Advertisment

Gold Rate: ବଢିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୦,୪୮୦  ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୯୨,୧୦୦ ଟଙ୍କା ହୋଇଛି ।

author-image
Chinmayee Sahoo
gold rate

gold rate

ଉପର ମୁହାଁ ସୁନା ଦର । କମିବାର ନାଁ ଧରୁନି । ଆଜି ପୁଣି ବଢିଛି ସୁନା ଦର । ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୯,୮୨୦  ଟଙ୍କା ଥିବା ବେଳେ ଆଜି ୬୬୦ ଟଙ୍କା ବୃଦ୍ଧି ଘଟି ୧,୦୦,୪୮୦  ଟଙ୍କାକୁ ଛୁଇଁଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୯୧,୫୦୦  ଟଙ୍କା ଥିବା ବେଳେ ଆଜି ୬୦୦ ଟଙ୍କା ବୃଦ୍ଧି ପାଇ ୯୨,୧୦୦ ଟଙ୍କାରେ ପହଞ୍ଚିଛି । ଗତ କାଲି ୧୮ କ୍ୟାରେଟ ସୁନା ଦର ୭୪,୮୭୦ ଟଙ୍କା ଥିବା ବେଳେ ଆଜି ୪୯୦ ଟଙ୍କା ବୃଦ୍ଧି ପାଇ ୭୫,୩୬୦ ଟଙ୍କାରେ ପହଞ୍ଚିଛି । 

Advertisment

ସେହିପରି ଭୁବନେଶ୍ୱରରେ ଗତ କାଲି ରୂପା ୧ କେଜି ପିଛା ୧,୨୬,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବୃଦ୍ଧି ପାଇ ୧,୨୭,୦୦୦ ଟଙ୍କାରେ ପହଞ୍ଚିଛି ।

ଜାଣନ୍ତୁ କେଉଁ ସହରରେ ସୁନା ମୂଲ୍ୟ କେତେ ରହିଛି:

  • ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୧,୦୦,୬୩୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୨,୨୫୦ (୧୦ ଗ୍ରାମ ପିଛା)
  • ଚେନ୍ନାଇ: ୨୪ କ୍ୟାରେଟ ସୁନା- ୧,୦୦,୬୩୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୨,୨୫୦ (୧୦ ଗ୍ରାମ ପିଛା)
  • ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୧,୦୦,୫୩୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୨,୧୫୦ (୧୦ ଗ୍ରାମ ପିଛା)
  • ମୁମ୍ବାଇ: ୨୪ କ୍ୟାରେଟ ସୁନା- ୧,୦୦,୪୮୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୨,୧୦୦ (୧୦ ଗ୍ରାମ ପିଛା)
  • ହାଇଦ୍ରାବାଦ: ୨୪ କ୍ୟାରେଟ ସୁନା- ୧,୦୦,୪୮୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୨,୧୦୦ (୧୦ ଗ୍ରାମ ପିଛା)
Advertisment

ଅଧିକ ପଢନ୍ତୁ: ଲକ୍ଷେ ମୁହାଁ ସୁନା ଦର; ଆଜି କେତେ ବଢିଲା ଜାଣନ୍ତୁ

Gold Price In India Gold Price Increase Silver Price Increase Gold Silver Price Today Gold Rate
Advertisment
Advertisment