• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନ ଥିଲା ସ୍ବାମୀ ଗାଡ଼ି ଚଲଉଥିଲେ । ଚଳିବା ପାଇଁ କଷ୍ଟ ହେଉଥିଲା । ହେଲେ ଆଜି ସ୍ଥିତି ବଦଳି ଯାଇଛି । ସେହି ଡ୍ରାଇଭର ବାବୁଙ୍କ ସ୍ତ୍ରୀ ଆଜି ଦେଶର ଦାମିକା ଲୋକ । ନିକଟରେ ପ୍ରକାଶ ପାଇଛି ଫୋବର୍ସ ଧନୀ ତାଲିକା । ଭାରତୀୟଙ୍କ ମଧ୍ୟରେ ପ୍ରଥମ ଶହେ ଜଣଙ୍କ ଭିତରେ ଅଧିକ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ରେଣୁକା ଜଗତିୟାନୀଙ୍କ କାହାଣୀ ଅଦ୍ଭୁତ ।

ଗୋଟେ ସମୟରେ ତାଙ୍କ ସ୍ବାମୀ କାର ଚଳେଇ ପରିବାର ପୋଷୁଥିଲେ । ଆଉ ଆଜି ସେ ୪୦ ହଜାର କୋଟି ଟଙ୍କାର ମାଲିକାଣୀ । ଭାରତୀୟ ଧନୀ ତାଲିକାରେ ସେ ୪୪ ତମ ସ୍ଥାନରେ ରହିଛନ୍ତି । ପ୍ରଥମ ଥର ପାଇଁ ସେ ଫୋବର୍ସ ପକ୍ଷରୁ ପ୍ରକାଶିତ ତାଲିକାରେ ସ୍ଥାନ ପାଇଛନ୍ତି ।

ରେଣୁକାଙ୍କ ସ୍ବାମୀ ସ୍ବର୍ଗତ ମୁକେଶ ଜଗତିୟାନୀ ଲଣ୍ତନ ରାଜପଥରେ ଗାଡ଼ି ଚଲଉଥିଲେ । ୧୯୭୦ ମସିହାରେ ଗାଡ଼ି ଚଲାଇ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ପରେ ସେ ବାହାରିନ ଓ ଦୁବାଇ ପଳାଇଥିଲେ । ଏବେ ଦୁବାଇରେ ରେଣୁକା ନିଜର ବ୍ୟବସାୟ ପ୍ରତିଷ୍ଠାନ ଚଳଉଛନ୍ତି ।
୧୯୭୩ ରେ ରେଣୁକାଙ୍କର ସ୍ବାମୀଙ୍କ ପିତାମାତା ଓ ଭାଇଙ୍କର ଦେହାନ୍ତ ହୋଇ ଯାଇଥିଲା । ପରେ ନିଜ ପତ୍ନୀଙ୍କୁ ଧରି ସେ ବାହାରିନ ଚାଲି ଯାଇଥିଲେ ।

ସେଠାରେ ଥିବା ଭାଇଙ୍କର ଖେଳନା ଦୋକାନକୁ ସମ୍ଭାଳିଥିଲେ । ଏଠାରୁ ହିଁ ଆରମ୍ଭ ହେଲା ସଫଳତାର କାହାଣୀ । ଧିରେ ଧିରେ ଖେଳନା ଦୋକାନ ଭଲ ଚାଲିଲା ଓ ୧୦ ବର୍ଷ ମଧ୍ୟରେ ସେ ୬ ଟି ଖେଳନା ଦୋକାନ ପ୍ରତିଷ୍ଠା କଲେ । ପରେ ପରେ ସେ ଦୁବାଇ ଯାଇ ନିଜର କମ୍ପାନୀ ଲ୍ୟାଣ୍ତମାର୍କ ଗ୍ରୁପ ଆରମ୍ଭ କଲେ ।


ଫ୍ୟାସନ, ଇଲେକ୍ଟ୍ରୋନିକ୍ସ, ଫର୍ଣ୍ଣିଚର ସହ ହୋଟେଲ ବିଜନେସ ମଧ୍ୟ ଆରମ୍ଭ କଲେ ମିକି । ଦିନ ଗଡ଼ିବା ସହ କମ୍ପାନୀ ବଢ଼ି ଚାଲିଲା । ବ୍ୟବସାୟରେ ବହୁତ ଆଗକୁ ଗଲେ । ତାଙ୍କର ବ୍ୟବସାୟ ମୁଖ୍ୟତଃ ମଧ୍ୟ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆରେ ବିସ୍ତାରିତ ଥିଲା । ୧୯୯୩ ରେ ସ୍ବାମୀଙ୍କର ମୃତ୍ୟୁ ପରେ ନିଜେ ରେଣୁକା ବ୍ୟବସାୟ ସମ୍ଭାଳିଲେ । ବର୍ତ୍ତମାନ ରେଣୁକା କମ୍ପାନୀର ମୁଖ୍ୟ ଥିବା ବେଳେ ନିଜର ତିନି ପିଲାଙ୍କୁ ମଧ୍ୟ ସାମିଲ କରିଛନ୍ତି ।


ବର୍ତ୍ତମାନ ଲ୍ୟାଣ୍ତମାର୍କ ପାଖାପାଖି ୨୧ ଟି ଦେଶରେ ବ୍ୟବସାୟ କରୁଛି । ୨୨୦୦ ହଜାରରୁ ଅଧିକ ଷ୍ଟୋର ପୁରା ବିଶ୍ବରେ ଖୋଲି ସାରିଲାଣି । ଫୋବର୍ସ ତରଫରୁ ପ୍ରକାଶିତ ରିପୋର୍ଟ ଅନୁସାରେ ୧୯୯୯ ରେ କମ୍ପାନୀ ଭାରତରେ ବ୍ୟବସାୟ ଆରମ୍ଭ କଲା । ବର୍ତ୍ତମାନ କେବଳ ଭାରତରେ ୯୦୦ରୁ ଅଧିକ ଷ୍ଟୋର ଖୋଲି ଗଲାଣି ।