/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756908878.jpg)
gst meeting
ସରକାର ଦେବେ କି ଖୁସି ଖବର ? ଶସ୍ତା ହେବ କାର୍, ବାଇକ୍, ଟିଭି, ଫ୍ରିଜ୍ ! କମ୍ ଖର୍ଚ୍ଚରେ ପୂରଣ ହେବ କାର୍ ଚଢିବା ସ୍ବପ୍ନ । ଔଷଧ, ଶାମ୍ପୂ, ସାବୁନ, ଟୁଥପେଷ୍ଟ ଦାମ୍ ବି କମିବ ! ବଦଳିବ ଟିକସ ସ୍ଲାବ୍ ? ଉଠିଯିବ କି ୧୨% ଓ ୧୮% ଟିକସ ?
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ୨ ଦିନିଆ GST କାଉନସିଲ୍ ବୈଠକରେ ଏନେଇ ଆସିପାରେ ନିଷ୍ପତ୍ତି । ପୂର୍ବରୁ ଜିଏସଟି କାଉନସିଲ ବୈଠକରେ ୧୨ ପ୍ରତିଶତ ଓ ୧୮ ପ୍ରତିଶତ ଟିକସ ଉଚ୍ଛେଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏବେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ ଦୁଇଟି ଟିକସ ସ୍ଲାବ ଉଠାଇବା ଉପରେ ନିଷ୍ପତ୍ତି ହୋଇପାରେ ।
ବର୍ତ୍ତମାନ ଦେଶରେ ୪ଟି ଜିଏସଟି ସ୍ଲାବ ଯଥା ୫%, ୧୨%, ୧୮% ଓ ୨୮% ପ୍ରଚଳିତ ଅଛି । ଆଗକୁ କେବଳ ୫% ଓ ୧୮% ସ୍ଲାବ ରହିବ । ୨୮% ସ୍ଲାବରେ ଆସୁଥିବା ପ୍ରାୟ ୯୦% ସାମଗ୍ରୀ ୧୮% ସ୍ଲାବକୁ ଆସିପାରେ । ୧୨% ଜିଏସଟି ଆଦାୟ ହେଉଥିବା ସାମଗ୍ରୀ ୫% ସ୍ଲାବରେ ରହିପାରେ । ଯାହାଫଳରେ ପ୍ରାୟ ୧୭୫ଟି ଜିନିଷ ଉପରେ ଟିକସ ୧୦ ପ୍ରତିଶତ କମ୍ ହୋଇପାରେ ।
ସେହି ଜିନିଷଗୁଡିକ ମଧ୍ୟରେ ହାଇବ୍ରିଡ କାର, ବାଇକ, ଟିଭି, ଫ୍ରିଜ, ୱାସିଙ୍ଗମେସିନ ଆଦି କଞ୍ଜୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରହିଛି । ଔଷଧ, ଡେରି ପ୍ରଡକ୍ଟ, ପ୍ରୋସେସଡ ଫୁଡ୍, ପାଉଡର, ଟୁଥପେଷ୍ଟ, ଶାମ୍ପୂ ସହ ଅନେକ କସମେଟିକ୍ସ ସାମଗ୍ରୀଗୁଡିକର ଦାମ୍ ବି କମିପାରେ । ଏହାବ୍ୟତୀତ ସିମେଣ୍ଟ, ସାର, ଟ୍ରାକ୍ଟର, କୃଷି ଉପକରଣଗୁଡିକ ବି ଶସ୍ତା ହେବାର ସମ୍ଭାବନା ରହିଛି ।
କିନ୍ତୁ ଗୁଟଖା, ମାଦକ ଦ୍ରବ୍ୟ ମହଙ୍ଗା ହୋଇପାରେ । ଏହା ଉପରେ ୪୦ ପ୍ରତିଶତ ଜିଏସିଟି ଲାଗିପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)