Advertisment

ଆଜିଠୁ ବଦଳୁଛି ଏହିସବୁ ନିୟମ; ଜାଣିରଖନ୍ତୁ କେଉଁଥିରେ ହେଉଛି ପରିବର୍ତ୍ତନ...

ଆଜିଠୁ ବଦଳିଲା ଏହିସବୁ ନିୟମ। ଚଳିତ ମାସରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ।

author-image
Sonali Ojha
Important Changes

Important Changes

ଆଜିଠୁ ବଦଳିଲା ଏହିସବୁ ନିୟମ। ଚଳିତ ମାସରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ଆଧାର କାର୍ଡ, କ୍ରେଡିଟ୍ କାର୍ଡ, ଏଲପିଜି ସିଲିଣ୍ଡର ଏବଂ ଏଫଡି ସହ ଯୋଡି ହୋଇଥିବା ନିୟମ ପରିବର୍ତ୍ତନ ହେଉଛି। ଫଳରେ ଏହା ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇବ।

Advertisment

ଆଧାରକାର୍ଡ ଅପଡେଟ୍ କରିବାର ସମୟସୀମାକୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟ ଅବଧି ମଧ୍ୟରେ ବିନା କୌଣସି ମୂଲ୍ୟରେ ନିଜର ଆଧାରକାର୍ଡ ଅପଡେଟ୍ କରିପାରିବେ । ହେଲେ ସେପ୍ଟେମ୍ବର ୧୪ ତାରିଖ ପରେ ଅପଡେଟ୍ କରିବାକୁ ହେଲେ ଏଥିପାଇଁ ଧାର୍ଯ୍ୟ ପରିମାଣର ଟଙ୍କା ଦେବାକୁ ପଡ଼ିବ।

ମାସ ଆରମ୍ଭରୁ ମହଙ୍ଗା ମାଡ଼। ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦର। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ପ୍ରତି ଗ୍ୟାସ ସିଲିଣ୍ଡରର ଦରରେ ୩୯ ଟଙ୍କା ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ ଆଜିଠାରୁ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ବିକ୍ରିହେବ।ଗତ ମାସରେ LPGର ବ୍ୟବସାୟିକ ମୂଲ୍ୟ ୮ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା । ସେହିପରି ଗତ ଜୁଲାଇ ମାସରେ ଏହି ଦର ୩୦ ଟଙ୍କା ହ୍ରାସ ପାଇଥିଲା ।

Advertisment

ଆଜିଠାରୁ ଲାଗୁ ହେଉଛି ନୂଆ ଟେଲିକମ ଗାଇଡଲାଇନ। ଯାହାକି ଫେକ୍ କଲ ଓ ମେସେଜରୁ ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବ। ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ୍ ଇଣ୍ଡିଆ (TRAI) ଏନେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।ଆଜିଠୁ କ୍ରେଡିଟ୍ କାର୍ଡ ନିୟମାବଳୀରେ ପରିବର୍ତ୍ତନ ହେଉଛି।ୟୁଟିଲିଟି ଟ୍ରାଞ୍ଜାକସନ୍ ଉପରେ HDFC ବ୍ୟାଙ୍କ ରିୱାର୍ଡ ପଏଣ୍ଟ ହ୍ରାସ କରିବ। ଥାର୍ଡ ପାର୍ଟି ଆପରେ ଏଜୁକେସନାଲ ପେମେଣ୍ଟ କଲେ HDFC ବ୍ୟାଙ୍କ କୌଣସି ରିୱାର୍ଡ ପଏଣ୍ଟ ଦେବନାହିଁ ।

ସେହିପରି IDFC ବ୍ୟାଙ୍କ ମଧ୍ୟ ସର୍ବନିମ୍ନ ଦେୟ ରାଶି ପରିବର୍ତ୍ତନ କରିବ। ଯାହାର ଧାର୍ଯ୍ୟ ସମୟ ପୂର୍ବରୁ ୧୮ରୁ କମାଇ ୧୫ ଦିନ କରାଯିବ। କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିବାର ସମ୍ଭାବନା ରହିଛି । ୩% ପର୍ଯ୍ୟନ୍ତ DA ବଢାଇପାରନ୍ତି ସରକାର । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦% ଥିବାବେଳେ ଏହା ବୃଦ୍ଧି ପାଇ ୫୩%ରେ ପହଞ୍ଚିପାରେ ।

LPG Cylinder Aadhaar
Advertisment
Advertisment