Advertisment

ଅଧାରୁ ପାଠ ଛାଡ଼ି ପଳାଇ ଆସିଥିଲେ, ଏବେ ହଜାରେ କୋଟିର ମାଲିକ

ବାପା-ମା’ଙ୍କର ସ୍ୱପ୍ନ, ପିଲାଟି ତାଙ୍କର ଭଲ ପାଠ ପଢିବ । ଟପ୍ପର ହେବ ।  କାରଣ ଭଲ ପାଠ ପଢି ଟପ୍ପର ନ ହେଲେ ଭଲ ଚାକିରିଟିଏ ଯେ ମିଳିବ ନି !  ଆଉ ଭଲ ଚାକିରିଟିଏ ନ ମିଳିଲେ ଭବିଷ୍ୟତ ତ ପୂରା ଅନ୍ଧାର ହିଁ ଅନ୍ଧାର । ହେଲେ ଆଜିକାଲି ବାପା-ମା’ଙ୍କର ଏମିତି ଧାରଣାର ଯେ କିଛି ମାନେ ନାହିଁ, ୧୯ ବର୍ଷୀୟ କୈବଲ୍ୟ ଭୋରା ଓ ଅଦିତ ପାଲିଚା ପ୍ରମାଣିତ କରି ଦେଇଛନ୍ତି।  ଉଭୟେ ଅଧାରୁ ପାଠ ଛାଡ଼ି ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଆଉ ଏବେ ୧୦୦୦ କୋଟି କ୍ଲବରେ ସାମିଲ ହୋଇ ପାରିଛନ୍ତି। କୈବଲ୍ୟ ଏହି କ୍ଲବର ସର୍ବ କନିଷ୍ଠ ବ୍ୟକ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
online delivery

କୈବଲ୍ୟ ଭୋରା ଏବଂ ଅଦିତ ପାଲିଚା ଉଭୟେ ଷ୍ଟାନଫର୍ଡର ଛାତ୍ର ଥିଲେ। ଉଭୟେ କମ୍ପ୍ୟୁଟର ସାଇନ୍ସ କୋର୍ସ କରୁଥିଲେ। ୨୦୨୦ରେ ଉଭୟେ ପାଠଛାଡି ନିଜର ଷ୍ଟାର୍ଟଅପ ଆରମ୍ଭ କରିଥିଲେ ଯାହାର ନାଁ ଥିଲା କିରାନାକାର୍ଟ। କିରାନା ଅର୍ଥ ଗ୍ରୋସରୀ ଷ୍ଟୋର। ଉଭୟେ ପ୍ରଥମେ ମିଶି ଆରମ୍ଭ କରିଥିଲେ ଅନଲାଇନ ଡେଲିଭରି।

ପରିବର୍ତ୍ତୀ ସମୟରେ ଏହି କିରାନାକାର୍ଟର ନାଁ ପରିବର୍ତ୍ତନ କରି ରଖିଲେ ଜେପ୍ଟୋସେକେଣ୍ଡ । ଜେପ୍ଟୋ ସେକେଣ୍ଡ ଆରମ୍ଭ ବେଳେ ଅତ୍ୟନ୍ତ ଛୋଟ ୟୁନିଟ ଥିଲା। ଜେପ୍ଟୋ ଏକ କୁଇକ୍‌ ଡେଲିଭରି କମ୍ପାନୀ ଯାହା ଗ୍ରାହକଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ ମାତ୍ର କେଇ ମିନିଟ୍‌ରେ  ପହଞ୍ଚାଇ ଦେବ ଯେ କୌଣସି ଗ୍ରୋସରୀ ସାମଗ୍ରୀ।  ଲଞ୍ଚ କରିବା ସମୟରେ ୧୦ ମିନିଟ୍‌ ଭିତରେ ଡେଲିଭରି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା କମ୍ପାନୀ । ହେଲେ ପରେ ଏହାକୁ ପରିବର୍ତ୍ତନ କରି ‘ଡେଲିଭରି ଇନ୍‌ ମିନିଟ୍‌’ ରଖିଛି।

Advertisment

ଏତେ କମ୍‌ ସମୟ ମଧ୍ୟରେ ଘରେ ଗ୍ରୋସରୀ ପହଞ୍ଚାଉଥିବା କମ୍ପାନୀ ଭାରତରେ ବୋଧହୁଏ ବହୁତ କମ ଥିବ। ବର୍ତ୍ତମାନ ଜେପ୍‌ଟୋ ବ୍ଲିଙ୍କିଟ୍‌, ଡୁନ୍‌ଜୋ, ସ୍ୱିଗି, ଇନ୍‌ଷ୍ଟାମାର୍ଟ ଆଦି ସହ ପ୍ରତିଯୋଗୀତା କରୁଛି। ବର୍ତ୍ତମାନ ଏହି କମ୍ପାନୀରେ ଏକ ହଜାରରୁ ଅଧିକ କର୍ମଚାରୀ ୩ ହଜାରରୁ ଅଧିକ ପ୍ରଡକ୍ଟ ଡେଲିଭରି କାମ କରୁଛନ୍ତି। ଏହି ୩ ହଜାର ପ୍ରଡକ୍ଟ ଭିତରେ ରହିଛି ତାଜା ଫଳ, ପନିପରିବା, ଦୈନିକ ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ, ସ୍ୱାସ୍ଥ୍ୟ ସମ୍ପର୍କିତ ସାମଗ୍ରୀ ଇତ୍ୟାଦି।

ମେ’ ୨୦୨୨ରେ ଆରମ୍ଭ ହୋଇଥିବା ଏହି ଷ୍ଟାଟ୍‌ଅପ୍‌ ଏବେ ଏହାର କାରବାର ବୃଦ୍ଧି କରି ୨୦୦ ମିଲିୟନରେ ପହଞ୍ଚିଲାଣି। ଏହି ଷ୍ଟାଟଅପ୍‌ ଆରମ୍ଭ କରିଥିବା ଅଦିତ୍‌ ଏବଂ କୈବଲ୍ୟଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଅଦିତଙ୍କ ନେଟ ୱର୍ଥ ୧୨୦୦ କୋଟି ଥିବାବେଳେ ତାଙ୍କର ତାଲିକା ୯୫୦ରେ ରହିଛି। ସେହିପରି କୈବଲ୍ୟଙ୍କ ନେଟ୍‌ ୱର୍ଥ ୧୦୩୬ କୋଟି ଥିବାବେଳେ ଧନୀ ତାଲିକାର ୧୦୦୦ ରାଙ୍କରେ ଅଛନ୍ତି।  

Online Delivery
Advertisment
Advertisment