Advertisment

ସେୟାର ବଜାରରେ ନୂଆ ରେକର୍ଡ; ୮୫ ହଜାର ଟପିଲା ସେନସେକ୍ସ

ଭାରତୀୟ ସେୟାର ବଜାରରେ ନିବେଶକଙ୍କ ଆଗ୍ରହ ବୃଦ୍ଧି ଯୋଗୁ ଉଭୟ ସେନସେକ୍ସ ଓ ନିଫ୍ଟିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Sensex Hits 85000 For First Time

Sensex

Advertisment

ଭାରତୀୟ ଷ୍ଟକ୍ ମାର୍କେଟ୍ ଆଜି ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ପ୍ରାରମ୍ଭିକ ପତନ ପରେ ସେନସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ରେକର୍ଡ କରିଛି। ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୫ହଜାର ପଏଣ୍ଟ ଅତିକ୍ରମ କରିଥିବା ବେଳେ ନିଫ୍ଟି ୨୬ ହଜାର ପଏଣ୍ଟରେ ପହଞ୍ଚିଛି।

Advertisment

ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ପ୍ରଥମରୁ କମ୍‌ ପଏଣ୍ଟ ସହ ସହିତ କାରବାର ଆରମ୍ଭ କରିଥିଲା। କିନ୍ତୁ, ଚୀନ୍ ଏବଂ ଅନ୍ୟ ଏସୀୟ ବଜାରରୁ ସକରାତ୍ମକ ସଙ୍କେତ ପାଇବା ପରେ ହଠାତ ଏଥିରେ ବୃଦ୍ଧି ଦେଖାଦେଇଥିଲା।ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ନାଲି ରଙ୍ଗରେ ଖୋଲିଥିଲେ । ପ୍ରି-ଓପନିଂ ସେସନ୍‌ରେ ସେନ୍ସେକ୍ସ ୬୭.୮୮ ପଏଣ୍ଟରେ ଏବଂ ନିଫ୍ଟି ୧୭.୬୦ ପଏଣ୍ଟରେ ଖୋଲିଥିଲା ​​। ସକାଳ ୯ଟା ୧୫ରେ, ସେନ୍ସେକ୍ସ ୧୨୯.୩୪ ପଏଣ୍ଟ ହ୍ରାସ ପାଇ ୮୪,୭୯୯.୨୭ରେ ପହଞ୍ଚିଥିବା ବେଳେ ନିଫ୍ଟି ୨୫,୯୨୨.୭୦ରେ ୧୬.୩୫ ପଏଣ୍ଟ ଖସିଥିଲା।

ଅଧିକ ପଢ଼ନ୍ତୁ: ଓଡ଼ିଶାରୁ ମହାରାଷ୍ଟ୍ର ଚାଲିଯିବ JSW ପ୍ଲାଣ୍ଟ ?

କିନ୍ତୁ ତା’ପରେ ଉଭୟ ଭଲ ରିକଭରି କରିଥିଲେ। ସକାଳ ୧୦ଟା ୦୫ସୁଦ୍ଧା ୮୫ ହଜାର ଛୁଇଁଛି ସେନସେକ୍ସ। ସେହିପରି ନିଫ୍ଟି ବି ୨୬ ହଜାର ମାର୍କ ନିକଟତର ହୋଇଛି।ସେନ୍ସେକ୍ସ, ଇନଫୋସିସ୍, ବଜାଜ ଫାଇନାନ୍ସ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏଚସିଏଲ୍ ଟେକ୍ନୋଲୋଜି, ଇଣ୍ଡସ୍ ଇଣ୍ଡିଆ ବ୍ୟାଙ୍କ ଏବଂ ଅଲଟ୍ରା ଟେକ୍ ସିମେଣ୍ଟରେ ତାଲିକାଭୁକ୍ତ ୩୦ଟି କମ୍ପାନୀ ମଧ୍ୟରେ ସର୍ବାଧିକ କ୍ଷତି ହୋଇଛି। ତେବେ ଟାଟା ଷ୍ଟିଲ, ଜେଏସଡବ୍ଲୁ ଷ୍ଟିଲ, ନେଷ୍ଟଲେ ଏବଂ ଟାଟା ମୋଟର୍ସ ଲାଭ ତାଲିକାରେ ଥିଲେ ।

Advertisment

ଗତକାଲି, ତିରିଶ ସେୟାର ଉପରେ ଆଧାରିତ BSE ସେନସେକ୍ସ ୩୮୪.୩୦ ପଏଣ୍ଟ ବା ୦.୪୫ ପ୍ରତିଶତ ଲାଭ ସହିତ ୮୪,୯୨୮.୬୧ ପଏଣ୍ଟରେ ବନ୍ଦ ହୋଇଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୪,୯୧୦ ପଏଣ୍ଟ ବା ୦.୫୭ ପ୍ରତିଶତ ବୃଦ୍ଧି ସହିତ ୨୫,୯୩୯.୦୫ପଏଣ୍ଟରେ ବନ୍ଦ ହୋଇଥିଲା।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ କଲା ସର୍ଭେ ରିପୋର୍ଟ; ୭୫ପ୍ରତିଶତ ଲୋକ ବନ୍ଦ କରିବେ UPI ପେମେଣ୍ଟ !

Advertisment
Sensex Share Market
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ