• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ କେବେ ଶୁଣିଛନ୍ତି କି, ଜଣେ ଚାକିରିଆ କେବେ କହିବ, ‘ମୋର ଦରମା ବେଶି ହୋଇଯାଉଛି । ଦୟାକରି ମୋର ଦରମା କମେଇ ଦିଅ । ସଂସ୍ଥା ମୋ ଦରମା କମେଇ ଦେଉ ।’ ଏଭଳି କଥା କେବେ ବି କୌଣସି ଚାକିରିଆଙ୍କ ନିଜର ମନରେ ଭାବି ପାରିବ ବୋଲି ଆପଣ ଭାବୁଛନ୍ତି କି ? ଆପଣ ଯଦି ଜଣେ ଚାକିରିଆ ହୋଇଥାନ୍ତି ତେବେ କେବେ ବି ଆପଣ ଏମିତି ଭାବି ପାରିବେ କି ?

ଆମ କଥା ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିବ, ଆମେ କାହିଁକି ଏସବୁ କହୁଛୁ । ଆଜ୍ଞା ହଁ ଆପଲ୍‌ କମ୍ପାନୀର ସିଇଓ ଟିମ୍‌ କୁକ୍‌ ନିଜେ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ ନିଜେ କମ୍ପାନୀକୁ ମେଲ୍‌ କରି କହିଛନ୍ତି ଯେ, ମୋର ଦରମା କମାଇ ଦିଅ । ମୋତେ ଲାଗୁଛି ମୁଁ ଅଧିକ ଦରମା ନେଉଛି । ତେବେ ଟିମ୍‌ଙ୍କ ଏହି ମେଲ୍‌ ପାଇବା ପରେ ସଂସ୍ଥା ପକ୍ଷରୁ ତାଙ୍କର ୫୦ ପ୍ରତିଶତ ଦରମା ହ୍ରାସ କରାଯାଇଛି । ୫୦ ପ୍ରତିଶତ ଦରମା କମିବା ପରେ ଏବେ ସେ ବାର୍ଷିକ ୪୯ ମିଲିୟନ୍‌ ୟୁଏସ୍‌ ଡଲାର ପାଉଛନ୍ତି । ଏଥିରେ ବୋନସ୍‌ ୬ ମିଲିୟନ୍‌ ସହ ବେସିକ୍‌ ସାଲେରୀ ୩ ମିଲିୟନ୍ ମଧ୍ୟ ସମ୍ପୃକ୍ତ ରହିଛି । ଏହାସହ ୪୦ ମିଲିୟନ୍‌ ୟୁକ୍ୟୁଟି ମଧ୍ୟ ରହିଛି । ଖାଲି ସେତିକି ନୁହେଁ ଆପଲ୍‌ରେ କୁକ୍‌ଙ୍କର ଥିବା ୫୦ ପ୍ରତିଶତ ଷ୍ଟକ୍‌ସ ବୃଦ୍ଧି ପାଇ ୭୫ ପ୍ରତିଶତରେ ପହଞ୍ଚିସାରିଛି ।

ଆପଲ ପକ୍ଷରୁ କୁହାଯାଇଛି ଯେ, କୁକ୍‌ଙ୍କ ଦରମା ରିଭାଇଜ୍ କରିବା ପୂର୍ବରୁ ଅନ୍ୟ ଷ୍ଟେକ୍‌ ହୋଲ୍ଡରଙ୍କ ସହ ଆଲୋଚନା କରାଯାଇଛି । କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି ଯେ, କୁକ୍‌ଙ୍କ ପଦବୀ ଏବଂ ବାର୍ଷିକ ପାରିଶ୍ରମିକ ସଂସ୍ଥାର ପ୍ରଦର୍ଶନ ଉପରେ ନିର୍ଭର କରେ । ଆଗାମୀ ଦିନରେ କୁକ୍‌ଙ୍କୁ ୮୦ ରୁ ୯୦ ପ୍ରତିଶତ ରାଶି ଦେବା ପାଇଁ ସଂସ୍ଥା ଯୋଜନା କରୁଛି । କୁକ୍‌ ୨୦୧୧ରୁ ଆପଲ୍‌ ସିଇଓ ଭାବେ ଦାୟିତ୍ୱ ନେଇ ଆସୁଛନ୍ତି ।

ଟିମ୍‌ କୁକ୍‌ଙ୍କ ପୂର୍ବ ଦରମା 

ପୂର୍ବରୁ କୁକ୍‌ ବାର୍ଷିକ ୯୯.୪ ୟୁଏସ୍‌ ଡଲାର ଦରମା ପାଉଥିଲେ । ଏଥିରେ ତାଙ୍କର ବେସିକ୍ ସାଲେରୀ ୩ ମିଲିୟନ୍ ସାମିଲ ଥିବା ବେଳେ  ୮୩ ମିଲିୟନ୍‌ ବୋନସ୍ ଏବଂ ଷ୍ଟକ୍‌ ବାବଦକୁ ମିଳିଥାଏ । ଟିମ୍‌ କୁକ୍‌ଙ୍କ ମୋଟ୍‌ ପ୍ୟାକେଜ୍‌ ଥିଲା ୯୮.୭ ମିଲିୟନ୍ ୟୁଏସ୍‌ ଡଲାର ।