, ଏଥର ସେମାନଙ୍କ ପାଇଁ ବଜେଟରେ କିଛି ବ୍ୟବସ୍ଥା କଲେ ସେମାନେ ମାର୍କେଟ୍ ରେ ତିଷ୍ଠି ପାରିବେ।

ସରକାର ଆୟକର ସୀମାରେ ବୃଦ୍ଧି କଲେ ଲୋକଙ୍କୁ ଖର୍ଚ୍ଚ କରିବାକୁ ଅଧିକ ଟଙ୍କା ମିଳିବ। ଫଳରେ ବଜାର ବଢିବ ଆଉ ବ୍ୟବସାୟ ବି ଭଲ ହେବ। ବିଶେଷଜ୍ଞଙ୍କ ମତ ହେଉଛି, ଏଥର ବଜେଟରେ ସରକାର ନିହାତି ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ଗୁରୁତ୍ବ ଦେବେ। ତେବେ ତାପାଇଁ ସରକାର କୃଷି ଏବଂ କୃଷିଭିତ୍ତିକ ଶିଳ୍ପକୁ ଫୋକସ କରିବା ଆବଶ୍ୟକ। ଏଥିସହ ରିସୋର୍ସ, ସ୍କିଲଡ ଏବଂ ମାର୍କେଟ୍ ଆଧାରରେ ଅଧିକ ସଂଖ୍ୟାରେ ଷ୍ଟାର୍ଟ ଅପ୍ କୁ ପ୍ରୋତ୍ସାହନ ଦିଆଗଲେ, ବିପୁଳ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଫୋର୍ବସ ରିପୋର୍ଟ ଅନୁସାରେ ୨୦୨୪ ଅଗଷ୍ଟରେ ଦେଶରେ ବେକାରୀ ହାର ଥିଲା ୮.୫ ପ୍ରତିଶତ । ତେବେ ସେପଟେମ୍ବର ବେଳକୁ ଏହା ୭.୮ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଓଡ଼ିଶାରେ ବେକାରୀ ହାର ରହିଛି ୩.୯ ପ୍ରତିଶତ।

ଅଧିକ ପଢ଼ନ୍ତୁ: ଦରଦାମ୍‌ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇପାରନ୍ତି କେନ୍ଦ୍ର ସରକାର