Advertisment

ମେକ୍ ଇନ୍ ଓଡ଼ିଶା: କେତେ ବାସ୍ତବ ହେବ ସାଢ଼େ ୧୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ?

କେତେ ବାସ୍ତବ ରୂପ ନେବ ତାକୁ ନେଇ ପ୍ରଶ୍ନ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Make In Odisha

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ରାଜ୍ୟ ସରକାରଙ୍କୁ JSW ଷ୍ଟିଲ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ତେରଛା ବାଣ। ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରମୁଖ ଶିଳ୍ପପତିଙ୍କ ଉପସ୍ଥିତିରେ ସଜ୍ଜନ ମଞ୍ଜ କଥା କହିବାକୁ ନେଇ ଚର୍ଚ୍ଚା। ତେବେ ଏହା ତାଙ୍କ ମନର ଶଙ୍କା ନା ଅସନ୍ତୋଷ। ତାକୁ ନେଇ ବି ପ୍ରଶ୍ନ? କାରଣ ଜଗତସିଂହପୁରର ବିବାଦୀୟ ପୋସ୍କୋ ଜମି ଉପରେ ୧୩.୨ ନିୟୁତ ଟନ୍‌ର ମେଗା ଷ୍ଟିଲପ୍ଲାଣ୍ଟ କରୁଛି JSW। ତେବେ ପୋସ୍କୋ ଭଳି ଜେଏସଡବ୍ଲୁ ପାଇଁ କଣ୍ଟା ସାଜିଛି କି ଜମି ଅଧିଗ୍ରହଣ ସମସ୍ୟା? ନିର୍ଦ୍ଧାରିତ ସମୟରେ ଜମି ଯୋଗାଇ ଦେବାରେ ଫେଲ ମାରିଛନ୍ତି କି ରାଜ୍ୟ ସରକାର? ତେବେ ଖାଲି ଜମି ନୁହେଁ ରାଜ୍ୟରେ ଶିଳ୍ପ ଭିତ୍ତିଭୂମିର ଅଭାବକୁ ନେଇ ବି ମେକ୍ ଇନ୍ ଓଡ଼ିଶାରେ ପ୍ରଶ୍ନ ଉଠାଇଛନ୍ତି ଶିଳ୍ପପତି। ଟାଟା ଷ୍ଟିଲ୍ MD କହିଛନ୍ତି, ଶିଳ୍ପାୟନକୁ ଗତି ଦେବାକୁ ହେଲେ ସଡ଼କଠୁ ବନ୍ଦର ଯାଏଁ ରାଜ୍ୟ ସରକାରଙ୍କୁ ଭିତ୍ତିଭୂମି ସୁଦୃଢ଼ କରିବାକୁ ପଡିବ।

Advertisment

ଦେଶର ପ୍ରମୁଖ ଶିଳ୍ପପତିଙ୍କ ଏଭଳି ଅସନ୍ତୋଷ ସତ୍ତ୍ୱେ ଚଳିତ ସଂସ୍କରଣ ମେକ୍ ଇନ୍ ଓଡ଼ିଶାରେ ରାଜ୍ୟ ସରକାର ସାଢ଼େ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ପାଇଥିବା କହିଛନ୍ତି। ହେଲେ ଏସବୁ ପ୍ରତିଶ୍ରୁତି କେତେ ବାସ୍ତବ ରୂପ ନେବ ତାକୁ ନେଇ ପ୍ରଶ୍ନ। କାରଣ ପୂର୍ବ ଦୁଇଟି ମେକ୍ ଇନ୍ ଓଡ଼ିଶାରେ ୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଥିଲା। ତେବେ ଏଯାଏଁ ରାଜ୍ୟକୁ କେବଳ ୫ ହଜାର ୬୭୪ କୋଟି ଟଙ୍କାର ପୁଞ୍ଜି ଆସିଛି। ୨୮୬ଟି ପ୍ରସ୍ତାବ ମଧ୍ୟରୁ ୧୬ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ତେଣୁ ଚଳିତ ସଂସ୍କରଣରୁ କେତେ ଫାଇଦା ମିଳବ ତାକୁ ନେଇ  ଶିଳ୍ପ ସଂଘ ଓ ବିଶେଷଜ୍ଞ ମନରେ ଦ୍ୱନ୍ଦ୍ୱ। 

ପୂର୍ବର ଦୁଇଟି ମେକ୍ ଇନ୍ ଓଡ଼ିଶାରୁ ବିଶେଷ ସଫଳତା ମିଳିନଥିବାରୁ ରାଜ୍ୟ ସରକାର। ଏଥର ମିଳିଥିବା ପୁଞ୍ଜିନିବେଶ ଆଗ୍ରହକୁ କିଭଳି କାର୍ଯ୍ୟକାରୀ କରୁଛନ୍ତି, ତାହା ଉପରେ ନଜର।

Advertisment

(ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ)

Make In Odisha Conclave
Advertisment
Advertisment