• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆପଣ ନିଜର ପୁରୁଣା ମୋବାଇଲ ଫୋନ ବଦଳାଇବାକୁ ଯାଉଛନ୍ତି କି? ଅନେକ ସମୟରେ ଆମେ ନିଜର ପୁରୁଣା ଫୋନ ବଦଳାଇ ନୂଆ ଫୋନ ନେଇଥାଉ । କିନ୍ତୁ କେବଳ ସିମକାର୍ଡ ବାହାର କରି ହ୍ୟାଣ୍ତ ଓଭର କରି ଦେବା ଦ୍ୱାରା ପରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି ଗ୍ରାହକ । ଏଣୁ ଫୋନ ବଦାଳାଇବା ପୂର୍ବରୁ ନିମ୍ନ କଥାଗୁଡ଼ିକୁ ଧାରଣାରେ ରଖିବା ନିହାତି ଆବଶ୍ୟକ ।

୧.ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ଜିନିଷ ଡିଲିଟ କରନ୍ତୁ

ମୋବାଇଲ ଏକ୍ସଚେଞ୍ଜ କରିବା ବେଳେ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ଜିନିଷ ଡିଲିଟ କରିବା ନିହାତି ଆବଶ୍ୟକ ଅଟେ । ନହେଲେ ପରେ ଏନେଇ ଆପଣ ହଇରାଣ ହୋଇ ପାରନ୍ତି । ଆଜିକାଲି ସାଇବର କ୍ରାଇମ ନିହାତି ସାଧାରଣ ହୋଇ ଗଲାଣି । ଏଣୁ ମୋବାଇଲ ଦେବା ପୂର୍ବରୁ ଏ ଦିଗ ପ୍ରତି ଧ୍ୟାନ ଦିଆଯିବା ନିହାତି ଆବଶ୍ୟକ ।

୨.ନିଜର କଲ ରେକର୍ଡ ଓ ମେସେଜ ସବୁ ଡିଲିଟ କରି ଦିଅନ୍ତୁ

ନିଜର ଫୋନରେ ଥିବା ସମସ୍ତ ନମ୍ବରକୁ ବ୍ୟାକଅପ କରାଇ ନେବା ଆବଶ୍ୟକ । ଫଳରେ ମୋବାଇଲ ଦେଇଦେଲେ ମଧ୍ୟ ଆଉ ନମ୍ବର ଖୋଜିବାକୁ ପଡ଼ିବନି । ଏହା ସହ ସମସ୍ତ ମେସେଜର ବ୍ୟାକଅପ ନେଇ ଏହାକୁ ଡିଲିଟ କରି ଦେବା ନିହାତି ଆବଶ୍ୟକ । ବ୍ୟାକ୍ତିଗତ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

୩. ମୋବାଇଲରେ ଥିବା କ୍ଲାଉଡ ଷ୍ଟୋରେଜରେ ବ୍ୟାକଅପ କରିବା ଆବଶ୍ୟକ

ଯେକୌଣସି ଫଟୋ, ଭିଡ଼ିଓ ଓ ମଲ୍ଟି ମିଡ଼ିଆ ପାଇଁ ମୋବାଇଲରେ ଥିବା କ୍ଲାଉଡ ଷ୍ଟୋରେଜରେ ବ୍ୟାକ ଅପ ନେବା ଆବଶ୍ୟକ । ଫଳରେ ମୋବାଇଲ ଦେଇଦେଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହି ପାରିବ । ଏହା ସହ କୌଣସି ହାର୍ଡଡିସ୍କରେ ମଧ୍ୟ ଡକ୍ୟୁମେଣ୍ଟଗୁଡ଼ିକୁ ବ୍ୟାକଅପ କରାଇ ନେବା ବୁଦ୍ଧିମାନର କାର୍ଯ୍ୟ ।

୪. ମୋବାଇଲ ଦେବା ପୂର୍ବରୁ ଲଗଆଉଟ

ଲଗ ଆଉଟ .. ଏହା ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ମୋବାଇଲ ଦେବା ପୂର୍ବରୁ ନିଜର ସମସ୍ତ ସୋସିଆଲ ମିଡ଼ିଆ ଆପରୁ ଲଗ ଆଉଟ କରିନେବା ଆବଶ୍ୟକ । ଫଳରେ କୌଣସି ବ୍ୟକ୍ତି ଏହାର ଦୁରୁପଯୋଗ କରି ପାରିବ ନାହିଁ । ଏହା ସହ ମୋବାଇଲ ଦେବା ପୂର୍ବରୁ ବାକି ସମସ୍ତ ଆକାଉଣ୍ଟ ମଧ୍ୟ ଲଗ ଆଉଟ କରି ନେବା ଆବଶ୍ୟକ । ଯେପରି ଜିମେଲ, ୟାହୁ । ଏହା ସହ ମୋବାଇଲ ରିସେଟ ମଧ୍ୟ କରି ଦିଅନ୍ତୁ ।

୫. ସିମ କାର୍ଡ ସହ ମେମୋରୀ ଚିପ ମଧ୍ୟ କାଢ଼ନ୍ତୁ

ମନେ ରଖନ୍ତୁ ସିମ କାର୍ଡ ସହ ଯେପରି ମେମୋରୀ ଚିପ ମଧ୍ୟ ବାହାର କରି ଦିଅନ୍ତି । ମୋବାଇଲରେ ମେମୋରୀ କାର୍ଡ ପକାଇଥିଲେ ଏହାକୁ ମନେ ପକାଇ କାଢ଼ିନେବେ ।