Advertisment

ଗ୍ୟାସ ଦରରୁ କ୍ରେଡିଟ୍ କାର୍ଡ ଯାଏ...ଏପ୍ରିଲ ପହିଲାରୁ ହେବ ଏହି ୬ଟି ପରିବର୍ତ୍ତନ

ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଅଧୀନରେ ତିନି ମାସରେ ୩୫ ହଜାର ଟଙ୍କା କିମ୍ବା ଅଧିକ ଖର୍ଚ୍ଚ କଲେ ଏୟାରପୋର୍ଟ ଲାଉଞ୍ଜ ଏକସେସ୍ ସୁବିଧା ପ୍ରଦାନ କରାଯିବ। ସେହିପରି ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଗ୍ୟାସ, ବୀମା ଏବଂ ସୁନା କିଣଲେ ରିୱାର୍ଡ ପଏଣ୍ଟ ଦିଆଯିବ ନାହିଁ ।

author-image
Sonali Ojha
ଅଦ୍ୟତନ ହୋଇଛି
New Rule From 1st April 2024

6 changes from April 1st

ଏପ୍ରିଲ ପହିଲାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମାସ ଆରମ୍ଭରୁ ଅନେକ ପରିବର୍ତ୍ତନ ଘଟିବାକୁ ଯାଉଛି। ଯାହାର ପ୍ରଭାବ ସିଧାସଳଖ ଆପଣଙ୍କର ପକେଟରେ ପଡିବ।ଏହି ପ୍ରମୁଖ ପରିବର୍ତ୍ତନଗୁଡ଼ିକ ମଧ୍ୟରେ କ୍ରେଡିଟ୍ କାର୍ଡ ଏବଂ NPS ସହିତ ଅନେକ ନିୟମ ଅନ୍ତର୍ଭୁକ୍ତ ରହିଛି। ଯାହା ଅର୍ଥ ବିନିଯୋଗ ଏବଂ ଖର୍ଚ୍ଚ ଉପରେ ପ୍ରଭାବ ପକାଇପାରେ । ଆସନ୍ତୁ ଜାଣିବା ଏହି ୬ଟି ପରିବର୍ତ୍ତନ ଯାହା ଏପ୍ରିଲ୍ ୨୦୨୪ ଆରମ୍ଭରୁ କାର୍ଯ୍ୟକାରୀ ହେବ ।

Advertisment

NPS ନିୟମରେ ପରିବର୍ତ୍ତନ

ଜାତୀୟ ପେନ୍‌ସନ୍ ସିଷ୍ଟମ୍ (NPS)କୁ ଅଧିକ ସୁରକ୍ଷିତ କରିବା ପାଇଁ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଆଧାର ବେସଡ୍ ଟୁ ଷ୍ଟେପ୍ ଅଥେଣ୍ଟିକେସନ୍ ବ୍ୟବସ୍ଥା ଲାଗୁ କରିଛି । ଏହି ସିଷ୍ଟମ ସମସ୍ତ ପାସୱାର୍ଡ ଆଧାରିତ NPS ବ୍ୟବହାରକାରୀଙ୍କ ପାଇଁ ଲାଗୁହେବ। ଏପ୍ରିଲ ୧ରୁ ଏହା କାର୍ଯ୍ୟକାରୀ ହେବ। ଏନେଇ ମାର୍ଚ୍ଚ ୧୫ରେ PFRDA ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।

SBI କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ

SBI  ଏପ୍ରିଲ ପହିଲାରୁ କିଛି କ୍ରେଡିଟ୍ କାର୍ଡ ପାଇଁ ରିୱାର୍ଡ ପଏଣ୍ଟ ବନ୍ଦ କରିବା ନେଇ ଘୋଷଣା କରିଛି। ଏଥିରେ AURUM, SBI କାର୍ଡ ଇଲାଇଟ, SBI କାର୍ଡ ଇଲାଇଟ ଆଡଭାଣ୍ଟେଜ୍, SBI କାର୍ଡ ପଲସ୍ ଏବଂ Simply Click SBI କାର୍ଡ ଅନ୍ତର୍ଭୁକ୍ତ ।

Advertisment

କ୍ରେଡିଟ୍ କାର୍ଡ ସମ୍ୱନ୍ଧୀୟ ନିୟମ

ୟେସ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଯେଉଁ ୟୁଜର୍ସ କ୍ରେଡିଟ୍ କାର୍ଡରେ ମାସିକ ୧୦ହଜାର କିମ୍ବା ତା’ଠାରୁ ଅଧିକ ଖର୍ଚ୍ଚ କରିବେ ସେମାନଙ୍କ ପାଇଁ ଡୋମେଷ୍ଟିକ୍ ଲାଉନ୍‌ଜ କାର୍ଡ ଉପଲବ୍ଧ କରାଯିବ। ସେହିପରି ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଅଧୀନରେ ତିନି ମାସରେ ୩୫ ହଜାର ଟଙ୍କା କିମ୍ବା ଅଧିକ ଖର୍ଚ୍ଚ କଲେ ଏୟାରପୋର୍ଟ ଲାଉଞ୍ଜ ଏକସେସ୍ ସୁବିଧା ପ୍ରଦାନ କରାଯିବ। ସେହିପରି ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଗ୍ୟାସ, ବୀମା ଏବଂ ସୁନା କିଣଲେ ରିୱାର୍ଡ ପଏଣ୍ଟ ଦିଆଯିବ ନାହିଁ । ତେବେ ଏହି ନିୟମ ଏପ୍ରିଲ୍ ୨୦ରୁ କାର୍ଯ୍ୟକାରୀ ହେବ ।

OLA ମନି ୱାଲେଟ୍

ଓଲା ମନି ଘୋଷଣା କରିଛି ଯେ, ସର୍ବାଧିକ ୧୦ହଜାର ଟଙ୍କାର ୱାଲେଟ୍ ଲୋଡ୍ ସହ ସଂପୂର୍ଣ୍ଣ ଛୋଟ PPI (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ) ୱାଲେଟ୍ ସେବାକୁ ପରିବର୍ତ୍ତିତ କରିବ। କମ୍ପାନୀ ମାର୍ଚ୍ଚ ୨୨ରୁ ଏନେଇ ଗ୍ରାହକଙ୍କୁ ଏସଏମଏସ ଜରିଆରେ ସୂଚନା ଦେଇଛି।

Fastag KYCରେ ପରିବର୍ତ୍ତନ

ଯଦି ଆପଣ ମାର୍ଚ୍ଚ ୩୧ ସୁଦ୍ଧା Fastag KYC ଅପଡେଟ୍ କରନ୍ତି ନାହିଁ, ତେବେ ଆପଣ ଏପ୍ରିଲ୍ ୧ରୁ Fastag ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । NHAI Fastag KYC ବାଧ୍ୟତାମୂଳକ କରିଛି । ଯାହାକି ଏପ୍ରିଲ ପହିଲାରୁ ଲାଗୁହେବ।

LPG ଗ୍ୟାସ୍ ମୂଲ୍ୟରେ ପରିବର୍ତ୍ତନ

ପ୍ରତିମାସ ଆରମ୍ଭରେ ସାରା ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବଦଳିଯାଏ । ଏପ୍ରିଲ ୧ରେ ବାଣିଜ୍ୟିକ ଏବଂ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ। ତେବେ ଲୋକସଭା ନିର୍ବାଚନ ମଧ୍ୟରେ ଗ୍ୟାସ ଦର ବୃଦ୍ଧି ହେବାର ସମ୍ଭାବନା କମ୍ ରହିଛି।

LPG Price 'FASTag' Credit Card
Advertisment
Advertisment