• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଷ୍ଟକ ବଜାର ନିବେଶକଙ୍କ ପାଇଁ ୨୦୨୩ ଲାଭଦାୟୀ ହୋଇଛି । ଗୋଟିଏ ବର୍ଷରେ ନିବେଶକମାନଙ୍କ ସମ୍ପତ୍ତିରେ ରେକର୍ଡ ୮୦.୬୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି । ନିକଟରେ ନିର୍ବାଚନରେ ବିଜେପିର ସଫଳତା, ଅର୍ଥନୈତିକ ସ୍ଥିତି, ରାଜନୈତିକ ସ୍ଥିରତା, କର୍ପୋରେଟ ଆୟ ବୃଦ୍ଧି ଆଦି ଅନେକ କାରଣ ପାଇଁ ଷ୍ଟକ ବଜାରରେ ବର୍ଷ ଶେଷ ଆଡ଼କୁ ଖୁବ ଉତ୍ସାହ ପରିଲକ୍ଷିତ ହୋଇଛି । ଚଳିତ ବର୍ଷ ପୁଞ୍ଜି ବଜାରରୁ ମିଳିଛି ୧୮ ପ୍ରତିଶତ ଲାଭ । ବର୍ଷକ ମଧ୍ୟରେ ସେନସେକ୍ସରେ ୧୮ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଥିବା ବେଳେ ନିଫ୍ଟିରେ ନିବେଶକଙ୍କୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଲାଭ ମିଳିଛି ।

ଘରୋଇ ପୁଞ୍ଜି ବଜାର ଉପରମୁହାଁ ହେବା ଯୋଗୁଁ ଭାରତୀୟ ଷ୍ଟକ ବଜାରରେ ପ୍ରାୟ ୮୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି । ଏଣୁ ଭାରତ ଯେକୌଣସି ସମୟରେ ହଂକଂକୁ କାଟି ଚତୁର୍ଥ ଅର୍ଥନୈତିକ ମହାଶକ୍ତିରେ ପରିଣତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ମଧ୍ୟ ସୁଦ୍ଧ ହାର କମ ହେବାର ଥିବାରୁ ଷ୍ଟକ ବଜାର ଉନ୍ନତ ପ୍ରଦର୍ଶନ କରିଛି । ଡିସେମ୍ବର ୨୮ ସୁଦ୍ଧା ସେନସେକ୍ସରେ ୧୧,୫୬୯ ପଏଣ୍ଟ ବୃଦ୍ଧି ହୋଇଛି । ଏହା ଗତ ବର୍ଷ ତୁଳନାରେ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ଦେଇଛି । ଚଳିତ ବର୍ଷ ଖୁଚୁରା ନିବେଶକମାନେ ବିଶେଷ ଭାବେ ଲାଭବାନ ହୋଇଛନ୍ତି । ନିବେଶକମାନେ ମୁଖ୍ୟତଃ ବଜାର ଅସ୍ଥିରତାକୁ ନେଇ ବିବ୍ରତ ହେଉ ନାହାନ୍ତି । ଫଳରେ ମାର୍କେଟ ତାଙ୍କୁ ଭଲ ରିର୍ଟନ ଦେଉଛି ।

ଚଳିତ ବର୍ଷ ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ୪ ଲକ୍ଷ କୋଟି ଡଲାର କ୍ଲବରେ ପ୍ରବେଶ କରିଛନ୍ତି । ୨୦୨୧ ରେ ଏହା ୩ ଲକ୍ଷ କୋଟି ଡଲାର ଥିଲା । ମାତ୍ର ଦୁଇ ବର୍ଷ ମଧ୍ୟରେ ଏହା ଏକ ଲକ୍ଷ କୋଟି ଡଲାର ଯୋଡ଼ିବାରେ ସକ୍ଷମ ହୋଇଛି । ଡିସେମ୍ବର ୨୮ ରେ ସେନସେକ୍ସ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।

ଅନ୍ୟପଟେ ଚଳିତ ବର୍ଷ ସେୟାର ବଜାରରେ ପ୍ରାୟ ୮କୋଟି ଲୋକ ଯୋଡ଼ି ହୋଇଛନ୍ତି । ନିବେଶକଙ୍କ ସଂଖ୍ୟାରେ ୨୪ ପ୍ରତିଶତ ବୃଦ୍ଧି ହୋଇଛି । ସର୍ବାଧିକ ୧.୪୮ କୋଟି ନିବେଶକ ମହାରାଷ୍ଟ୍ରରେ ଥିବା ବେଳେ, ଉତ୍ତର ପ୍ରଦେଶ ମଧ୍ୟ ପଛରେ ପଡ଼ି ନାହିଁ । କେବଳ ଉତ୍ତର ପ୍ରଦେଶରୁ ୨୩.୧ ଲକ୍ଷ ନୂଆ ନିବେଶକ ଯୋଡ଼ି ହୋଇଛନ୍ତି । ଅନଲାଇନ ଜରିଆରେ ସେୟାର ବଜାରରେ ନିବେଶ ସହଜ ହୋଇ ଥିବାରୁ ଲୋକମାନେ ଅଧିକ ପରିମାଣରେ ଆକୃଷ୍ଟ ହେଉଛନ୍ତି ।