• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦେଶରେ ବଢ଼ି ଚାଲିଛି ସମ୍ପତ୍ତି ଅସମାନତା । ମାତ୍ର ୧୦ ପ୍ରତିଶତ ଧନୀଙ୍କ ପାଖରେ ଦେଶର ଅଧା ସମ୍ପତ୍ତି ରହିଛି । ଲୋକଙ୍କ ଆୟ ଓ ସମ୍ପତ୍ତିରେ ଅସମାନତାର ବିରାଟ ବୃଦ୍ଧି ଦେଖିବାକୁ ମିଳିଛି । ଏନେଇ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ(ୟୁଏନଡିପି) ତରଫରୁ ରିପୋର୍ଟ ପ୍ରକାଶ ପାଇଛି ।

ୟୁଏନଡିପି ରିପୋର୍ଟ ଅନୁଯାୟୀ, ଭାରତରେ ଦାରିଦ୍ର କମିଛି । ୨୦୧୫-୧୬ ରେ ଏହା ୨୫ ପ୍ରତିଶତ ଥିଲା । ବର୍ତ୍ତମାନ ଏହା ଖସି ୨୦୧୯-୨୦ ରେ ୧୫ ପ୍ରତିଶତରେ ପହଞ୍ଚିଛି । କିନ୍ତୁ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ମାତ୍ର ୧୦ ପ୍ରତିଶତ ଧନୀଙ୍କ ପାଖରେ ଦେଶର ଅର୍ଦ୍ଧାଧିକ ସମ୍ପତ୍ତି ରହିଛି । ୨୦୦୦ ରେ ୨୦୨୨ ମଧ୍ୟରେ ଭାରତର ମୁଣ୍ତ ପିଛା ଆୟ ୪୪୨ ଡଲାରରୁ ବୃଦ୍ଧି ପାଇ ୨୩୮୯ ରେ ପହଞ୍ଚଛି । ୨୦୦୪ ରୁ ୨୦୧୯ ମଧ୍ୟରେ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ୪୦ ରୁ ୧୦ ପ୍ରତିଶତକୁ ଖସି ଆସିଛି ।

ଏପରି ସଫଳତା ସତ୍ତ୍ୱେ କିଛି ରାଜ୍ୟରେ ଦାରିଦ୍ର୍ୟ ହାର ଅଧିକ ରହିଛି । ତେବେ ୟୁଏନଡିପି ରିପୋର୍ଟରେ ଆଉ ଏକ ବିଷୟକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରା ଯାଇଛି । ଯେଉଁ ଲୋକମାନେ ଦାରିଦ୍ର ସୀମାରେଖାରୁ ଉପରକୁ ଉଠିଛନ୍ତି, ସେମାନେ ପୁଣିଥରେ ତଳକୁ ଖସି ଯିବାର ଆଶଙ୍କା ରହିଛି । ଏମାନଙ୍କ ମଧ୍ୟରେ ମହିଳା, ଆନ୍ତ ରାଜ୍ୟ ପ୍ରବାସୀ ଓ ଶ୍ରମିକ ଶ୍ରେଣୀର ଲୋକ ଅଧିକ ରହିଛନ୍ତି ।

ବିକାଶର ଦ୍ରୁତଗତ ସତ୍ତ୍ୱେ ଦେଶରେ ଅର୍ଥନୈତିକ ଅସମାନତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି । ଏହାକୁ କମ କରିବାକୁ ଆହ୍ୱାନ ଦେଇଛି ୟୁଏନଡିପି । ପରିବର୍ତ୍ତନ ଆଣିବା ପାଇଁ ତିନୋଟି ନୂତନ ଦିଗ ପ୍ରତି ଧ୍ୟାନ ରଖିବାକୁ ଆହ୍ବାନ ଦିଆଯାଇଛି । ବିକାଶର ମୂଳରେ ଲୋକଙ୍କୁ ରଖିବାକୁ ଆହ୍ୱାନ ଦେଇଛି ୟୁଏନଡିପି । ଅଧିକ ଚାକିରୀ ସୃଷ୍ଟି କରିବା ସହ ପରିବେଶକୁ ସମ୍ମାନ ଦେବା ପାଇଁ ଅଭିବୃଦ୍ଧି ରଣନୀତିକୁ ପୁନଃ ବିଚାର କରିବାକୁ ଏବଂ ଶେଷରେ ସଂସ୍କାର ରାଜନୀତି ଏବଂ ବିଜ୍ଞାନ ଉପରେ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛି ୟୁଏନଡିପି ।