Advertisment

Gold Price Today: ବୋଲ ମାନୁନି ସୁନା ଦର; ପୁଣି ବଢିଲା ୧୨ ଶହ ଟଙ୍କା...

Gold Price Today: ପୁଣି ୧୨ ଶହ ଟଙ୍କା ମହଙ୍ଗା ହେଲା ସୁନା ।  ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦ । ୨୨ କ୍ୟାରେଟ ସୁନା ଦର ୬୫ ହଜାର ୩୫୦ ଟଙ୍କା  ।

author-image
Sujit kumar Swain
 Gold Price Today

Gold Price Today

ବୋଲ ମାନୁନି ସୁନା ଦର। ପ୍ରତିଦିନ ହେଉଛି ଉପରମୁହାଁ । ନୂଆ ରେକର୍ଡ ସ୍ତରରେ ପହଞ୍ଚୁଛି । ପୁଣି ୧୨ ଶହ ଟଙ୍କା ମହଙ୍ଗା ହେଲା ସୁନା । ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୬୫ ହଜାର ୩୫୦ ଟଙ୍କା ହୋଇଛି । ଏମିତି ସ୍ଥିତିରେ ବିବାହ, ପର୍ବପର୍ବାଣୀ ପାଇଁ ବି ସୁନା କିଣିବାକୁ ଡରିଲେଣି ଗ୍ରାହକ।

Advertisment

ସେହିପରି ରୁପା ଦର ଆଜି କିଲୋଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହୋଇ ୮୭ ହଜାର ଟଙ୍କାରେ ପହଞ୍ଚିଛି । ସୁନା ଉତ୍ପାଦନକାରୀ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି, ଆମେରିକା ଫେଡରାଲ ରିଜର୍ଭର ସୁଧ ହାର ହ୍ରାସ ନିଷ୍ପତ୍ତି ଯୋଗୁଁ ଗତ କିଛି ଦିନ ହେଲା ସୁନା ଓ ରୁପା ଦର ଲଗାତାର ଭାବେ ଉପରମୁହାଁ ହୋଇ ଚାଲିଛି । ଦରବୃଦ୍ଧି ଆଉ କେତେଦିନ ଲାଗି ରହିବ, ସେ ଆକଳନ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଗହଣା ବ୍ୟବସାୟୀ । 

ବଜାର ବିଶେଷଜ୍ଞଙ୍କ କହିବା କଥା, ଆମେରିକା ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ନିଷ୍ପତ୍ତି ଯୋଗୁ ଷ୍ଟକ୍ ବଜାର ଅପେକ୍ଷା ସୁନାରେ ପୁଞ୍ଜି ନିବେଶକୁ ସୁରକ୍ଷିତ ମଣୁଛନ୍ତି ନିବେଶକ । ଏପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଖସିବା କାରଣରୁ ଆମଦାନି ଉପରେ ନିର୍ଭରଶୀଳ ଭାରତରେ ଆହୁରି ମହଙ୍ଗା ହେଉଛି ସୁନା । ଏ ସ୍ଥିତି ଆଗକୁ ଆହୁରି କିଛି ଦିନ ଜାରି ରହିବ । 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। 

Gold Prices Gold Price Hike Gold Rate Today Gold Rate
Advertisment
Advertisment