ପ୍ରାୟ ପ୍ରତ୍ୟେକ ଘରେ ଝଅଟିଏ ଜନ୍ମନେଲେ ତାର ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ରହିଥା’ନ୍ତି । ଝିଅଟିର ପାଠପଢ଼ା ସହ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପରିବାର ଲୋକ ବହୁ ପୂର୍ବରୁ ସବୁକିଛି ସ୍ଥିର କରିନିଅନ୍ତି । ଏମିତିକି ଝିଅଟିର ବିବାହ ପାଇଁ ଟଙ୍କା ମଧ୍ୟ ସଞ୍ଚୟ କରାଯାଇଥାଏ । ଯେପରି ଝିଅର ବିବାହ ସମୟରେ କୌଣସି ଅସୁବିଧା ନଉପୁଜେ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ । ହେଲେ ଏହାକୁ ନେଇ ଏକ ବଡ଼ ଯୋଜନା ବିଷୟରେ ଆସନ୍ତୁ ଜାଣିବା... ଯାହା ଆପଣଙ୍କୁ ଖୁବ୍ ଫାଇଦା ଦେବ...
କେନ୍ଦ୍ର ସରକାରଙ୍କ ଏହି ଯୋଜନାର ନାଁ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା । ବର୍ତ୍ତମାନ ଆପଣ ଏହି ଯୋଜନାରେ ବିନିଯୋଗ କରି ଭଲ ସୁଧ ପାଇପାରିବେ । ଏହି ଯୋଜନା ମଧ୍ୟମରେ ଆପଣ ପାଣ୍ଠି ସଂଗ୍ରହ ବି କରିପାରିବେ । ମାତ୍ର ୧୦୦ ଟଙ୍କା ସଞ୍ଚୟ କରି ଆପଣଙ୍କ ଝିଅ ପାଇଁ ୧୫ଲକ୍ଷ ଟଙ୍କା ପାଇପାରିବେ ।
Also Read
ଅଧିକ ପଢ଼ନ୍ତୁ: ଭାରତ ବନାମ ପାକିସ୍ତାନ ମ୍ୟାଚ୍ରେ ରେକର୍ଡ କଲା ଜିଓ ହଟଷ୍ଟାର
ଧରିନିଅନ୍ତୁ ଆପଣଙ୍କର ଝିଅର ବୟସ ୫ବର୍ଷ ହୋଇଛି । ଏପରି ସମୟରେ ଆପଣ ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ଖୋଲି ଦୈନିକ ୧୦୦ ଟଙ୍କା ଲେଖାଏଁ ସଞ୍ଚୟ କରିପାରିବେ । ଏହି ହିସାବକୁ ନେଲେ ଆପଣଙ୍କୁ ମାସକୁ ୩ହଜାର ଟଙ୍କା ଦେବାକୁ ପଡ଼ିବ । ସେହିପରି ହିସାବ କଲେ ଆପଣଙ୍କୁ ୩୬ ହଜାର ଟଙ୍କା ବର୍ଷକୁ ଦେବାକୁ ହେବ ।
୧୫ ବର୍ଷର ଅବଧି ମଧ୍ୟରେ ଆପଣଙ୍କୁ ମୋଟ୍ ୫ଲକ୍ଷ ୪ହଜାର ଟଙ୍କା ଦେବାକୁ ହେବ । ହେଲେ ଯୋଜନାର ଅବଧି ଶେଷ ବେଳକୁ ଆପଣଙ୍କୁ ୧୫ଲକ୍ଷ ୨୭ ହଜାର ୬୩୭ ଟଙ୍କା ମିଳିବ । ଅର୍ଥାତ୍ ଆଣଙ୍କର ୫ଲକ୍ଷ ୪ହଜାର ଟଙ୍କା ବିନିଯୋଗରେ ଆପଣଙ୍କୁ ୯ଲକ୍ଷ ୮୭ ହଜାର ୬୩୭ ଟଙ୍କା ଲାଭ ମିଳିବ । କିନ୍ତୁ ସମୁଦାୟ ଅର୍ଥ ଆପଣଙ୍କୁ ୨୧ ବର୍ଷ ପରେ ମିଳିବ। କିନ୍ତୁ ଆପଣ ୧୫ ବର୍ଷ ପାଇଁ ଏହି ସଂଚୟ କରିବେ।
ଏହି ଯୋଜନାରେ ମିଳିବାକୁ ଥିବା ଆପଣଙ୍କ ଟଙ୍କାକୁ ଆପଣ ଝିଅର ପାଠ ପଢ଼ାରେ ମଧ୍ୟ ଖର୍ଚ୍ଚ କରିପାରିବେ । ଖାଲି ସେତିକି ନୁହେଁ, ଆପଣଙ୍କ ଝିଅର ବିବାହ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିପାରିବେ । ଏହା ବ୍ୟତୀତ ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣ ଆୟକର ଧାରା ୮୦c ଅନୁସାରେ ଟିକସ ଛାଡ଼ ସୁବିଧା ମଧ୍ୟ ପାଇପାରିବେ ।