• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗହଣା ଦୋକାନରେ ଆଉ ବିକ୍ରି ହେବନି ବିନା ହଲମାର୍କ ସୁନା । ଏଣିକି ବଜାରରେ କେବଳ ହଲମାର୍କ ସୁନା ବିକ୍ରି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ବିନା ହଲମାର୍କ ସୁନା ବଜାରରେ ଆଉ ନବିକ୍ରି କରିବାକୁ କଟକଣା ଲାଗୁ କରାଯାଇଛି । ଆସନ୍ତା ଏପ୍ରିଲ ମାସରୁ ଏହି କଟକଣା ଲାଗୁ କରାଯିବ । କହାଯାଇଛି କି, ଗହଣା ଦୋକାନରେ ବିକ୍ରି କରାଯାଉଥିବା ସମସ୍ତ ସୁନା ହଲମାର୍କ ହେବ ।

ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯେଉଁ ଗହଣାରେ ୬ଅଙ୍କ ବିଶିଷ୍ଟ HUID ନମ୍ବର ନଥିବ ସେହି ଗହଣା ବଜାରରେ ବିକ୍ରି କରାଯାଇପାରିବ ନାହିଁ । ନିକଟରେ ଅନୁଷ୍ଠିତ ଏକ ବୈଠକରେ ହଲମାର୍କ ନିୟମକୁ କଡ଼ାକଡ଼ି କରିବାକୁ ନେଇ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ ଏହା କହିଥିଲେ ।

HUID ବା Hallmark Unique Identification ହେଉଛି ସୁନାର ଶୁଦ୍ଧତାର ପ୍ରତୀକ । ସୁନାର ଶୁଦ୍ଧତାକୁ ନେଇ ପୂର୍ବରୁ ମଧ୍ୟ କିଛି ନିୟମ ଲାଗୁ କରାଯାଇଥିଲା । ପର୍ଯ୍ୟାୟ କ୍ରମେ ସୁନାର ଶୁଦ୍ଧତା ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଥିଲା । ଏଥିପାଇଁ କିଛି ଜିଲ୍ଲାରେ ହଲମାର୍କିଂ ବ୍ୟବସ୍ଥା କରାଯିବା ନେଇ ନିୟମ ହୋଇଥିଲା ।

ହେଲେ ବର୍ତ୍ତମାନ ଏହି ନିୟମ ଏପ୍ରିଲ ପହିଲାରୁ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ହଲମାର୍କ ସୁନା ବ୍ୟବସାୟ କରିବାକୁ ନେଇ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଗ୍ରହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହଲମାର୍ଗ ଗହଣା ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି । ବାଜରରେ ବିନା ହଲମାର୍ଗ ସୁନା ବିକ୍ରି ନକରିବାକୁ କୁହାଯାଇଛି ।