Advertisment

Gold Rate: ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର

ରେକର୍ଡ ଭାଙ୍ଗିଲା ସୁନା ଦର। ପ୍ରଥମ ଥର ପାଇଁ ୯୦ ହଜାର ଛୁଇଁଛି ଖାଣ୍ଟି ସୁନା। ବଜାରରେ ୨୪ କ୍ୟରେଟ୍ ସୁନା ୧୦ ଗ୍ରାମକୁ ୪୪୦ ଟଙ୍କା ବଢି ୯୦ ହଜାରରେ ପହଁଚିଥିବା ବେଳେ ୨୨ କ୍ୟାରେଟ୍ ସୁନା ୮୨ ହଜାର ୫୦୦ ଟଙ୍କା ହୋଇଛି।

ଅଦ୍ୟତନ ହୋଇଛି
gold

gold

Advertisment

ରେକର୍ଡ ଭାଙ୍ଗିଲା ସୁନା ଦର। ପ୍ରଥମ ଥର ପାଇଁ ୯୦ ହଜାର ଛୁଇଁଛି ଖାଣ୍ଟି ସୁନା। ବଜାରରେ ୨୪ କ୍ୟରେଟ୍ ସୁନା ୧୦ ଗ୍ରାମକୁ ୪୪୦ ଟଙ୍କା ବଢି ୯୦ ହଜାରରେ ପହଁଚିଥିବା ବେଳେ ୨୨ କ୍ୟାରେଟ୍ ସୁନା ୮୨ ହଜାର ୫୦୦ ଟଙ୍କା ହୋଇଛି। ଆଗକୁ ଏହା ଲକ୍ଷେ ଟଙ୍କା ଛୁଇଁବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ। ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ଆମେକିତା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେବି ଟାରିଫ୍ ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ସୁନା ଦର ବୃଦ୍ଧିର ପ୍ରମୁଖ କାରଣ।

Advertisment

ଅଧିକ ପଢ଼ନ୍ତୁ : ଲଣ୍ଡନ, ଆୟର୍ଲାଣ୍ଡ ଗଲା ଢେଙ୍କାନାଳ ଭଣ୍ଡା, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା।୧୦ ଗ୍ରାମକୁ ୯୦ ହଜାର ଟଙ୍କା। ଚକ୍ ଚକ୍ କରୁଥିବା ଏସବୁ ସୁନା ଅଳଙ୍କାର ଦେଖିବାକୁ ମନଲୋଭା, ହେଲେ ଛୁଇଁବାକୁ ଡର ଲାଗୁଛି। ସୁନା ଦେହରେ ଯେମିତି ଲାଗିଛି ନିଆଁ। ଦର ହୁ ହୁ ହୋଇ ବଢୁଛି, ରେକର୍ଡ ପରେ ରେକର୍ଡ କରୁଛି। ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ଦର ୯୦ ହଜାର ରହିଛି। ଗତକାଲି ଏହା ୮୯ ହଜାର ୫୬୦ ଟଙ୍କା ଥିଲା। ଅର୍ଥାତ୍ ଦିନକରେ ବଢିଛି ୪୪୦ ଟଙ୍କା। ସେହିପରି ୨୨କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦିନକରେ ୪ଶହ ଟଙ୍କା ବଢି ୮୨ ହଜାର ୫୦୦ ଟଙ୍କା ହୋଇଛି। ଆକାଶଛୁଆଁ ଦର ଯୋଗୁଁ ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସୁନା କିଣିବା ଯେମିତି ସ୍ୱପ୍ନ ହୋଇଯାଇଛି। ସେପଟେ ଗ୍ରାହକଙ୍କୁ କେମିତି ଆକର୍ଷିତ କରିବେ, ବ୍ୟବସାୟୀଙ୍କୁ ବି ଘାରିଛି ଚିନ୍ତା।

Advertisment

ଗତବର୍ଷ ଏପ୍ରିଲ ୬ ତାରିଖରେ ସୁନା ଛୁଇଁଥିଲା ୭୦ ହଜାର। ବର୍ଷେ ହୋଇନି ଦର ସିଧା ୨୦ ହଜାର ଟଙ୍କା ବଢି ୯୦ରେ ପହଁଚିଛି। ଖୁବଶୀଘ୍ର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ଲକ୍ଷେ ପାର କରିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ। ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରେ ସୁନାର ଦର। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ବି ସୁନା ଦର ବୃଦ୍ଧିର ଏକ ପ୍ରମୁଖ କାରଣ। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଲାଗି ରହିଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଭି ଟାରିଫ୍, ଅନ୍ୟପଟେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ସେଥିପାଇଁ ସୁନା ଆମଦାନୀ ମହଙ୍ଗା ହେଉଛି।

ବିଶ୍ବ ବଜାରରେ ଅସ୍ଥିରତା ଲାଗି ରହିଥିବାରୁ ସବୁ ଦେଶ ସେମାନଙ୍କ ଗୋଲ୍ଡ ରିଜର୍ଭକୁ ବଢ଼ାଇବାକୁ ଚାହୁଁଛନ୍ତି। ନିବେଶକମାନେ ମଧ୍ୟ ଷ୍ଟକ୍ ବଜାର ଅପେକ୍ଷା ସୁନାରେ ପୁଞ୍ଜି ନିବେଶକୁ ସୁରକ୍ଷିତ ମଣୁଛନ୍ତି। ତେଣୁ ବଢିଚାଲିଛି ସୁନା ଦର। ସୁନା ଭଳି ରୁପା ଦାମ ବି ବଢୁଛି। ରୁପା ୧୦୦ ଗ୍ରାମ ପିଛା ଦର ରହିଛି ୧୧ ହଜାର ୩୦୦ ଟଙ୍କା।

Advertisment

ଅଧିକ ପଢ଼ନ୍ତୁ : ଗାଁରୁ ସହର, ସହରରୁ ଗାଁ...ସବୁଠି ଘାଇଁ ଘାଇଁ ଚାଲିବ ଇଣ୍ଟରନେଟ୍

Gold Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ