• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଏସ୍‌ବିଆଇ ଗ୍ରାହକଙ୍କୁ ବଡ଼ ଝଟକା । ଦେଶର ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ୍‌ ଗ୍ରାହକଙ୍କୁ କଲା ନିରାଶ । ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (SBI) କିଛି ଡେବିଟ୍ କାର୍ଡରେ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜରେ ବଡ଼ ପରିବର୍ତ୍ତନ କରିଛି । ଡେବିଟ୍ କାର୍ଡ ଉପରେ ବର୍ଦ୍ଧିତ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜ ୧ ଏପ୍ରିଲ୍ ୨୦୨୪ରୁ କାର୍ଯ୍ୟକାରୀ ହେବ । 

କେଉଁ କାର୍ଡରେ ପରିବର୍ତ୍ତନ ହୋଇଛି ? 

କ୍ଲାସିକ୍ ଡେବିଟ୍ କାର୍ଡ...

ସୂଚନା ଅନୁଯାୟୀ, କ୍ଲାସିକ୍, ସିଲ୍‌ଭର୍‌, ଗ୍ଲୋବାଲ୍ ଓ କଣ୍ଟାକ୍ଟଲେସ୍ ଡେବିଟ୍ କାର୍ଡ ଉପରେ ବାର୍ଷିକ ଶୁଳ୍କ ୨୦୦ ଟଙ୍କା + ଜିଏସ୍‌ଟିକୁ ବୃଦ୍ଧି କରିଛି । ଏହାପୂର୍ବରୁ ଏହି ଶୁଳ୍କ ୧୨୫ ଟଙ୍କା + ଜିଏସ୍‌ଟି ଉପରେ ଆଦାୟ କରାଯାଇଥିଲା ।

ୟୁଭୋ ଓ ଅନ୍ୟାନ ଡେବିଟ୍ କାର୍ଡ...

ଏହା ବ୍ୟତୀତ ୟୁଭୋ, ସୁନା, କମ୍ବୋ ଡେବିଟ୍ କାର୍ଡ ଏବଂ ମୋ କାର୍ଡ ଉପରେ ମଧ୍ୟ ଚାର୍ଜ ବୃଦ୍ଧି ହୋଇଛି । ଏହି କାର୍ଡଗୁଡ଼ିକରେ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜ ୧୭୫ରୁ ୨୫୦ ଟଙ୍କା + ଜିଏସ୍‌ଟି ସହିତ ବୃଦ୍ଧି ହୋଇଛି । ଏହାପୂର୍ବରୁ ଏହି ଶୁଳ୍କ ୧୭୫ ଟଙ୍କା + ଜିଏସ୍‌ଟି ଉପରେ ଆଦାୟ କରାଯାଉଥିଲା ।

ପ୍ଲାଟିନମ୍ ଡେବିଟ୍ କାର୍ଡ...

ଏସ୍‌ବିଆଇ ପ୍ଲାଟିନମ୍ ଡେବିଟ୍ କାର୍ଡ ଚାର୍ଜକୁ ୨୫୦ + ଜିଏସ୍‌ଟିରୁ ୩୨୫ ଟଙ୍କା + ଜିଏସ୍‌ଟିକୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଏହି ଶୁଳ୍କ ୨୫୦ ଟଙ୍କା + ଜିଏସ୍‌ଟି ଉପରେ ଆଦାୟ କରାଯାଇଥିଲା ।

ପ୍ରିମିୟମ୍ ବିଜନେସ୍ ଡେବିଟ୍ କାର୍ଡ...

ଏସ୍‌ବିଆଇ ପ୍ରିମିୟମ୍ ବିଜନେସ୍ ଡେବିଟ୍ କାର୍ଡର ବାର୍ଷିକ ଚାର୍ଜକୁ ୩୫୦ରୁ ୪୨୫ ଟଙ୍କା + ଜିଏସ୍‌ଟିକୁ ବୃଦ୍ଧି କରାଯାଇଛି । ଡେବିଟ୍ କାର୍ଡରେ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜ ସହିତ ୧୮ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯିବ । 

ଏହି ଚାର୍ଜଗୁଡିକ ୧ ଏପ୍ରିଲ୍ ୨୦୨୪ରୁ ଡେବିଟ୍ କାର୍ଡରେ ଲାଗୁ ହେବ । ଆପଣଙ୍କୁ କହିବୁ ଯେ ବାର୍ଷିକ ଚାର୍ଜ ବ୍ୟତୀତ ଏସ୍‌ବିଆଇ ଡେବିଟ୍ କାର୍ଡରେ ଅନ୍ୟାନ୍ୟ ଚାର୍ଜ ମଧ୍ୟ ନେଇଥାଏ ।