sensex
ନିବେଶକଙ୍କ ପାଇଁ ଖୁସି ଖବର। ସେୟାର ବଜାରରେ ଧମାକା। ଭାରତ-ପାକିସ୍ତାନ ଅସ୍ତ୍ରବରତି ପରେ ସେୟାର ବଜାରରେ ଜବରଦସ୍ତ ଉତ୍ସାହ। ଆଜି କାରବାର ଆରମ୍ଭରେ ସେୟାର ମାର୍କେଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ୧୯ଶହ ପଏଣ୍ଟ ବଢି ୮୧ ହଜାର ପାର କରିଛି ବିଏସଇ ସେନସେକ୍ସ। ସେହିପରି କାରବାର ଆରମ୍ଭରେ ବଢିଛି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ।
ଅଧିକ ପଢ଼ନ୍ତୁ: ଓଡ଼ିଶାରୁ ମହାରାଷ୍ଟ୍ର ଚାଲିଯିବ JSW ପ୍ଲାଣ୍ଟ ?
ନିଫଟି ସୂଚକାଙ୍କ ୫୫୦ରୁ ଅଧିକ ପଏଣ୍ଟ ବଢି ୨୪ହଜାର ୫୦୦ ପାର କରିଛି। ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ବଢୁଥିବାରୁ ଗତ ସପ୍ତାହରେ ଏହାର ପ୍ରଭାବ ସିଧାସଳଖ ପଡ଼ିଥିଲା ସେୟାର ବଜାର ଉପରେ।
ଶୁକ୍ରବାର ସେନସେକ୍ସରେ ହ୍ରାସ ଦେଖିବାକୁ ମିଳିଥିଲା। ୧ହଜାର ୪୮ ଅଙ୍କ ଖସି ୭୯ହଜାର ୪୫୪ ପଏଣ୍ଟରେ ବନ୍ଦ ହୋଇଥିଲା କାରବାର। ଆଜି ୧୫ଶହ ପଏଣ୍ଟ ବୃଦ୍ଧି ସହ ଆରମ୍ଭ ହୋଇଥିଲା କାରବାର। ପରେ ଏଥିରେ ବୃଦ୍ଧି ଦେଖିବାକୁ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sensex_1747025886.jpg)