Advertisment

Gold Price Surge in Bhubaneswar: ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜି ଏତିକି ବଢିଲା...

ପ୍ରତିଦିନ ମହଙ୍ଗା ହେଉଛି ସୁନା, ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା। ଦର ଆସି ଲକ୍ଷେ ଛୁଇଁବାକୁ ବସିଲାଣି। ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
gold

gold

ପ୍ରତିଦିନ ମହଙ୍ଗା ହେଉଛି ସୁନା । ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା। ଦର ଆସି ଲକ୍ଷେ ଛୁଇଁବାକୁ ବସିଲାଣି । ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି।

Advertisment

୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୨୦୦ଟଙ୍କା ‍ବୃଦ୍ଧି ପାଇଛି।

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା୧୧୦୦ ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୧୨୦୦ଟଙ୍କା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୩,୯୩୦ ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧୨୦୦ ଟଙ୍କା ବୃଦ୍ଧି ୯୫. ୧୩୦ ଟଙ୍କା ହୋଇଛି। ସେହିପରି   ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇ ୮୬,୧୦୦ ଟଙ୍କାରୁ ୮୭,୨୦୦ଟଙ୍କା ହୋଇଛି।

Advertisment

ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୩,୯୩୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୧୨୦୦ ଟଙ୍କା ବୃଦ୍ଧି ପାଇ ୯୫. ୧୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇ ୮୭,୨୦୦ ଟଙ୍କା ହୋଇଛି।

Gold Gold Price
Advertisment
Advertisment