Advertisment

Trump Warns: ଭାରତ ଉପରେ ୫୦% ଟାରିଫ ଲାଗୁ କଲା ପରେ ବି ମିଳିଲାନି ଶାନ୍ତି, ଆହୁରି ଧମକ ଦେଲେ ଟ୍ରମ୍ପ

ରୁଷଠାରୁ ତେଲ କିଣିବା ଜାରି ରଖିଥିବାରୁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲଗାଇଛନ୍ତି ଟ୍ରମ୍ପ। ଏହା ପରେ ଭାରତକୁ ଆହୁରି ଟାରିଫ୍ ଲଗାଇବା ପାଇଁ ଧମକ ଦେଇଛନ୍ତି। ସେହିପରି ଚୀନ୍ ଉପରେ ମଧ୍ୟ ‌ଅତିରିକ୍ତ ଟାରିଫ୍ ଲଗାଇ ପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।

author-image
Chinmayee Sahoo
Trump warns

Trump warns

ଟାରିଫ ଉପରେ ଟାରିଫ ଲଗାଉଛନ୍ତି ଟ୍ରମ୍ପ। ଭାରତ ରୁଷ ଠାରୁ ତେଲ କିଣିବା ଜାରି ରଖିଥିବାରୁ ଖପ୍ପା ହୋଇଛନ୍ତି। ପୂର୍ବରୁ ୨୫ ପ୍ରତିଶତ ଟାରିଫ ଲଗାଇଥିବା ବେଳେ ଗତ କାଲି ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି। ଭାରତ ଉପରେ ଆମେରିକାର ମୋଟ ଟାରିଫ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏ ନେଇ ସେ ଏକ ଏକଜିକ୍ୟୁଟିଭ୍ ଅର୍ଡର ପାସ୍ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ଅଛି ଯେ, ଭାରତୀୟ ସାମଗ୍ରୀ ଆମଦାନୀ ଉପରେ ଲାଗିଥିବା ଟାରିଫ୍ ଆଦେଶ ଜାରି ହେବାର ୨୧ ଦିନ ଭିତରେ ଲାଗୁ ହେବ। ସଂଶୋଧିତ ଶୁଳ୍କ ଅଗଷ୍ଟ ୨୭ ତାରିଖରେ କାର୍ଯ୍ୟକାରୀ ହେବାକୁ ଯାଉଛି।

Advertisment

ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାର କିଛି ଘଣ୍ଟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ରୁଷରୁ ତେଲ କିଣିବା ଜାରି ରଖିବା ପାଇଁ ଅଧିକ ଦ୍ୱିତୀୟ କଟକଣା ଜାରି କରିବାକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, "ମାତ୍ର ଆଠ ଘଣ୍ଟା ହୋଇଛି। ତେଣୁ, ଦେଖାଯାଉ କ'ଣ ହେଉଛି," ଚୀନ୍ ଭଳି ଦେଶମାନେ ମଧ୍ୟ ରୁଷ ତେଲ କିଣିବା ଜାରି ରଖିଥିବା ବେଳେ ଭାରତକୁ କାହିଁକି ବାଛି ନିଆଯାଇଛି ବୋଲି ପଚରାଯିବାରୁ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ,"ଆପଣ ଆହୁରି ବହୁତ କିଛି ଦେଖିବେ। ଆପଣ ଏବେ ଦ୍ୱିତୀୟ କଟକଣା ଦେଖିବେ"।

ଭାରତ ଏହି ଶୁଳ୍କ ବୃଦ୍ଧିକୁ ନେଇ କହିଛି, "ଆମେରିକା ଗତ କିଛି ଦିନ ମଧ୍ୟରେ ରୁଷରୁ ଭାରତର ତୈଳ ଆମଦାନୀକୁ ଟାର୍ଗେଟ କରିଛି। ବଜାର ସ୍ଥିତି ଓ ଭାରତର ୧୪୦ କୋଟି ଜନତାଙ୍କ ଶକ୍ତି ସୁରକ୍ଷା ନିଶ୍ଚିତ କରିବା ଲାଗି ଆମେ ତେଲ ମଗାଉଥିବା ନେଇ ଆମ ଆଭିମୁଖ୍ୟକୁ ସ୍ପଷ୍ଟ କରି ସାରିଛୁ। ଭାରତ ଏହାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ। ଆମେରିକାର ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେରିକାର ଏହି ପଦକ୍ଷେପ ଅଯୌକ୍ତିକ ଓ ଅନୁଚିତ୍” ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।

Advertisment

ଅନ୍ୟପଟେ ଟ୍ରମ୍ପ ଚୀନ୍ ଉପରେ ମଧ୍ୟ ଆହୁରି ଶୁଳ୍କ ଲଗାଇବା ପାଇଁ ସଙ୍କେତ ଦେଇଛନ୍ତି। ଚୀନ୍ ଉପରେ ଅତିରିକ୍ତ କଟକଣା ବିଷୟରେ ପଚରାଯିବାରୁ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ "ଏହା ହୋଇପାରେ। ମୁଁ ଆପଣଙ୍କୁ ଏବେ କହିପାରିବି ନାହିଁ। ଆମେ ଭାରତ ସହିତ ଏହା କରିଛୁ। ହୁଏତ ଅନ୍ୟ କିଛି ଦେଶ ସହିତ ମଧ୍ୟ ଏହା କରିପାରୁ। ସେମାନଙ୍କ ମଧ୍ୟରୁ ଗୋଟିଏ ଚୀନ୍ ହୋଇପାରେ"।

ଅଧିକ ପଢନ୍ତୁ: ନିଜେ ଋଷଠୁ କିଣୁଛି, ଭାରତକୁ ଟାରିଫ୍ ନାଲିଆଖି ଦେଖାଉଛି ଆମେରିକା

US President Donald Trump Trade War United States Of America
Advertisment
Advertisment