/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747220566.jpeg)
LIC ପ୍ରିମିୟମ
ଆପଣ LICରେ ନିବେଶ କରିଛନ୍ତି କି ? ପ୍ରିମିୟମ ଦେବାରେ ଅସୁବିଧା ହେଉଛି କି ? ଟଙ୍କା ଦେବା ପରେ ରିସିପ୍ଟ ପାଇବାରେ ହେଉଛି କି ବିଳମ୍ବ ? ତେବେ ଏହି ସବୁ ବ୍ୟବସ୍ଥାକୁ ନେଇ ଭାରତୀୟ ଜୀବନ ବୀମା ନିଗମ LIC ବଡ଼ ଘୋଷଣା କରିଛି । ଯାହାଦ୍ୱାରା ଗ୍ରାହକ ବା ନିବେଶକ ମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
ପୂର୍ବପରି LIC ଟଙ୍କା ଭରିବାକୁ ଏଜେଣ୍ଟଙ୍କ ପାଖକୁ ଯିବାକୁ ପଡିବ ନାହିଁ। ମାତ୍ର କିଛି ସମୟ ମଧ୍ୟରେ ନିଜର ହ୍ବାଟ୍ସଆପରେ ପ୍ରିମିୟମ ପୈଠ କରିପାରିବେ ଗ୍ରାହକ । ତେବେ କିପରି ଏହା କରିବେ ଆସନ୍ତୁ ଜାଣିବା...
ନିବେଶକଙ୍କ ସୁବିଧା ପାଇଁ LIC ହ୍ବାଟ୍ସଆପ ନମ୍ବର ୮୯୭୬୮୬୨୦୯୦ ଜାରି କରିଛି । ଏହି ନମ୍ବରରେ ଆପଣ ଏକ ମେସେଜ୍ ପଠାଇ ୟୁପିଆଇ ମାଧ୍ୟମରେ ପ୍ରିମିୟମ ଦେଇପାରିବେ । ତେବେ କିଭଳି ଦେବେ ଟଙ୍କା ? ଜାଣନ୍ତୁ...
ହ୍ବାଟ୍ସଆପରେ ଦିଅନ୍ତୁ LIC ପ୍ରିମିୟମ
୧. ୮୯୭୬୮୬୨୦୯୦ ନମ୍ବରକୁ ପ୍ରଥମେ ଫୋନ୍ ରେ ସେଭ୍ କରି ହ୍ବାଟ୍ସଆପରେ ‘ହାଏ’ ପଠାନ୍ତୁ
୨. ପରେ ବଟ ସକ୍ରିୟ ହେବା ପରେ ଆପଣଙ୍କ ଫୋନ୍ ରେ ଅନେକ ବିକଳ୍ପ ଆସିବ
୩. ବିକଳ୍ପକୁ ଦେଖି ଆପଣ ଯେଉଁ ସେବା ଚାହୁଁଥିବେ ତା’ର ବିକଳ୍ପ ବାଛନ୍ତୁ
୪. ଯେପରିକି ଯଦି ଆପଣ ପଲିସି ପ୍ରିମିୟମ ଦେବେ, ତେବେ ସେହି ବିକଳ୍ପକୁ କ୍ଲିକ୍ କରନ୍ତୁ
୫. ଏବେ ଆପଣଙ୍କୁ ଏକ ଲିଙ୍କ ମିଳିଯିବ, ଯେଉଁଥିରେ ଆପଣ ପଞ୍ଜିକରଣ କରିପାରିବେ
୬. ପ୍ରଥମେ ପଲିସି ନମ୍ବର ଦେବା ସହ ପରେ ବିନା ଟିକସରେ ପ୍ରିମିୟମ ରାଶି ଦେବେ
୭. ଏବେ ପାନ କାର୍ଡ ଓ ଫଟୋ ଅପ୍ ଲୋଡ୍ କରିବାକୁ ଅପସନ୍ ଆସିବ, ଯାହା ଆପଣ କରିବେ
୮. ପ୍ରିମିୟମ ରାଶି ଦେବା ପରେ ପରେ ହିଁ ସେହିଠାରେ ଆପଣଙ୍କୁ ପଲିସି ରିସିପ୍ଟ ମିଳିଯିବ
ତେବେ ଏହି ପରି ଭାବେ ଆପଣ ନିଜ ମୋବାଇଲ୍ରେ ଏବେ LIC ଟଙ୍କା ପୈଠ କରିପାରିବେ । ଏବଂ ରିସିପ୍ଟ ମଧ୍ୟ ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)