Advertisment

Today Gold Price- 30th Nov 2022: ଆସିଲା ମ୍ୟାରେଜ୍‌ ସିଜିନ୍, କିଣନ୍ତୁ ସୁନା

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।

author-image
Chandan Shishu
ଅଦ୍ୟତନ ହୋଇଛି
Gold Price Today 30th Nov 2022

gold price today

ବିବାହ ଋତୁ ଆରମ୍ଭ ହୋଇସାରିଛି। ଏହି ଅବସରରେ ଜୋରସୋରରେ ଗହଣା କିଣା ଚାଲିଛି । ‌ଗତକାଲି ପରି ଆଜି ସୁନା ଦର ଅପରିବର୍ତ୍ତିତ ରହିଛି। ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୨.୪୦୦ ଟଙ୍କା ରହିଛି । 

Advertisment

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୦,୨୦୦ ଟଙ୍କା ରହିଛି । ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୫, ୭୦୦ ଟଙ୍କା, ୪୧,୩୦୦ ଟଙ୍କା ଓ ୩୨, ୬୦୦ ଟଙ୍କା ରହିଛି। ସୁନା କଏନ୍‌ର ମୂଲ୍ୟ ୪୧,୪୦୦ ଟଙ୍କାରେ ପହଞ୍ଚିଛି।  ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୨,୮୦୦ ଟଙ୍କାରେ କାରବାର ହେଉଛି ।

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

Advertisment
Gold Price Silver Price Today Gold Price
Advertisment
Advertisment