• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Google Payରେ ପ୍ରାୟ ସମସ୍ତେ ଟଙ୍କା ନେଣଦେଣ କରିଥା’ନ୍ତି । ମାର୍କେଟକୁ ଗଲେ ଦୋକାନୀଙ୍କୁ ଟଙ୍କା ଦେବାକୁ Google Payର ଆବଶ୍ୟକ ପଡ଼ିଥାଏ । ପୂର୍ବରୁ Google Pay ଜରିଆରେ ଟଙ୍କା କାରବାର କରିବା ବେଳେ କ୍ୟାସ ବ୍ୟାକ୍‌ ଆସୁଥିଲା । ଉପଭୋକ୍ତା ମାନେ କିଛି ଟଙ୍କା ପାଉଥିଲେ ।

ଖାଲି ସେତିକି ନୁହେଁ କେତେକ ଅକେଜନ୍‌ରେ Google Pay ତା’ର ୟୁଜର୍ସଙ୍କୁ ଅଫର ମଧ୍ୟ ଦେଉଥିଲା । ଯାହାଦ୍ୱାରା ଉପଭୋକ୍ତାମାନେ ମୋଟା ଅଙ୍କର କ୍ୟାସ ବ୍ୟାକ୍‌ ପାଉଥିଲେ । ହେଲେ ବର୍ତ୍ତମାନ Google Pay ତା’ର ୟୁଜର୍ସ ମାନଙ୍କୁ ସେମତି କିଛି କ୍ୟାସ ବ୍ୟାକ୍‌ ଦେଉନାହିଁ ।

ଅଧିକ ପଢ଼ନ୍ତୁ: ଭୁଲ୍‌ ଆକାଉଣ୍ଟକୁ ଦେଇଦେଲେ କି ଟଙ୍କା ? ଜାଣନ୍ତୁ କିପରି ଫେରିପାଇବେ...

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ Google Pay ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ Google Pay ୮୦,୦୦୦ ଟଙ୍କା କ୍ୟାସ ବ୍ୟାକ୍‌ ଦେଇଛି । ଜଣେ Google Pay ବ୍ୟବହାରକାରୀ ଦାବି କରିଛନ୍ତି କି ସେ ଜଣେ ବ୍ୟକ୍ତିଙ୍କ ନିକଟକୁ ୧୦୭୨ଟଙ୍କା ପଠାଇଥିଲେ । ଟଙ୍କା ପଠାଇବା ପରେ ତାଙ୍କ ନିକଟକୁ ୮୭,୮୭୬ଟଙ୍କା କ୍ୟାସ୍‌ ବ୍ୟାକ୍‌ ଆସିଥିଲା । ସେହିପରି ଅନ୍ୟକିଛି ଉପଭୋକ୍ତାଙ୍କୁ Google Pay କିଛି କ୍ୟାସ ଦେଇଥିବା ସେମାନେ ଦାବି କରିଛନ୍ତି ।

ଅନ୍ୟପଟେ କୁହାଯାଉଛି ଯେ, ବାସ୍ତବରେ Google Pay ସେପରି କୌଣସି କ୍ୟାସବ୍ୟାକ୍‌ ଦେଇନାହିଁ । Google Pay ଆପ୍‌ରେ ଥିବା କୌଣସି ତ୍ରୁଟି ଯୋଗୁଁ କିଛି ଲୋକ ଭୁଲରେ କ୍ୟାସ୍‌ ବ୍ୟାକ୍‌ ପାଇଛନ୍ତି । ରିପୋର୍ଟ ଅନୁଯାୟୀ ଯେଉଁ ଲୋକମାନେ Google Payରେ ଟଙ୍କା ପାଇଛନ୍ତି ସେମାନେ ଗୁଗୁଲ୍ ପିକ୍ସେଲ୍ ଫୋନ୍‌ ବ୍ୟବହାର କରନ୍ତି । କିଛି ଲୋକଙ୍କଠାରୁ ଏହି ଟଙ୍କାକୁ ତତ୍କାଳ ରିଭର୍ସ ବ୍ୟାକ୍ କରିନିଆଯାଇଛି।

ତେବେ ଯେଉଁମାନେ ଏହାକୁ ଟ୍ରାନ୍ସଫର କରିଦେଇଛନ୍ତି ବା ଖର୍ଚ୍ଚ କରିଦେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଆଉ ଫେରସ୍ତ ନିଆଯିବ ନାହିଁ। କିଛି ୟୁଜର୍ସ କ୍ୟାସ୍‌ ବ୍ୟାକ୍‌ ପାଇଥିବା ଏ ଟଙ୍କାକୁ ଫେରସ୍ତ ପାଇଁ ଦାବି କରିଥିବା ବେଳେ Google Pay ୟୁଜର୍ସମାନଙ୍କ ଠାରୁ ଟଙ୍କା ଫେରାଇନିଆଯିବ ନାହିଁ ବୋଲି କହିଛି ।

ଆପଣଙ୍କୁ ମଧ୍ୟ Google Pay କ୍ୟାସ ବ୍ୟାକ୍‌ ଦେଇଥାଇପାରେ । କ୍ୟାସ୍‌ବ୍ୟାକ୍‌ ଆସିଛି କି ନାହିଁ ଆପଣ ଆପଣଙ୍କ Google Pay ଆପ୍‌ ଯାଞ୍ଚ କରିନିଅନ୍ତୁ । ଆପ୍‌ର ପୁରସ୍କାର ବଟନ୍‌ ଉପରେ କ୍ଲିକ୍‌ କରି କ୍ୟାସବ୍ୟାକ୍‌ ସ୍କ୍ରାଚ୍‌ କାର୍ଡ ଦେଖିପାରିବେ ।