Advertisment

Karnataka: ୪ ବର୍ଷ ମଧ୍ୟରେ ୧.୬୩ କୋଟି ଟଙ୍କାର ନେଣଦେଣ, ଆତଙ୍କରେ ବ୍ୟବସାୟୀ

ଶଙ୍କର ଗୌଡ଼ାଙ୍କ କହିବା କଥା ଯେ ସେ ସିଧାସଳଖ ଚାଷୀଙ୍କ ଠାରୁ ନଗଦ ପରିବା କିଣନ୍ତି। ଏହାକୁ ସେ ନିଜର ଛୋଟ ଦୋକାନରେ ବିକ୍ରି କରନ୍ତି। ଶଙ୍କର ଗୌଡ଼ା ପ୍ରତିବର୍ଷ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି। ସେ ଏବେ କେମିତି ୨୯ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି ।

Karnataka

Karnataka

Advertisment

କର୍ଣ୍ଣାଟକର ହାବେରୀରେ ପରିବା ବ୍ୟବସାୟୀଙ୍କୁ ମିଳିଛି ୨୯ ଲକ୍ଷର ଜିଏସଟି ନୋଟିସ । ଗତ ୪ ବର୍ଷ ମଧ୍ୟରେ ୟୁପିଆଇରେ ୧.୬୩ କୋଟି ଟଙ୍କାର ନେଣଦେଣ କରିଛନ୍ତି। ତେଣୁ ତାଙ୍କୁ ୨୯ ଲକ୍ଷ ଟଙ୍କାର ଜିଏସଟି ନୋଟିସ ଆସିଛି । ମ୍ୟୁନିସପାଲ ଉଚ୍ଚ ବିଦ୍ୟାଳୟ ପଡ଼ିଆ ନିକଟରେ ଗୋଟିଏ ଛୋଟ ପରିବା ଦୋକାନ କରିଛନ୍ତି ଶଙ୍କର ଗୌଡା । ଦୀର୍ଘ ୪ ବର୍ଷ ହେଲାଣି ଶଙ୍କର ଗୌଡ଼ା ଏଠାରେ ପରିବା ଦୋକାନ ଚଳାଇଛନ୍ତି।

Advertisment

ତାଙ୍କର ଅଧିକାଂଶ ଗ୍ରାହକ ୟୁପିଆ କିମ୍ବା ଅନ୍ୟ ଡିଜିଟାଲ ୱାଲେଟ ଦ୍ୱାରା ପେମେଣ୍ଟ କରନ୍ତି। ୟୁପିଆଇରେ ଟଙ୍କା ଗ୍ରହଣ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଜିଏସଟି ଅଧିକାରୀମାନେ ନୋଟିସ କରି ଦାବି କରିଛନ୍ତି ଯେ ଶଙ୍କର ଗୌଡ଼ା ୪ ବର୍ଷ ମଧ୍ୟରେ ୧.୬୩ କୋଟି ଟଙ୍କାର ନେଣଦେଣ କରିଛନ୍ତି। ତେଣୁ ତାଙ୍କ ଉପରେ ୨୯ ଲକ୍ଷ ଟଙ୍କାର ଜିଏସଟି ବାକି ପଡ଼ିଛି।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଯାଉଛନ୍ତି କି ? ତେବେ କ୍ୟାସ ନେଇକି ଯାଆନ୍ତୁ

ଶଙ୍କର ଗୌଡ଼ାଙ୍କ କହିବା କଥା ଯେ ସେ ସିଧାସଳଖ ଚାଷୀଙ୍କ ଠାରୁ ନଗଦ ପରିବା କିଣନ୍ତି। ଏହାକୁ ସେ ନିଜର ଛୋଟ ଦୋକାନରେ ବିକ୍ରି କରନ୍ତି। ଶଙ୍କର ଗୌଡ଼ା ପ୍ରତିବର୍ଷ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି। ସେ ଏବେ କେମିତି ୨୯ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି ।

Advertisment

କ୍ଲିୟର ଟ୍ୟାକ୍ସ ଅନୁସାରେ ଫ୍ରେସ ପରିବା ଜିଏସ୍‌ଟି ଲାଗେ ନାହିଁ । ଯଦି ଜଣେ ଭେଣ୍ଡର ସିଧାସଳଖ ଚାଷୀଙ୍କ ଠାରୁ ପରିବା କିଣୁଛନ୍ତି ଓ ଏହାକୁ ସେହି ରୂପରେ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି, ତା’ହେଲେ ଏହା ଉପରେ କୌଣସି ଜିଏସଟି ଲାଗିବ ନାହିଁ। ନିକଟରେ କର୍ଣ୍ଣାଟକା ଜିଏସ୍‌ଟି ବିଭାଗ କହିଥିଲା ଯେ ସେମାନେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କ ଉପରେ ନଜର ରଖିଛନ୍ତି।

ବର୍ତ୍ତମାନର GST ଫ୍ରେମୱାର୍କ ଅନୁଯାୟୀ, ସାମଗ୍ରୀ ଯୋଗାଣ କରୁଥିବା ବ୍ୟବସାୟୀଙ୍କ ବାର୍ଷିକ ଟର୍ନଓଭର ଯଦି ୪୦ ଲକ୍ଷ ଟଙ୍କା ଅତିକ୍ରମ କରେ ତେବେ GST ରେଜିଷ୍ଟ୍ରେସନ ଏବଂ ଟ୍ୟାକ୍ସ ଦେବାକୁ ପଡ଼ିବ । ସେବା ଯୋଗାଣକାରୀଙ୍କ ପାଇଁ ଏହି ସୀମା ୨୦ ଲକ୍ଷ ଟଙ୍କା।

Advertisment

ବେଙ୍ଗାଲୁରୁ ଦିନେ ଡିଜିଟାଲ ପେମେଣ୍ଟରେ ଅଗ୍ରଣୀ ଥିଲା, ଏବେ ଛୋଟ ବିକ୍ରେତାମାନେ GST ନୋଟିସ ପାଇବା ପରେ କ୍ୟାସରେ ଜିନିଷ ବିକୁଛନ୍ତି । ଛୋଟ ବିକ୍ରେତାମାନେ, ଯେଉଁମାନେ ଏକଦା UPI ପେମେଣ୍ଟକୁ ପସନ୍ଦ କରୁଥିଲେ, ଏବେ ଟ୍ୟାକ୍ସ ଅଥରିଟିଙ୍କ ଭୟରେ ଗ୍ରାହକଙ୍କୁ ନଗଦରେ ପୈଠ କରିବାକୁ କହୁଛନ୍ତି।

କମର୍ସିଆଲ ଟ୍ୟାକ୍ସେସ ବିଭାଗ କହିଛି ଯେ ୨୦୨୧-୨୨ ଠାରୁ UPI ଟ୍ରାଞ୍ଜାକ୍ସନ ଡାଟା ଅନୁଯାୟୀ ଯେଉଁ ବ୍ୟବସାୟୀଙ୍କ ଟର୍ନଓଭର GST ରେଜିଷ୍ଟ୍ରେସନ ଆବଶ୍ୟକ କରୁଛି, ସେମାନଙ୍କୁ ନୋଟିସ ଜାରି କରାଯାଇଛି।

କର୍ଣ୍ଣାଟକର ପୂର୍ବତନ ଅତିରିକ୍ତ କମିଶନର ଅଫ କମର୍ସିଆଲ ଟ୍ୟାକ୍ସେସ ଏଚ.ଡି. ଅରୁଣ କୁମାର କହିଛନ୍ତି ଯେ GST ଅଧିକାରୀମାନେ ୟୁପିଆଇ ଟ୍ରାଞ୍ଜାକ୍ସନକୁ ଦେଖି ଏହାକୁ ଟର୍ନଓଭର ଭାବେ ଉଲ୍ଲେଖ କରି ଟ୍ୟାକ୍ସ ଦାବି କରିପାରିବେ ନାହିଁ।

ଅଧିକ ପଢ଼ନ୍ତୁ: ଆପଣ ବି ଡଲିଙ୍କ ସହ କରିପାରିବେ ବ୍ୟବସାୟ, ଗଣିବାକୁ ପଡ଼ିବ ଲକ୍ଷାଧିକ ଟଙ୍କା...

GST Karnataka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ