• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ସୁନାର ଦାମ୍

ବିବାହ ଋତୁ ଆରମ୍ଭ ହୋଇସାରିଛି । ଜୋରସୋରରେ ଗହଣା କିଣା ଚାଲିଛି ।  ଆଜି ସୁନା ଦର ସ୍ଥିର ରହିଛି ।  ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନାର ଦର ୫୩ ହଜାର ୪୦୦ ଟଙ୍କା ରହିଛି ।

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ  ଆଜି ୧୦ ଗ୍ରାମ ପିଛା ୫୧,୨୦୦ ଟଙ୍କା ରହିଛି । ସେହିଭଳି ୨୦ କ୍ୟାରେଟ୍‌ ସୁନାର ଦର ୪୬ ହଜାର ୬୦୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ୍ ସୁନା ଦର ୪୨,୧୦୦ ରାହିଛି । ସେହିପରି ୧୪ କ୍ୟାରେଟ ସୁନା ମୂଲ୍ୟ ୩୩,୧୦୦ ଟଙ୍କା ରହିଛି ।ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ରୂପା ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୮,୧୦୦ ଟଙ୍କାରେ କାରବାର ହେଉଛି ।

କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୫୪୦ (ଜିଏସ୍‌ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୯୦ (କ୍ୟାସ ୯୯୫) ଟଙ୍କା ରହିଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।