Advertisment

ରାଜ୍ୟରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ

ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତୋଳନ ସହ ଯୋଗାଭ୍ୟାସ, ବ୍ୟାୟାମଶାଳା ରହିବ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଷ୍ଟାଡିୟମକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ସହ ମହାମାରୀ ବେଳେ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ।

author-image
Chandan Shishu
ରାଜ୍ୟରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ

CM Naveen Pattnaik

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ରେ ଏ ସମ୍ପର୍କୀତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଯୋଜନାରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୯୩ କୋଟି ୩୫ ଲକ୍ଷ ଟଙ୍କା। ଏସବୁର ନିର୍ମାଣ କାମ ୧୮ ମାସରେ ଶେଷ କରାଯିବ। ରାଜ୍ୟର ଯେଉଁସବୁ ସ୍ଥାନରେ କ୍ରୀଡ଼ାର ଉନ୍ନତ ଭିତ୍ତିଭୂମି ନାହିଁ, ସେଠାରେ ଏହିସବୁ ଇଣ୍ଡୋର ଷ୍ଟା଼ଡିୟମ ନିର୍ମାଣ କରାଯିବ।

Advertisment

ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତୋଳନ ସହ ଯୋଗାଭ୍ୟାସ, ବ୍ୟାୟାମଶାଳା ରହିବ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଷ୍ଟାଡିୟମକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ସହ ମହାମାରୀ ବେଳେ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏହାବାଦ ତାଲିମ, ସଭା, ପରୀକ୍ଷା କେନ୍ଦ୍ର ଭାବେ ଏସବୁ ଷ୍ଟାଡିୟମର ଉପଯୋଗ ହୋଇପାରିବ।

Advertisment

ଆଜିର କ୍ୟାବିନେଟ୍ ବୈଠକରେ ମୋଟ ୧୬ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି। ଏହା ମଧ୍ୟରେ ରହିଛି ଅପର ଇନ୍ଦ୍ରାବତୀ ଡାହାଣ କେନାଲର ୪୮ କିମି ପର୍ଯ୍ୟନ୍ତ କଂକ୍ରିଟକରଣ ଏବଂ ସମ୍ବଲପୁର IIMକୁ ଆଉ ୧୮ ଏକର ଜମି ବିନା ମୂଲ୍ୟରେ ଯୋଗାଣ। ସେହିଭଳି ଅବଢ଼ା ଯୋଜନାରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି।

Odisha News Odisha Government CM Naveen Patnaik Odisha Cabinet
Advertisment
Advertisment