/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744698521.jpg)
Stock Market
ସେୟାର ବଜାରରେ ପୁଣି ଫେରିଲା ଉତ୍ସାହ। ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୧୫୭୫ ପଏଣ୍ଟ ବୃଦ୍ଧି ପାଇଛି। ଫଳରେ ୭୬ ହଜାର ୭୧୨ରେ ପହଞ୍ଚିଛି ବିଏସଇ ସୂଚକାଙ୍କ। ଆଜି ସକାଳେ ସେନସେକ୍ସ ୧୬୪୯ ପଏଣ୍ଟ ବୃଦ୍ଧି ସହ କାରବାର ଆରମ୍ଭ କରିଥିଲା। ଏହା ଫଳରେ ସେନସେକ୍ସ ୨.୧୦ ପ୍ରତିଶତ ବୃଦ୍ଧି ପାଇ ୭୬,୮୫୨ରେ ପହଞ୍ଚିଥିଲା।
Advertisment
ଅଧିକ ପଢ଼ନ୍ତୁ: ସେୟାର ବଜାରରେ ଭୂକମ୍ପ, ୧୦ ସେକେଣ୍ଡରେ ଉଡ଼ିଗଲା ୧୯ ଲକ୍ଷ କୋଟି
ସେହିଭଳି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ନିଫଟି ସୂଚକାଙ୍କରେ ବି ୪୮୦ ପଏଣ୍ଟ ବୃଦ୍ଧି ଘଟି ନିଫ୍ଟି ୨୩ ହଜାର ୩୦୦ ପାର୍ କରିଛି। ତିନି ଦିନର ଛୁଟି ପରେ ଭାରତୀୟ ସେୟାର ବଜାର ବଢ଼ିବା ପରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ଟାରିଫ୍ କୋହଳ ନେଇ ଟ୍ରମ୍ପଙ୍କ ସଙ୍କେତ ପରେ ଭାରତୀୟ ସେୟାର ବଜାରରେ ପୁଣି ଅଭିବୃଦ୍ଧି ଦେଖାଦେଇଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବର୍ଦ୍ଧିତ ଟାରିଫ ଯୋଗୁ ଭାରତୀୟ ସେୟାର ବଜାର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏହି କାରଣରୁ ଗତ କିଛି ମାସ ଧରି ସେୟାର ବଜାରରେ ଅସ୍ଥିରତା ଲାଗି ରହିଛି।
Advertisment
ଅଧିକ ପଢ଼ନ୍ତୁ: ସେୟାର ବଜାରରେ ନୂଆ ରେକର୍ଡ; ୮୫ ହଜାର ଟପିଲା ସେନସେକ୍ସ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)