Advertisment

ପୁଣି ଛଟେଇ କରିବ ସ୍ପୋର୍ଟ୍ସ ବ୍ରାଣ୍ଡ ନାଇକ୍...ଯିବ ୧୬୦୦ କର୍ମଚାରୀଙ୍କ ଚାକିରି

କମ୍ପାନୀ ବିକ୍ରି ମାନ୍ଦା ରହିଥିବାରୁ କର୍ମଚାରୀ ଛଟେଇ କରିବ ବୋଲି ନାଇକ କହିଛି। ୨୦୨୩ରେ ନାଇକ୍‌ର ଭଲ ବେପାର ହୋଇ ନାହିଁ। ଗତବର୍ଷ ତୁଳନାରେ ୩୦ନଭେମ୍ୱର ଯାଏ ବିକ୍ରିରେ ମାତ୍ର ୧ପ୍ରତିଶତ ବଢ଼ିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Nike to Cut Over 1600 Jobs

Nike Is Latest To Join Layoffs Spree

ଆର୍ଥିକ ଚାପ ହ୍ରାସ ଆଳରେ ଘରୋଇ କମ୍ପାନୀଗୁଡ଼ିକ ଛଟେଇ ଜାରି ରଖିଛନ୍ତି। ଏହା ପୂର୍ବରୁ ଗୁଗୁଲ, ମାଇକ୍ରୋସଫ୍ଟ, ସ୍ୱିଗି ଭଳି କମ୍ପାନୀ ଛଟେଇ କରିଥିବା ବେଳେ ଏବେ ସ୍ପୋର୍ଟ୍ସ ବ୍ରାଣ୍ଡ ନାଇକ୍ ମଧ୍ୟ ଛଟେଇ କରିବା ନେଇ ଘୋଷଣା କରିଛି। ନାଇକ୍ ପ୍ରାୟ ଦୁଇ ପ୍ରତିଶତ ଶ୍ରମିକଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ପ୍ରାୟ୧୬୦୦ରୁ ଅଧିକ କର୍ମଚାରୀଙ୍କ ଚାକିରି ଯିବ ବୋଲି ଜଣାପଡିଛି।

Advertisment

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଦ୍ୱାରା ମିଳିଥିବା ଏକ ଆଭ୍ୟନ୍ତରୀଣ ମେମୋରେ, ନାଇକର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍ ଡୋନାହୋ, ମହିଳା ପୋଷାକ ଏବଂ ଜୋର୍ଡାନ ବ୍ରାଣ୍ଡ ଭଳି ବର୍ଗରେ ନିବେଶକୁ ପ୍ରାଥମିକତା ଦେବା ସହ କମ୍ପାନୀର ରଣନୀତି ବିଷୟରେ ଅବଗତ କରାଇଛନ୍ତି। ଏହି ସମୟରେ ସେ ଛଟେଇ ନେଇ ସୂଚନା ଦେଇଛନ୍ତି।

ଷ୍ଟୋର, ବିତରଣ କେନ୍ଦ୍ର କିମ୍ବା ଇନୋଭେସନ ଟିମରେ ଦଳରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଅଫିସିଆଲ୍ କାମରେ ନିୟୋଜିତ ଥିବା କର୍ମଚାରୀ ଅଧିକ ପ୍ରଭାବିତ ହେବେ। ଗତବର୍ଷ ମେ’ ମାସ ୩୧ସୁଦ୍ଧା, ନାଇକ୍ ବିଶ୍ୱରେ ପ୍ରାୟ ୮୩,୭୦୦କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା।

Advertisment

ତେବେ ଏହି ଛଟେଇ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଏହି ମାସ ଶେଷ ସୁଦ୍ଧା ୨ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ। ଏପରି କରିବା ଦ୍ୱାରା ଡିସେମ୍ବର ମାସରେ ପ୍ରାୟ ୨ ବିଲିୟନ ଡଲାର ପର୍ଯ୍ୟନ୍ତ ସଞ୍ଚୟ କରିବାକୁ ଯୋଜନା ରଖିଥିବା ଘୋଷଣା କରିଛି ନାଇକ୍।

କମ୍ପାନୀ ବିକ୍ରି ମାନ୍ଦା ରହିଥିବାରୁ କର୍ମଚାରୀ ଛଟେଇ କରିବ ବୋଲି ନାଇକ କହିଛି। ୨୦୨୩ରେ ନାଇକ୍‌ର ଭଲ ବେପାର ହୋଇ ନାହିଁ। ଗତବର୍ଷ ତୁଳନାରେ ୩୦ନଭେମ୍ୱର ଯାଏ ବିକ୍ରିରେ ମାତ୍ର ୧ ପ୍ରତିଶତ ବଢ଼ିଛି। ଏଥିରେ କମ୍ପାନୀର ଲାଭ ହାର ବଢ଼ିଛି। ମାତ୍ର ଆମେରିକାରେ ବିକ୍ରି ୫ ପ୍ରତିଶତ ହ୍ରାସ ପାଇଛି।

ସୂଚନା ଥାଉକି ୨୦୨୨ରେ କମ୍ପାନୀ ୭୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା। ୨୦୨୩ରେ ୧,୧୭୫ କମ୍ପାନୀ ମୋଟ ୨,୬୦,୫୦୯ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ସେହିପରି ଗତବର୍ଷ ୧୦୬୪ କମ୍ପାନୀ ୧,୬୪,୯୬୯ କର୍ମଚାରୀ ଛଟେଇ କରିଥିଲେ।

Employees
Advertisment
Advertisment