• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ସଂସଦରେ ଆଗତ ହେଇଛି ବଜେଟ ୨୦୨୪। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ କାମଚଳା ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ ଅର୍ଥମନ୍ତ୍ରୀ। ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି। ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ପ୍ରୟାସ ଚାଲୁ ରହିଛି ବୋଲି କହିଛନ୍ତି ନିର୍ମଳା।

Budget 2024 LIVE Updates | କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ କାହା ପାଇଁ କେତେ ?

ତେବେ ବଜେଟ୍‌ରେ ୨୦୨୪ ରେ ୧୦ଟି ମୁଖ୍ୟ ଦିଗରେ ଗୁରୁତ୍ୱ ଦିଆଯାଇଛି..ଜାଣନ୍ତୁ..

  1. ୩ଟି ରେଳ କରିଡର୍ ଆରମ୍ଭ ହେବ । ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ 
  2. ପ୍ରତିରକ୍ଷା ବ୍ୟୟ ୧୧.୧% ବୃଦ୍ଧି ପାଇବ
  3. ଆୟୁଷ୍ମାନ ଭାରତରେ ସାମିଲ ହେବେ ସବୁ ଆଶା ଓ ଅଙ୍ଗନବାଡ଼ି 
  4. ୫ ବର୍ଷରେ ଆହୁରି ୨ କୋଟି ଆବାସ ମିଳିବ
  5. ଅପରିବର୍ତ୍ତିତ ରହିଲା ଆୟକର ସୀମା

ଅଧିକ ପଢ଼ନ୍ତୁ: ବଜେଟ୍ କେତେ ପ୍ରକାର; ଏହା କିପରି ଦେଶବାସୀଙ୍କୁ ସହଯୋଗ କରେ

  1. ପର୍ଯ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ୱୀପର ବିକାଶ ହେବ 
  2. ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ମାନ୍ୟତା 
  3. କୋଟିଏ ଘରକୁ ସୌର ଶକ୍ତିରେ ମିଳିବ ବିଦ୍ୟୁତ
  4. ୫୦ ବର୍ଷିଆ ସୁଧରହିତ ଯୋଜନାରେ ଦିଆଯିବ ଋଣ
  5. ବିମାନ ବନ୍ଦର ଦୁଇଗୁଣା ହେବ

ବଜେଟ୍‌ରେ ଜିଡିପି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ନିର୍ମଳା ସୀତାରମଣ। ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ। ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ। ରିଫର୍ମ, ପର୍‌ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି। ଭାରତର ବିକାଶରେ ପୂର୍ବାଞ୍ଚଳ ରାଜ୍ୟକୁ ଡ୍ରାଇଭିଂ ସିଟ୍‌କୁ ନିଆଯାଉଛି। ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି।

ବଜେଟ୍‌ରେ ଆହୁରି କୁହାଯାଇଛି ଯେ, ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି। ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି। ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି। ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍‌ ପ୍ରତିଷ୍ଠା ହୋଇଛି। ୧୩ଟି ଏମ୍‌ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ। ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର। ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି।

ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବା ସହ ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ। ସେହିପରି ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି । ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି । ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଥିବା ବେଳେ ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି । ଅଧିକ ପଢ଼ନ୍ତୁ..